ଦାଦାବଟି ମାଗି ଗିରଫ ହେଲେ ଲୋକନାଥ

ସମ୍ବଲପୁର,୨୭ା୭ (ଶୁଭାଶିଷ ପାଢୀ): ଦାବାବଟି ମାଗିବା ଅଭିଯୋଗରେ ଧନୁପାଲି ଥାନା ଧନୁପାଲି ଛକର ଲୋକନାଥ ମହାନ୍ତିଙ୍କୁ ପୋଲିସ ପୁଣି ଥରେ ଗିରଫ କରିଛି। ଦୁଇଜଣଙ୍କ ଅଭିଯୋଗ କ୍ରମେ ପ୍ରାୟ ଦୁଇଦିନ ହେବ ପୋଲିସ ତାଙ୍କ ପିଛା କରୁଥିବା ବେଳେ ବୁଧବାର ସନ୍ଧ୍ୟାରେ ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ଏସ୍‌ଡିଓ ଅଫିସ ନିକଟରୁ ପୋଲିସ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ପୋଲିସ ପୋଷ୍ଟାଲ ଅଧିକାରୀ, ଆୟକର ବିଭାଗ ଅତିରିକ୍ତ କମିଶନର, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଥିବା ପରିଚୟ ପତ୍ର ଜବତ କରିଛି। ଚଢାଉରେ ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସ ଓ ଏକ ଟିମ୍‌ ସାମିଲ ଥିଲେ। ଏସ୍‌ଡିପିଓ ଦାସ କହିଛନ୍ତି, ଲୋକନାଥ ଦୁଇଦିନ ହେବ ହୀରାକୁଦ ଓ ବୁର୍ଲା ଥାନା ଅଞ୍ଚଳର ଦୁଇଜଣ ଠିକାଦାରଙ୍କଠାରୁ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୋଗ କରିବା ପରେ ପୋଲିସ ଟିମ୍‌ ଗଠନ କରାଯାଇ ଗିରଫ କରାଯାଇଛି ା ଗିରଫ ପରେ ଜଣାପଡିଛି ଯେ, ଲୋକନାଥଙ୍କ ନାମରେ ପୂର୍ବରୁ ୭ରୁ ଅଧିକ ମାମଲା ରହିଛି। ସେ ଜଣେ ପେସାଦାର ଅପରାଧୀ। ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମରେ ମର୍ଫ କରି ବିିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ସହ ଫଟୋ ଉଠାଇ ପୋଷ୍ଟ କରୁଥିଲେ। ଯୁବବର୍ଗଙ୍କୁ ଚାକିରି କରାଇଦେବାକୁ କହି ଟଙ୍କା ନେଉଥିଲେ। ପ୍ରାୟ ୧୦ବର୍ଷ ହେବ ସେ ଲୋକଙ୍କୁ ଠକୁଥିଲେ। ଟଙ୍କା ନେବା ପରେ ସେ ପୁଣି ଅନ୍ୟ ଲୋକଙ୍କୁ ମୋହରା କରୁଥିଲେ। ସହଯୋଗ କରି ଅଭିଯୋଗ କରନ୍ତୁ, ପୋଲିସ ନିଶ୍ଚିତ ଭାବେ ସହଯୋଗ କରିବ ବୋଲି ଏସ୍‌ଡିପିଓ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri