ବହୁ ଦିନର ଆଶା ହେବ ପୂରଣ: କଲେଜ ଦେଇ ଖୋଲିବ ଲଣ୍ଡେଇସାହି ବାଇପାସ ରାସ୍ତା

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦାଙ୍କ ବହୁ ବର୍ଷର ବାଇପାସ ରାସ୍ତା ଆଶା ଆଗାମୀ ଦିନରେ ପୂରଣ ହେବା ସମ୍ଭାବନା ଦେଖାଦେଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ଅପରାହ୍ନରେ ଲଣ୍ଡେଇସାହି ବାଇପାସ ରାସ୍ତା ହେବାକୁ ଥିବା ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ବିଧାୟକ ନାୟକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ରାସ୍ତା ଖୋଲିବା ଆଶ୍ୱାସନା ବିଧାୟକ ନାୟକ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସୂଚନାଯୋଗ୍ୟ ଯେ, ଲଣ୍ଡେଇସାହିକୁ ଲାଗି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଭଳି ଅନେକ ଅନୁଷ୍ଠାନ ଗଢି ଉଠିଛି। ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଯୋଗୁ ଘର ସଂଖ୍ୟା ମଧ୍ୟ ବହୁତ ବଢ଼ିଯାଇଛି। ଜନସାଧାରଣଙ୍କ ଗମନା ଗମନ ପାଇଁ ଉପଯୁକ୍ତ ରାସ୍ତାଟିଏ ନାହିଁ।
ଲଣ୍ଡେଇ ସାହିରେ ଏକ ମାତ୍ର ମୁଖ୍ୟ ରାସ୍ତା ଅଛି। ଉକ୍ତ ରାସ୍ତାଟି ବହୁତ ସଙ୍କୁଚିତ ହୋଇଯାଇଛି। ଦୈନନ୍ଦିନ ଉକ୍ତ ରାସ୍ତାରେ ହଜାର ହଜାର ଛୋଟ ବଡ ଯାନବାହାନ ଚଳାଚଳ କରୁଛି। ରାସ୍ତା ସଙ୍କୁଚିତ ଯୋଗୁ ଦୈନନ୍ଦିନ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଲୋକେ ବାଇପାସ ରାସ୍ତା ର୍ନିମାଣ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଅନୁରୋଧ କରିଥିଲେ। ବିଧାୟକ ଆଜି ଉକ୍ତ ରାସ୍ତା କିଭଳି ଖୋଲିବ ସେନେଇ ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ, ୧୯୬୦ ମସିହାରେ କେଏସୟୁବି କଲେଜ ନିର୍ମାଣ ହୋଇଥିଲା। ଏହାପରେ ୧୯୮୧ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ କେଏସୟୁବି କଲେଜକୁ ଲାଗି ହୋଇଥିଲା। କିନ୍ତୁ ଦୁଇ କଲେଜ ମଝିରେ ଏକ ଦଣ୍ଡା ରାସ୍ତା ଥିଲା। ଉକ୍ତ ଦଣ୍ଡା ରାସ୍ତାକୁ ଉଭୟ କଲେଜ ଅକ୍ତିଆର କରି ପାଚେରୀ ନିର୍ମାଣ କରି ଦେଇଥିଲେ।

ବହୁବର୍ଷ ପୂର୍ବେ ଉକ୍ତ ରାସ୍ତାର ଆବଶ୍ୟକତା ଏତେ ନ ଥିବା ଯୋଗୁ ଲୋକେ ମଧ୍ୟ ସେ ସମୟରେ ପାଚେରୀ ନିର୍ମାଣକୁ ବିରୋଧ କରି ନ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିକଳ୍ପ ରାସ୍ତାର ଆବଶ୍ୟକତା ପଡ଼ିଥିଲା। ଏନେଇ ଲୋକେ ଅନେକ ସମୟରେ ବାଇପାସ ରାସ୍ତା ନିର୍ମାଣ ଦାବିନେଇ ହୋହାଲ୍ଲା କରିଥିଲେ। କିନ୍ତୁ ଲୋକଙ୍କ ଦୁଃଖକୁ କିଏ ଶୁଣି ନ ଥିଲେ। ବର୍ତ୍ତମାନ ବିଧାୟକ ନାୟକ ଉକ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ବିଧାୟକଙ୍କ ଗସ୍ତ ସମୟରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଦାମୋଦର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଧାୟକ ଆଜି ଆସନ୍ତା ୧୬ ତାରିଖ ରେ କଲେଜ ପରିଦର୍ଶନରେ ଆସୁଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ଗସ୍ତ କିଭଳି ସଫଳ ହେବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri