ଜିଲାରେ ଧାନକିଣା ନାଁରେ ହରିଲୁଟ୍‌

ବଲାଙ୍ଗୀର ଅଫିସ,୩୧ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ନାଁରେ ଏବେ ହରିଲୁଟ୍‌ ଚାଲିଛି। କଟନୀ ଛଟନୀ ନାଁରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କାର ଧାନ ଲୁଟ୍‌ କରାଯାଇ ଚାଷୀକୁ ଶୋଷଣ କରାଯାଉଛି। ଏହି ଶୋଷଣ ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ମିଲର୍ସମାନେ ଲାଗି ପଡିଛନ୍ତି। ଏମାନଙ୍କ ମଧୁଚନ୍ଦ୍ରିକାରେ ଜିଲାର ଚାଷୀମାନେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି। ଶୁକ୍ରବାର ବଲାଙ୍ଗୀର ଜିଲାର ଶିବତଲା ପାକ୍ସରେ ଏହି ଦୃଶ୍ୟ ଜିଲାର ଧାନକିଣା ଅବ୍ୟବସ୍ଥା ଏବଂ ମିଲର୍ସରାଜର ଅସଲ ଚିତ୍ରକୁ ଧରାପକାଇ ଦେଇଛି। ଶିବତଲା ପାକ୍ସରେ ସିଦ୍ଧି ବିନାୟକ ରାଇସ ମିଲର ଜଣେ ଏଜେଣ୍ଟ ମାପକଯନ୍ତ୍ର ସାମନାରେ କାଗଜ କଲମ ଧରି ଚାଷୀଙ୍କ ଧାନ ଓଜନ କରୁଥିଲେ। ଏତିକିବେଳେ ପାକ୍ସ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ସେଠାରେ ଅନୁପସ୍ଥିତି ଥିଲେ। ଜିଲା କିଷାନ କଂଗ୍ରେସର ଏକ ଟିମ୍‌ ଏହି ପାକ୍ସରେ ଅତର୍କିତ ପହଞ୍ଚତ୍ବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ସେଠାରେ କଂଗ୍ରେସ ପ୍ରତିନିଧି ଦଳ ସଦସ୍ୟ ସମ୍ପୃକ୍ତ ମିଲର୍ସ ଏଜେଣ୍ଟଙ୍କୁ କ’ଣ କରୁଛ ବୋଲି ପଚାରିବା ପରେ ସେ ଏଜେଣ୍ଟ ଜଣକ ସେଠାରୁ ଚମ୍ପଟ ମାରିଥିଲେ। ଏଜେଣ୍ଟ ଜଣକ ଏଠାରେ ପାକ୍ସ ଚଳାଉଥିବା ଧରାପଡିଥିଲା। ଶୁକ୍ରବାର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲା କିଷାନ କଂଗ୍ରେସ କମିଟି ସଭାପତି ସାନନ୍ଦ ମିଶ୍ର ଓ ରାଜ୍ୟ କିଷାନ କଂଗ୍ରେସ ସମ୍ପାଦକ ସରୋଜ ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗୀର ସଦର ବ୍ଲକର ସଦାଇପାଲି, ଝାଙ୍କରପାଲି, ବାରପୁଡୁଗିଆ, ଚୁଡାପାଲି, ଶିବତଲା ଆଦି ଧାନକିଣା କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲା ଧାନକ୍ରୟ କମିଟି ବୈଠକରେ ଚଳିତ ଖରିଫ ଧାନକିଣା ଋତୁରେ ବିନା କଟନୀ ଛଟନୀରେ ଧାନ ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଚାଷୀଙ୍କୁ ଅଖା ବସ୍ତା, ସୁତୁଲି ଯୋଗାଇ ଦେବା ଏବଂ ମିଲର୍ସମାନଙ୍କ ଅନୁପସ୍ଥିତରେ ଧାନକିଣା ସୁଚାରୁ ରୂପେ ସମ୍ପାଦନା ହେବ ବୋଲି ସ୍ଥିର ହୋଇଥିଲା। ତେବେ ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଯାଇଛି। ଶୁକ୍ରବାର ପ୍ରତିନିଧି ମଣ୍ଡଳୀ ପ୍ରଥମେ ସଦାଇପାଲି ସେବା ସମବାୟ ସମିତିକୁ ଯାଇଥିଲେ। ସେଠି ସମ୍ପାଦକ, ଡାଟା ଏଣ୍ଟ୍ରି ଅପରେଟର ଏମିତିକି ପିଅନ କେହି ନ ଥିଲେ। ବାରପୁଡୁଗିଆ ସେବା ସମବାୟ ସମିତିରେ ଏସ୍‌ଏଚ୍‌ଜି ଗ୍ରୁପର ମିଟିଂ ବାହାନାରେ ଜଣେ ପିଅନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେଠାରେ ମଧ୍ୟ ଅନ୍ୟ କେହି ଉପସ୍ଥିତ ନ ଥିଲେ। ଶିବତଲା ପାକ୍ସରେ ସିଦ୍ଧିବିନାୟକ ରାଇସ ମିଲର ଏଜେଣ୍ଟ ମାପକ ଯନ୍ତ୍ର ସାମନାରେ କାଗଜ କଲମ ଧରି ନିଜେ ଚାଷୀଙ୍କ ଧାନ ମାପ କରୁଥିଲେ। ଏଠାରେ ପାକ୍ସ ସମ୍ପାଦକ ଓ ଡିଇଓ କେହି ନ ଥିଲେ। ଉପରୋକ୍ତ ସମସ୍ତ ପାକ୍ସରେ ଚାଷୀଙ୍କ ଠାରୁ ୪ରୁ ୫ କେଜି ଧାନ କଟନୀ ଛଟନୀ କରାଯାଉଥିବା ଜଣାପଡିଥିଲା। ଏହିସବୁ ଅବ୍ୟବସ୍ଥାକୁ ନେଇ ଜିଲା କିଷାନ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ପ୍ରଶାସନ ବିରୋଧରେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ସଭାପତି ମିଶ୍ର କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଫକୀର ମୋହନ ଥାଟି, ବିଜୟ ନାହାକ, ଲୋକନାଥ କୁମୁରା, ବାଳକୃଷ୍ଣ ବେହେରା, ମୀନକେତନ ବଗର୍ତ୍ତି ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri