Posted inଫୁରସତ

ଅଧିକ ସମୟ ଉପବାସ ହୃଦରୋଗର କାରଣ!

ମଧ୍ୟବର୍ତ୍ତୀ ଉପବାସ – ଯେତେବେଳେ ଲୋକମାନେ କେବଳ ଦିନର ନିର୍ଦ୍ଦିଷ୍ଟ ସମୟରେ ଖାଆନ୍ତି ଏହାକୁ ମଧ୍ୟବର୍ତ୍ତୀ ଉପବାସ ବୋଲି କୁହାଯାଉଛି। ନିକଟ ଅତୀତରେ ଏହାର ଲୋକପ୍ରିୟତା ବଢିଛି। କିନ୍ତୁ ବର୍ତ୍ତମାନ ଏକ ନୂତନ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି ଯେ ଏହାକୁ ନେଇ ସତର୍କ ହେବାର ସମୟ ଆସିଛି, ଏହା ଜାଣିବାକୁ ମିଳିଛି ଯେ କେତେକ ମଧ୍ୟବର୍ତ୍ତୀ ଉପବାସରେ ହୃଦଘାତରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ।
ସୋମବାର ଚିକାଗୋରେ ଥିବା ଏକ ଆମେରିକୀୟ ହାର୍ଟ ଆସୋସିଏସନ ବୈଠକରେ ଏହି ଅନୁସନ୍ଧାନଗୁଡିକ ଉପସ୍ଥାପିତ ହୋଇଥିଲା ଏବଂ ମଧ୍ୟବର୍ତ୍ତୀ ଉପବାସର ଏକ ଲୋକପ୍ରିୟ ସଂସ୍କରଣ ଉପରେ ଧ୍ୟାନ ଦିଆଯାଇଥିଲା ଯାହାକି ଆପଣଙ୍କର ସମସ୍ତ ଖାଦ୍ୟକୁ ମାତ୍ର ୮ଘଣ୍ଟା କିମ୍ବା ତା’ଠାରୁ କମ ସମୟ ମଧ୍ୟରେ ଖିଆଯାଇଥାଏ। ଫଳସ୍ବରୂପ ଅତି କମରେ ଦୈନିକ ୧୬ଘଣ୍ଟା ଉପବାସ, ସାଧାରଣତଃ ଏହାକୁ ଟାଇମ ରେଷ୍ଟ୍ରିକଟେଡ ଇଟିଙ୍ଗ ବୋଲି କୁହାଯାଏ।
ଏହି ଅଧ୍ୟୟନରେ ସମଗ୍ର ଯୁକ୍ତରାଷ୍ଟ୍ରରେ ୨୦,୦୦୦ ବୟସ୍କ ବ୍ୟକ୍ତିଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ତଥ୍ୟ ବିଶ୍ଳେଷଣ କରାଯାଇଥିଲା ଏହି ତଥ୍ୟ ୨୦୦୩ରୁ ୨୦୧୮ ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିଲା। ଯେଉଁମାନେ ପ୍ରତ୍ୟେକ ଦିନ ୧୨ ରୁ ୧୬ ଘଣ୍ଟା ମଧ୍ୟରେ ସେମାନଙ୍କ ଖାଦ୍ୟ ଖାଇବାର ଏକ ପାରମ୍ପାରିକ ଖାଦ୍ୟପେୟ ଅନୁସରଣ କରିଥିଲେ। ସେମାନଙ୍କ ତୁଳନାରେ ଯେଉଁମାନେ ୮ ଘଣ୍ଟା ଖାଇବା ଯୋଜନା ପାଳନ କରୁଥିଲେ ସେମାନଙ୍କର ହୃଦଘାତରେ ମୃତ୍ୟୁ ହେବାର ଆଶଙ୍କା ୯୧ ପ୍ରତିଶତ ଅଧିକ।
ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଏହି କ୍ରମାଗତ ବିପଦ ସେହି ଲୋକମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଯେଉଁମାନେ ପୂର୍ବରୁ ଏକ କ୍ରନିକ ରୋଗ କିମ୍ବା କର୍କଟ ରୋଗରେ ପୀଡିତ ଥିଲେ। ହୃଦରୋଗରେ ଆକ୍ରାନ୍ତ ବ୍ୟକ୍ତି, ଯେଉଁମାନେ ସମୟ ସୀମିତ ଖାଇବା ପଦ୍ଧତିକୁ ଅନୁସରଣ କରିଥିଲେ, ହୃଦଘାତ କିମ୍ବା ଷ୍ଟ୍ରୋକରେ ମୃତ୍ୟୁ ହେବାର ଆଶଙ୍କା ୬୬ ପ୍ରତିଶତ ଅଧିକ ଥିଲା। ଯେଉଁମାନେ ଏହି ସମୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, ଯଦି ସେମାନେ ଦିନକୁ ଅତି କମରେ ୧୬ ଘଣ୍ଟା ଖାଇବା ସମୟ ଅନୁସରଣ କରୁଥିବା କର୍କଟ ରୋଗୀଙ୍କ ତୁଳନାରେ ସୀମିତ ସମୟର ଖାଦ୍ୟ ଖାଇବା ପଦ୍ଧତି ଅନୁସରଣ କରନ୍ତି ତେବେ ଏହି ରୋଗରେ ମତ୍ୟୁ ହେବାର ସମ୍ଭାବନା ଅଧିକ।
ଅଧ୍ୟୟନ ଫଳାଫଳରୁ ଜଣାପଡିଛି ଯେ ଯେଉଁମାନେ ଦୀର୍ଘ ସମୟ ଧରି ମଧ୍ୟବର୍ତ୍ତୀ ଉପବାସ ଅଭ୍ୟାସ କରନ୍ତି, ବିଶେଷକରି ହୃଦଘାତ କିମ୍ବା କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅତ୍ୟଧିକ ସତର୍କ ହେବା ଉଚିତ୍‌ ବୋଲି ଏପିଡେମୋଲୋଜି ଏବଂ ବାୟୋଷ୍ଟାଟିଷ୍ଟିକ ବିଭାଗର ମୁଖ୍ୟ ଲେଖକ ତଥା ଭିକ୍ଟର ୱେଞ୍ଜେ ଜୋଙ୍ଗ କହିଛନ୍ତି। ଯେ କି ଚାଇନାର ସାଂଘାଇ ଜିଆଓ ଟୋଙ୍ଗ ୟୁନିଭରସିଟି ସ୍କୁଲ ଅଫ ମେଡିସିନରେ କାର୍ଯ୍ୟରତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ପ୍ରମାଣକୁ ଭିତ୍ତି କରି ଲୋକମାନେ ଯାହା ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ଅପେକ୍ଷା ସେମାନେ କେଉଁ ସମୟରେ ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri