ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ ଆୟୋଜନ ଓ ସମ୍ବଲପୁରୀ ସାହିତ୍ୟ ପରିଷଦର ଆହ୍ବାନ କ୍ରମେ, ଭାଷା ଗବେଷକ ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଗୁରୁ ଭାଗବତ ପ୍ରଧାନ ଉଦ୍‌ଘାଟନ କରିଥିଲେ । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି, ଉତ୍ତରପ୍ରଦେଶ ରାଏବରେଲିର ପରିଚିତ ଖବରଦାତା ଗୌରବ ଅୱସ୍ଥି ଓ ବିନୋଦ ଶୁକ୍ଲା, ଦିଲ୍ଲୀ ସଂଯୁକ୍ତ କିସାନ ମୋର୍ଚ୍ଚାର ଅଫଲାତୁନ, ଔପନ୍ୟାସିକ ଧନପତି ମହାପାତ୍ର, ଅବସରପ୍ରାପ୍ତ ସେନା ଅଧିକାରୀ ନିର୍ମଳ ଦେହେରୀ, ଚାଷୀନେତା ରମେଶ ମହାପାତ୍ର, ସଂଗଠକ ନରେନ୍ଦ୍ର ମହାନ୍ତି, ପ୍ରଦୀପ ସାହୁ ଓ ଦିଲ୍ଲୀପ କୁମାର ଦେବତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସେବା ଭାବନାରେ ସହଭାଗୀ ହେବାପାଇ ଇଚ୍ଛା ପ୍ରକାଶ କରି ସାଂସଦ ପ୍ରଦୀପ ପୁରୋହିତ ନିଜ ଦରମାରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଦିବଂଗତ କବି ପୀତାମ୍ବର ଗୁରୁ, ଅଟଳ ବିହାରୀ ପଣ୍ଡା, ବାଳକୃଷ୍ଣ ଦାଶ ଓ ବିନୋଦ ପଶାୟତଙ୍କ କୃତି ସମ୍ପର୍କରେ ଆଲୋଚନା ଓ ଶ୍ରଦ୍ଧାସୁମନ ଅର୍ପଣ ସହିତ ଉପସ୍ଥିତ ଥିବା କବି ସରୋଜ ଆଚାର୍ଯ୍ୟ ଓ ସଂଗୀତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେବା ସମ୍ମାନରେ ପାର୍ବତୀ ଗିରି ଅନାଥା ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ ଓ ଭାଷାର ଧରସା ସମ୍ମାନରେ ଘାଏ ଦେଖତ କଳାପଟା, ଗାଇସିଲଟର ପରିଚାଳକ ବୈରାଗୀ ସାହୁ ଓ ନୀଳମଣି ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ସୁକୁମାର ଭୋଇ,କବି ସାଗରୀକା ସାହୁ ଓ ଗଣେଶ ପଧାନଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସଂଗଠକ ସୁରେଶ ଚନ୍ଦ୍ର ଭୋଇ ସମାବେଶର ଉଦ୍ଦେଶ୍ୟ ଜ୍ଞାପନ,ଅଧ୍ୟାପକ ସୁବାସ ଭୁଏ ସ୍ବାଗତ,କଥାକାର ତେଜରୁ ବାରିକ ଅତିଥି ପରିଚୟ, ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ସଂଯୋଜନା କରିଥିବା ବେଳେ କବି ଲଳିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ନିଜସ୍ବ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା କରିଥିବା ଦୁତିକା ପ୍ରଧାନ ଓ ସାମନ୍ତ ପ୍ରଧାନଙ୍କଠାରେ କୃତଜ୍ଞତା ପ୍ରକାଶ କରିଥିଲେ । କବି ଗୌରଚରଣ ପ୍ରଧାନଙ୍କ ସଭାପତିତ୍ୱ ଓ ଡ. ନାରାୟଣ ଭୋଇଙ୍କ ସଂଯୋଜନାରେରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ କବି ସମ୍ମିଳନୀରେ ଅତିଥି ଭାବେ ବଳଦେବ ଦୀକ୍ଷିତ, ଅଶୋକ ପୁଜାହାରୀ,ଅର୍ଜୁନ ମେହେର, ଶିବଶଙ୍କର ପ୍ରଧାନ,ରଞ୍ଜନ ପଣ୍ଡା, ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ରାଜେଶ କାରିଆ, ରୁକ୍ମଣ ବିଶ୍ୱାଳ ଓ ମନୋରଞ୍ଜନ ଲୁହା ଯୋଗ ଦେଇଥିଲେ । ଏହି ଅଧିବେଶନରେ କବି ସୁଶାନ୍ତ ଭୋଇ,ଗୋବିନ୍ଦ ମେହେର,କମଳ ଲୋଚନ ପଣ୍ଡା, ଅହଲ୍ୟା ପ୍ରଧାନ, ସାବିତ୍ରୀ ମେହେର,ପୁଷ୍ପାଞ୍ଜଳି ପଣ୍ଡା, ଦୁର୍ବାଦଳ ମେହେର,ଜଟାଧାରୀ ପ୍ରଧାନ, ଅନନ୍ତ ମେହେର, ଲକ୍ଷ୍ମଣ ମଲ୍ଲିକ, ମୋହନ ମହାନନ୍ଦ,ମଣ୍ଟୁ ପ୍ରଧାନ, ରୋହିତ ମେହେର,ଅଶ୍ୱିନୀ ସାହୁ,ଦିଲେଶ ମେହେର, ମକରଧ୍ୱଜ ସାହୁ, ଯୁବରାଜ ଦୀପ, ପ୍ରହଲ୍ଲାଦ ସେଠ, ମହେନ୍ଦ୍ର ସେଠ, ଜଗନ୍ନାଥ ମେହେର,ଗୋପାଳ ଭେସ୍ରା, କିଶୋର ପାତ୍ର, ଦୁର୍ଲଭ ଗଡ଼ତିଆ, ସୁଦାମା ଠେଠୁଆର, ସଦାନନ୍ଦ ମେହେର, ସୁବାସ ମେହେର,ସୁରେନ ମେହେର, ପିଙ୍କୁ ରାନବିଡା,ଯୋଗେଶ୍ୱର ତାଣ୍ଡି ପ୍ରମୁଖ କବିତା ପାଠ କରିଥିଲେ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri