Posted inଫୁରସତ

କାଠରେ ତିଆରି ହେଉଛି ୨୦୪ ଫୁଟ ଉଚ୍ଚର ଜାହାଜ, ଖର୍ଚ୍ଚ ହେବ…

ଗୁଜରାଟର ମାଣ୍ଡଭିରେ ଏକ ବିରାଟ ଜାହାଜ ତିଆରି ହେଉଛି। ତାହା ପୁଣି କାଠରେ। ଏହି ଜାହାଜର ଉଚ୍ଚତା ୨୦୪ ଫୁଟ ହୋଇଥିବା ବେଳେ ଏଥିରେ ୯ଟି କୋଠରି କରାଯିବ। ଏଥିରେ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ବୋହିବା ପାଇଁ କରାଯାଉଥିଲା। ମାତ୍ର ଦୁବାଇର ଜଣେ ବ୍ୟବସାୟୀ ଏହାକୁ ମାଛ ବ୍ୟବସାୟ କରିବା ପାଇଁ ଅର୍ଡର ଦେବାରୁ ଏହାକୁ ଆହୁରି ବଡ଼ କରି ତିଆରି କରାଯାଉଛି।

ଏହି ଜାହାଜ ୧୭ ମାସ ଧରି ତିଆରି ହେଉଛି। ମାଣ୍ଡଭିରେ ଆଜିପର୍ଯ୍ୟନ୍ତ ଯେତେ ସବୁ ବୋଟ୍‌ ତିଆରି କରାଯାଇଛି ଏହାର ଲମ୍ବ ୧୮୦-୧୯୦ ମଧ୍ୟରେ ଥିଲା। ମାତ୍ର ଏଥର ୨୦୪ ଫୁଟ ଉଚ୍ଚତାର ଏକ ଜାହାଜ ତିଆରି କରାଯାଉଛି।

ଏହି ଜାହାଜ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ଏହାକୁ ତିଆରି କରୁଥିବା କାରିଗରମାନେ କୁହନ୍ତି, ବୋଟ୍‌ ୨୧ ମାସ ମଧ୍ୟରେ ତିଆରି ହେବାର ଥିଲା। ମାତ୍ର ଦୁବାଇର ଜଣେ ବ୍ୟବସାୟୀ ଏହାର ଚାହିଦା ବଢ଼ାଇ ଦେଲେ। ଏହି କାରଣରୁ ଏହା ତିଆରି ହୋଇପାରିନାହିଁ। ଏହା ଆହୁରି ୩/୪ ମାସ ଲାଗିବ। ପ୍ରଥମେ ଏକ ବଡ଼ ବୋଟ୍‌ ତିଆରି କରାଯିବ ବୋଲି ଆକଳନ କରାଯାଇଥିଲା। ଏଥିରେ ୬.୫କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ମାତ୍ର ବ୍ୟବସାୟୀ ଏହାର ଦାମ୍‌ ଆଉ ୩.୫ କୋଟି ବଢ଼ାଇ ଦେଲେ। ଏଥିପାଇଁ ଏହାକୁ ଜାହାଜ ପରି କରାଯାଉଛି।

ଏହି ଜାହାଜରେ ୯ଟି କୋଠରି, ଯେଉଁଥିରେ ଦୁଇଟି ଷ୍ଟୋର ରୁମ୍‌ ବି ରହିଛି। ୨ଟି ଫ୍ରିଜର ରହିଛି। ପାର୍ଶ୍ୱରେ ଥିବା କ୍ୟାବିନ୍‌ରେ ୪ଟି କୋଠରି ତିଆରି କରାଯାଇଛି। ଏଥିରେ ଏକ ରୋଷେଇ ଘର ବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri