ଭଗବାନ୍‌ଙ୍କୁ ବି ଛାଡ଼ିଲେନି

ବିନିକା,୩୦।୧୧(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁରରୁ ଶିବ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଚୋରି କରିଛନ୍ତି । ତମ୍ବା ନାଗ ମୂର୍ତ୍ତିକୁ କାଟିବା ସହ ଘଣ୍ଟି, ଘଣ୍ଟ ଓ ଅନେକ ସାମଗ୍ରୀ ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏ ନେଇ ରାମପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।