ନୂଆଦିଲ୍ଲୀ,୩୦ା୫: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ପ୍ରସ୍ତୁତି କରିବା ପାଇଁ ଭାରତୀୟ ବ୍ୟାଟର ଲୋକେଶ ରାହୁଲ ଆଗୁଆ ଇଂଲଣ୍ଡ ଟୁର କରିବେ।
ରାହୁଲଙ୍କୁ ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ସହ ଜୁନ ୬ ତାରିଖରେ ଟୁର କରିବାର ଥିଲା। ହେଲେ ସେ ଇଂଲଣ୍ଡ ଲାୟନ୍ସ ଓ ଭାରତ ଏ’ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଅନ୍ଅଫିସିଆଲ ଟେଷ୍ଟରେ ଖେଳିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଅନୁରୋଧ କରିଥିଲେ। ରାହୁଲଙ୍କୁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି।
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ମଧ୍ୟ ରାହୁଲ ଭାରତ ଏ’ ଦଳ ସହିତ ଅଷ୍ଟ୍ରେଲିଆ ଯାଇଥିଲେ। ଇଂଲଣ୍ଡ ଲାୟନ୍ସ ବିପକ୍ଷ ୍ ପ୍ରଥମ ଅନଅଫିସିଆଲ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୬ ତାରିଖରୁ ନର୍ଥାମ୍ପଟନଠାରେ ଖେଳାଯିବ। ଏହି ଅନଅଫିସିଆଲ ସିରିଜ୍ ଭାରତୀୟ ଦଳରେ ସ୍ଥାନ ପାଇଥିବା ଯୁବ ଖେଳାଳିଙ୍କ ଇଂଲିଶ କଣ୍ଡିଶନକୁ ଭଲ ଭାବେ ବୁଝିବା ପାଇଁ ସୁଯୋଗ ପ୍ରଦାନ କରିବ।


