ମିଳିଛି ଗ୍ରୀନ୍‌ ସିଗ୍‌ନାଲ: ପୂରଣ ହେବ ଦୀର୍ଘଦିନର ସ୍ବପ୍ନ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ସହରର ମୁଖ୍ୟରାସ୍ତାରେ ଷ୍ଟ୍ରିଟଲାଇଟ ଲଗାଇବା, ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ, ପୁରୁଷୋତ୍ତମପୁର-ବ୍ରହ୍ମପୁର ରାସ୍ତାର କାଳୀ ମନ୍ଦିର ଛକଠାରୁ ପାଣ୍ଡିଆ ଛକ ମଧ୍ୟରେ ଥିବା ବିଭିନ୍ନ ସାହି ବସ୍ତି ରାସ୍ତା ସଂକୀର୍ଣ୍ଣ ହେତୁ ପାଣ୍ଡିଆ ଛକରୁ ସ୍ବପ୍ନେଶ୍ବର ମନ୍ଦିର ଛକକୁ ଏକ ବାଇପାସ୍‌ ରାସ୍ତା ଲାଗି ସହରବାସୀ ପୂର୍ବରୁ ଦାବି କରିଆସୁଥିଲେ। ଏହି ସବୁ ସମସ୍ୟା ନେଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ସମାଧାନ ଲାଗି ଶନିବାର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସମେତ ରାଜସ୍ବ ବିଭାଗ, ପରିବହନ ବିଭାଗ ଏବଂ ପୂର୍ତ୍ତ ବିଭାଗ ସହ କାର୍ଯ୍ୟକାରୀ ସକାଶେ ଆଲୋଚନା କରିଛନ୍ତି। ଏଥିନେଇ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ଫଳରେ ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଏପରି କି ସହର ମଧ୍ୟ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ଆସିକା-ହୁମ୍ମା ମୁଖ୍ୟ ରାସ୍ତାର କୁମାରୀଠାରୁ ସ୍ବପ୍ନେଶ୍ବର ମନ୍ଦିର ଛକ ପର୍ଯ୍ୟନ୍ତ ପ୍ରାୟ ୨କିମି ରାସ୍ତା ୪ ଲେନ୍‌ ହେବାର ପ୍ରାୟ ଦୁଇ ବର୍ଷ ବିତିଥିଲେ ସୁଦ୍ଧା ରାସ୍ତା ମଝିରେ ଥିବା ଡିଭାଇଡରରେ ଷ୍ଟ୍ରିଟ୍‌ଲାଇଟ ଲାଗି ନ ଥିବା ହେତୁ ସହରଟି ଅନ୍ଧାର ମଧ୍ୟରେ ରହିବା ସହ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ଓ ଅଭିଯୋଗକୁ ଗୁରୁତ୍ୱ ଦେଇ ଖଲ୍ଲିକୋଟ ବିଧାୟିକା ମୁଖ୍ୟ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ଜାନୁୟାରୀ ସୁଦ୍ଧା ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ୧୭୪ଟି ଷ୍ଟ୍ରିଟଲାଇଟ ଲଗାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ପାଣ୍ଡିଆ ଛକଠାରୁ ସ୍ବପ୍ନେଶ୍ବର ମନ୍ଦିର ଛକ ପର୍ଯ୍ୟନ୍ତ ବାଇପାସ ରାସ୍ତା ନିର୍ମାଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏହାର ସର୍ଭେ ଆରମ୍ଭ କରି ଜମି ଅଧିଗ୍ରହଣ ଲାଗି ପଦକ୍ଷେପ ନିଆଯିବ ବୋଲି ଯନ୍ତ୍ରୀ କହିଛନ୍ତି। ଦଲିବିଲଠାରେ ୨ ଏକର ୫୦୦ ଡିସିମିଲ ଜମିରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ପରିବହନ ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପୁରୁଷୋତ୍ତମପୁର ଏବଂ ଖଲ୍ଲିକୋଟ ବ୍ଲକ, ଏନ୍‌ଏସି ଅଞ୍ଚଳର ଜନସାଧାରଣ ଓ ଚାଷୀଙ୍କ ଜମିକୁ ବିଦ୍ୟୁତ୍‌ ଯୋଗାଣ ସହ ଜଳଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ଶକ୍ତି ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ବିଧାୟିକା ଆଲୋଚନା କରିଛନ୍ତି। ଖଲ୍ଲିକୋଟ ରେଳ ଲାଇନ ଓଭରବ୍ରିଜ ନିର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ସହ କଥାହୋଇ ତୁରନ୍ତ ପଦକ୍ଷେପ ନେବା ଲାଗି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri