ଓଏମ୍‌ସି କର୍ମଚାରୀଙ୍କୁ ‘ଲଙ୍ଗ୍‌ ସର୍ଭିଂ ଆଓ୍ବାର୍ଡ’

ଭୁବନେଶ୍ୱର,୨୮।୪: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ର ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ୧୬୪ କର୍ମଚାରୀଙ୍କୁ ଗୁରୁବାର ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯାଇଛି। ଓଏମ୍‌ସିରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ସହ ସେବା ପ୍ରଦାନ କରିଥିବାରୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିଗମ ପକ୍ଷରୁ ‘ଲଙ୍ଗ୍‌ ସର୍ଭିଂ ଆଓ୍ବାର୍ଡ ’ରେ ସମ୍ମାନିତ କରାଯାଇଛି।
ଏ ସମ୍ପର୍କରେ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ କହିଛନ୍ତି, ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ନିଗମ ପ୍ରତି ରହିଥିବା ଅବଦାନ ଲାଗି ଏଭଳି ପୁରସ୍କାରର ପରିକଳ୍ପନା କରାଯାଇଛି। ସେମାନଙ୍କର ପ୍ରତିବଦ୍ଧତା ଓଏମ୍‌ସିକୁ କ୍ରମାଗତ ଭାବେ ସାଧାରଣ ଲୋକଙ୍କୁ ସେବା କରିବାରେ ସକ୍ଷମ କରିବା ସହ ଭାରତର ଏକ ବୃହତ୍ତମ ତଥା ଅଗ୍ରଣୀ ଖଣିଜ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠିତ କରାଇବାରେ ସକ୍ଷମ ହୋଇଛି।
ଅପରପକ୍ଷରେ ପୁରସ୍କାର ପାଇଥିବା କର୍ମଚାରୀମାନଙ୍କ ମଧ୍ୟରୁ ୧୫୦ଜଣ ୨୫ ବର୍ଷ ଧରି କାର୍ଯ୍ୟ କରିଥିବା ବେଳେ ଅବଶିଷ୍ଟ ୧୪ ଜଣ ୧୫ ବର୍ଷ ଧରି କ୍ରମାଗତ ଭାବେ ଓଏମ୍‌ସିରେ କାର୍ଯ୍ୟ କରିଛନ୍ତି। ସେହିପରି ସେମାନଙ୍କ ପ୍ରତିବଦ୍ଧତା ଓ ନିଃସ୍ବାର୍ଥପର ସେବାର ସ୍ବୀକୃତି ସ୍ବରୂପ ଭୁବନେଶ୍ୱରଠାରେ ନିଗମ ପକ୍ଷରୁ ଆୟୋଜିତ ଲଙ୍ଗ୍‌ ସର୍ଭିଂ ଆୱାର୍ଡ ସମାରୋହରେ ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ପୃକ୍ତ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଓଏମ୍‌ସିର ସାଧାରଣ ପରିଚାଳକ (କାର୍ମିକ ଓ ପ୍ରଶାସନ) ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ଅଶୋକ କୁମାର ବେହେରାଙ୍କ ସମେତ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପୁରସ୍କାରପ୍ରାପ୍ତ କର୍ମଚାରୀମାନେ ନିଗମ ସମ୍ପର୍କରେ ନିଜ ନିଜର ଅଭିଜ୍ଞତା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ନିଗମର କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ କଲ୍ୟାଣ ପାଇଁ ବହୁବିଦ୍ଧ ପଦକ୍ଷେପ ନେଉଥିବାରୁ ସେମାନେ ଉଭୟ ଓଏମ୍‌ସି ଓ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଓଏମ୍‌ସିର ବିଭିନ୍ନ ଖଣି ଅଞ୍ଚଳରେ ଥିବା କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ମଧ୍ୟ ଲଙ୍ଗ୍‌ ସର୍ଭିସ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ନିଗମ କ୍ରମାଗତ ଭାବେ କର୍ମଚାରୀଙ୍କ ଦକ୍ଷତା ବିକାଶ ଏବଂ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି। ଏହି ଲଙ୍ଗ୍‌ ସର୍ଭିସ୍‌ ଆଓ୍ବାର୍ଡ ତା’ ମଧ୍ୟରୁ ଅନ୍ୟତମ ବୋଲି ନିଗମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri