ଚାଇନା ନାଗରିକଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୩।୭ (ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଜଣେ ଚାଇନା ନାଗରିକ। ସେ ହେଲେ ଲିୟୁ ଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଭିଯୁକ୍ତ ଲିୟୁଙ୍କୁ ଧରିବାକୁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ)ର ସହାୟତା ଲୋଡ଼ିଛି। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ ବିଓଆଇ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରାଯାଇଛି। ଲିୟୁ ଏବେ ଭାରତରେ ଅଛନ୍ତି ନା ବିଦେଶରେ, ତାହା ଜଣାପଡ଼ି ନ ଥିଲେ ମଧ୍ୟ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରିଦିଆଯାଇଛି। ଏଥିସହ ତାଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସକୁ ମଧ୍ୟ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ଲିୟୁଙ୍କ ୫ ସହଯୋଗୀ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଲିୟୁଙ୍କ ସମେତ ଏକାଧିକ ଚାଇନା ନାଗରିକଙ୍କ ସମ୍ପୃକ୍ତି ରହିଛି। ଭାରତ ସମେତ ଥାଇଲାଣ୍ଡ ଓ ଅନ୍ୟ ଦେଶରେ ଏମାନେ ଲୋନ୍‌ ଆପ୍‌ ଦ୍ୱାରା ଠକେଇ ର଼୍ୟାକେଟ ଚଳାଇଥିବା ସନ୍ଦେହ କରି ଅଧିକ ତଦନ୍ତ ଚାଲିଥିବା ଇଓଡବ୍ଲ୍ୟୁ ସୂଚନା ଦେଇଛି। ମାଷ୍ଟରମାଇଣ୍ଡ ଲିୟୁ ଭାରତରେ କୋକୋ ଲୋନ୍‌, ଜୋଜୋ ଲୋନ୍‌, ଗୋଲ୍ଡେନ ଲାଇଟ୍‌ନିଂ ଲୋନ୍‌, ସିଲ୍‌ଭର କ୍ରେଡିଟ୍‌ ଲୋନ୍‌, ଗୋଲ୍ଡ କ୍ୟାଶ୍‌ ଲୋନ୍‌, ଲିଟିଲ୍‌ ବରୋ ଲୋନ୍‌, ଟ୍ୟାପ୍‌ କ୍ରେଡିଟ୍‌ ଲୋନ୍‌, କ୍ରେଡିଟ୍‌ ବିୟର ଲୋନ୍‌, ସ୍ପିଡି ରୁପି ଲୋନ୍‌, ଏକ୍ସପ୍ରେସ୍‌ କ୍ରେଡିଟ୍‌ ଲୋନ୍‌, କ୍ରେଡିଟ୍‌ ପ୍ଲାନ୍‌ ଲୋନ୍‌ ଭଳି ବହୁ ଆପ୍‌ ଦ୍ୱାରା ଠକେଇ କରିଛନ୍ତି। ତାଙ୍କ ମୂଳ କମ୍ପାନୀ ହେଉଛି ଚାଇନା ହାଙ୍ଗ୍‌ଜୋହୁଠାରେ ଥିବା ‘ଜିଆନ୍‌ବିଙ୍ଗ୍‌ ଟେକ୍ନୋଲୋଜି’। ଏଥିସହ ସେ ‘ଉମ୍‌ଲେଟ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିଃ’ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ସେହିଭଳି ୱେଲୋ ଟିଉନ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃ, ମୁଡ୍‌ମେଟ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିଃ, ପିଙ୍କ୍‌ଲିଫ୍‌ ଆରିୟାନ୍‌ କମ୍ୟୁନିକେଶନ୍ସ ପ୍ରାଇଭେଟ ଲିଃ, ଟେକ୍‌ଲାଇଟ୍‌ ଡେଭଲପ୍‌ମେଣ୍ଟ ପ୍ରାଇଭେଟ୍‌ ଲିଃ, ଉରେଲା ଟେକ୍ନୋଲୋଜିସ୍‌ ପ୍ରାଇଭେଟ ଲିଃ, ଆଇଡବ୍ଲ୍ୟୁଟି ଇଣ୍ଡିଆ ଓ ଓସିଏନ୍‌ ଟ୍ରେଡିଙ୍ଗ୍‌ ସମେତ ୮ଟି କମ୍ପାନୀକୁ ପରିଚାଳନା କରନ୍ତି। ସେ ୨୦୧୯ରେ ଭାରତରେ ବେଆଇନ୍‌ ଲୋନ ଆପ୍‌ କାରବାର ଆରମ୍ଭ କରିଥିଲେ। ସହଯୋଗୀଙ୍କ ଦ୍ୱାରା ଲିୟୁ ସାଧାରଣ ଲୋକଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ନାମରେ ସିମ୍‌ କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ଏଥିସହ ଉକ୍ତ ଲୋକଙ୍କୁ କମ୍ପାନୀର ନିର୍ଦ୍ଦେଶକ ଓ କର୍ମଚାରୀ ଦାୟିତ୍ୱ ଦେଉଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କମ୍ପାନୀକୁ ଲିୟୁ ହିଁ ପରିଚାଳନା କରୁଥିଲେ। କେବଳ ସେତିକି ନୁହେଁ, ସେ ଗାଳି ସହ ଧମକ ଦେବାକୁ କଲସେଣ୍ଟର ମଧ୍ୟ ଖୋଲିଥିଲେ। କୋକୋ ଓ ଜୋଜୋ ଆପ୍‌ ସମେତ ଏକାଧିକ ଲୋନ୍‌ ଆପ୍‌ ମାଧ୍ୟମରେ ଠକେଇ ପାଇଁ ଜାଲ ବିଛାଉଥିଲେ। ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ ଠକେଇ ଟଙ୍କା କାରବାର ହେଉଥିଲା, ସେମାନଙ୍କୁ ୩ରୁ ୧୦ ହଜାର ଟଙ୍କା ଦେଇ ବହୁଗୁଣା ଟଙ୍କା ନିଜ ନେଉଥିଲେ। ଟଙ୍କା ନ ଦେଲେ କର୍ମଚାରୀଙ୍କ ଦ୍ୱାରା ଗାଳି, ଧମକ ଓ ନିର୍ଯାତନା ଦିଆଯାଉଥିଲା। ତଦନ୍ତ ବାଟବଣା କରିବାକୁ ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ୍‌ ଲିୟୁ ବିଭିନ୍ନ ମାଧ୍ୟମ ଦେଇ ଟଙ୍କା ନେଇଥାନ୍ତି। ୧୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହେବା ପରେ ଇଓଡବ୍ଲ୍ୟୁ ଏପ୍ରିଲ୍‌ ୨୧ରେ ଏକ ମାମଲା ( ନଂ.୯/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri