ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ:ପୁଣି କୋଇଡା ଛାତି ଉପରୁ ସଶସ୍ତ୍ର ଲୁଟ , ବନ୍ଧୁକ ଦେଖାଇ…

ବଣାଇଁ,୨୦।୧୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ତଥା ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ଏପରିକି ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ ଦେଉଥିବା ପରିଲକ୍ଷିତ ହୋଇଛି । ବିଳମ୍ବିତ ରାତିରେ୮ ଜଣ ମୁଖା ପିନ୍ଧା ଡକାୟତ ହାତରେ ୪ ଜଣଙ୍କ ବନ୍ଧୁକ ଓ ୪ ଜଣ ଛୁରି ଭୁଜାଲି ନେଇ କୋଇଡା ମୁଖ୍ୟ ଛକ ଉପରେ ଥିବା ତାରିଣୀ କ୍ୟାରିଅର୍‌ ପରିବହନ ସଂସ୍ଥା କାର୍ଯାଳୟରେ ପଶିଥିଲେ। ବନ୍ଧୁକ ଦେଖାଇ ପ୍ରାୟ ସାଢେ ୩ ଲକ୍ଷ ନଗଦ ଟଙ୍କା ନେଇଯାଇଥିଲେ । ଏଥିସହ କାର୍ଯ୍ୟାଳୟର ସମସ୍ତ ସିସି ଟିଭି ତାର , କମ୍ପ୍ୟଟର ଭାଙ୍ଗି ହାର୍ଡ ଡିସ୍କ ମଧ୍ୟ ନେଇ ଯାଇଥିଲେ । କାର୍ଯାଳୟ କର୍ମଚାରୀମାନେ ଥାନାକୁ ସଙ୍ଗେ ସଙ୍ଗେ ସୁଚନା ଦେଇଥିଲେ । କୋଇଡା ଥାନାକୁ କମ୍ପାନୀ ପକ୍ଷରୁ ପେଟ୍ରୋଲିଂ ପାଇଁ ଦିଆଯାଇଥିବା ଏକ ପୋଲିସ ପାଟ୍ରୋଲିଂ ଗାଡି ଦୃତ ଗତିରେ ଏକ ଗାଡି ଆସୁଥିବା ଦେଖି ଚାଳକ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମାତ୍ର ଦୁର୍ବୃତ୍ତ ମାନେ ତାଙ୍କ ଉପରେ ଗାଡି ଚଢାଇ ଫେରାର ମାରିଥିଲେ । ପରେ ପେଟ୍ରୋଲିଂ ଗାଡି ଚାଳକ ମୃତ ଘୋଷିତ ହୋଇଥିବା ଜଣାପଡିଛି l ପୋଲିସ କିନ୍ତୁ ଏହି ଘଟଣାକୁ ଖଣ୍ଡନ କରି ଏହା ଏକ ଦୁର୍ଘଟଣା ବୋଲି ରୂପ ଦେବାପାଇଁ ଚେଷ୍ଟା କରୁଥିବା ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଘଟଣା ପରେ କୋଇଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ । କୋଇଡା ଏକ ଖଣି ଅଞ୍ଚଳ ହୋଇଥିବାରୁ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ ଏବଂ ଗାଡି ଚାଳକ ମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ରଖିଥାଆନ୍ତି । ଏହାର ସୁଯୋଗ ନେଇ ବାରମ୍ବାର ଡକାୟତି ବଢି ଚାଲିଛି । ଏମିତିକି କୋଇଡା ଥାନା ଅଞ୍ଚଳ ହେଉ କିମ୍ବା ବଣାଇଁ ଉପଖଣ୍ଡ ସବୁଠି ବଡ ଡକାୟତି ଲୁଟ ଘଟି ଚାଲିଛି । ହେଲେ ଡକାୟତଙ୍କ ଟେର୍‌ ପାଇପାରୁନି ପୋଲିସ। ଗତ ଏକମାସ ମଧ୍ୟରେ ସଶସ୍ତ୍ର ଡକାୟତ ବଣାଇଁ ରଶ୍ମି ଇଲେକ୍ଟ୍ରିକାଲରୁ ପ୍ରାୟ ଏକ କୋଟି, ବରସୁଆଁ ବି ଏନ ଆର୍‌ ଟ୍ରାନ୍ସପୋର୍ଟରୁ ତିନି ଲକ୍ଷ ୯୪ ହଜାର ଟଙ୍କା, କୋଇଡ଼ା ରେଙ୍ଗାଲବେଡାରୁ ସଶସ୍ତ୍ର ଲୁଟ ସମେତ ଅନେକ ଘଟଣା ଭିଆଇ ଚାଲିଛନ୍ତି। ହେଲେ ପୋଲିସ ଗୋଟେ ହେଲେ ଘଟଣାର ପର୍ଦ୍ଦାଫାସ କରି ନପାରିବା ପୋଲିସର ପାରିବା ପଣିଆକୁ ପ୍ରମାଣିତ କରୁଛି । ଅପରପକ୍ଷରେ ପୋଲିସ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ନହେଲେ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷିତ ରହିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri