ବହୁ ଦିନର ଆଶା ହେବ ପୂରଣ: କଲେଜ ଦେଇ ଖୋଲିବ ଲଣ୍ଡେଇସାହି ବାଇପାସ ରାସ୍ତା

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦାଙ୍କ ବହୁ ବର୍ଷର ବାଇପାସ ରାସ୍ତା ଆଶା ଆଗାମୀ ଦିନରେ ପୂରଣ ହେବା ସମ୍ଭାବନା ଦେଖାଦେଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ଲଣ୍ଡେଇସାହି ବାଇପାସ ରାସ୍ତା ହେବାକୁ ଥିବା ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ବିଧାୟକ ନାୟକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ରାସ୍ତା ଖୋଲିବା ଆଶ୍ୱାସନା ବିଧାୟକ ନାୟକ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସୂଚନାଯୋଗ୍ୟ ଯେ, ଲଣ୍ଡେଇସାହିକୁ ଲାଗି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଭଳି ଅନେକ ଅନୁଷ୍ଠାନ ଗଢି ଉଠିଛି। ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଯୋଗୁ ଘର ସଂଖ୍ୟା ମଧ୍ୟ ବହୁତ ବଢ଼ିଯାଇଛି। ଜନସାଧାରଣଙ୍କ ଗମନା ଗମନ ପାଇଁ ଉପଯୁକ୍ତ ରାସ୍ତାଟିଏ ନାହିଁ।
ଲଣ୍ଡେଇ ସାହିରେ ଏକ ମାତ୍ର ମୁଖ୍ୟ ରାସ୍ତା ଅଛି। ଉକ୍ତ ରାସ୍ତାଟି ବହୁତ ସଙ୍କୁଚିତ ହୋଇଯାଇଛି। ଦୈନନ୍ଦିନ ଉକ୍ତ ରାସ୍ତାରେ ହଜାର ହଜାର ଛୋଟ ବଡ ଯାନବାହାନ ଚଳାଚଳ କରୁଛି। ରାସ୍ତା ସଙ୍କୁଚିତ ଯୋଗୁ ଦୈନନ୍ଦିନ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଲୋକେ ବାଇପାସ ରାସ୍ତା ର୍ନିମାଣ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଅନୁରୋଧ କରିଥିଲେ। ବିଧାୟକ ଆଜି ଉକ୍ତ ରାସ୍ତା କିଭଳି ଖୋଲିବ ସେନେଇ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ, ୧୯୬୦ ମସିହାରେ କେଏସୟୁବି କଲେଜ ନିର୍ମାଣ ହୋଇଥିଲା। ଏହାପରେ ୧୯୮୧ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ କେଏସୟୁବି କଲେଜକୁ ଲାଗି ହୋଇଥିଲା। କିନ୍ତୁ ଦୁଇ କଲେଜ ମଝିରେ ଏକ ଦଣ୍ଡା ରାସ୍ତା ଥିଲା। ଉକ୍ତ ଦଣ୍ଡା ରାସ୍ତାକୁ ଉଭୟ କଲେଜ ଅକ୍ତିଆର କରି ପାଚେରୀ ନିର୍ମାଣ କରି ଦେଇଥିଲେ।

ବହୁବର୍ଷ ପୂର୍ବେ ଉକ୍ତ ରାସ୍ତାର ଆବଶ୍ୟକତା ଏତେ ନ ଥିବା ଯୋଗୁ ଲୋକେ ମଧ୍ୟ ସେ ସମୟରେ ପାଚେରୀ ନିର୍ମାଣକୁ ବିରୋଧ କରି ନ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିକଳ୍ପ ରାସ୍ତାର ଆବଶ୍ୟକତା ପଡ଼ିଥିଲା। ଏନେଇ ଲୋକେ ଅନେକ ସମୟରେ ବାଇପାସ ରାସ୍ତା ନିର୍ମାଣ ଦାବିନେଇ ହୋହାଲ୍ଲା କରିଥିଲେ। କିନ୍ତୁ ଲୋକଙ୍କ ଦୁଃଖକୁ କିଏ ଶୁଣି ନ ଥିଲେ। ବର୍ତ୍ତମାନ ବିଧାୟକ ନାୟକ ଉକ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ବିଧାୟକଙ୍କ ଗସ୍ତ ସମୟରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଦାମୋଦର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଧାୟକ ଆଜି ଆସନ୍ତା ୧୬ ତାରିଖ ରେ କଲେଜ ପରିଦର୍ଶନରେ ଆସୁଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ଗସ୍ତ କିଭଳି ସଫଳ ହେବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri