Categories: ଫୁରସତ

ଆଇନା ଦେଖି ପଶୁ-ପକ୍ଷୀ ହେଉଛନ୍ତି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଅନେକ ପଶୁ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ସେମାନେ ନିଜକୁ ଆଇନାରେ ଦେଖି ଯେପରି ପ୍ରତିକ୍ରିୟା ଦେଉଛନ୍ତି, ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଭିଡିଓରେ ଆଇନାରେ ନିଜର ପ୍ରତିଛବି ଦେଖି ବାଘଟି ଅନ୍ୟ ଏକ ବାଘ ଭାବି ତା ସହ ଲଢ଼େଇ କରିବାକୁ ଉଦ୍ୟତ ହେଉଛି। ସେହିପରି ଅନ୍ୟ ପଶୁ-ପକ୍ଷୀମାନେ ନିଜ ନିଜର ପ୍ରତିଛବି ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share