Lok Sabha Election 2024: ଭୋଟର୍‌ ଲିଷ୍ଟରେ ଅଛି କି ନାହିଁ ନାଁ, ଘରେ ବସି ଏପରି କରନ୍ତୁ ଚେକ୍‌

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୧୪। ଆଉ କିଛି ସପ୍ତାହ ପରେ ଘୋଷଣା ହେବ ତାରିଖ। ଏଥିପାଇଁ ସବୁ ପ୍ରାର୍ଥୀଙ୍କ ଛାତିରେ ଛନକା। କାହାକୁ ଟିକେଟ୍‌ ମିଳିବ କାହାକୁ ମିଳିବନି ଏନେଇ ଚାଲିଛି ଧରପଗଡ। ନିର୍ବାଚନ ତ ନୁହେଁ ଦେଶରେ ଏହାକୁ ଏକ ଉତ୍ସବ ରୂପେ ପାଳନ କରାଯାଏ। ଏବେ ରାଜ୍ୟସଭା ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଲୋକସଭା ନିର୍ବାଚନୀ ତାରିଖ ଘୋଷଣା ବାକି ଅଛି। କେବଳ ପ୍ରାର୍ଥି ନୁହେଁ ଭୋଟର୍‌ ମଧ୍ୟ ମତଦାନ କରିବାକୁ ପ୍ରସ୍ତୁତ। ହେଲେ ମତଦାନ କରିବାକୁ ହେଲେ ଆପଣଙ୍କ ପାଖରେ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଭୋଟର ID କାର୍ଡ ରହିବା ଉଚିତ ଏଥିସହ ଆପଣଙ୍କ ନାମ ଭୋଟର ତାଲିକାରେ ରହିବା ଆବଶ୍ୟକ। ଯଦି ଆପଣଙ୍କର ଭୋଟର ତାଲିକାରେ ନାଁ ନାହିଁ ତେବେ ଆପଣ ମତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ କୌଣସି ଟେନସନ ନେବା ଦରକାର ନାହିଁ। ତାଲିକାରେ ନାଁ ଅଛି କି ନାହିଁ ତାହା ମଧ୍ୟ ଘରେ ବସି ମୋବାଇଲରେ ଜାଣିପାରିବେ। ଆସନ୍ତୁ ଜାଣିବା…

ସର୍ବପ୍ରଥମେ ନ୍ୟାଶନାଲ ଭୋଟର ସର୍ଭିସ ପୋର୍ଟାଲ (NVSP) ରେ ଇଲୋକ୍ଟରଲ ସର୍ଚ୍ଚ ପେଜକୁ ଯାଆନ୍ତୁ। ଏଠାରେ ଆପଣ ଭୋଟର ତାଲିକାରେ ଦୁଇଟି ଉପାୟରେ ଆପଣଙ୍କ ନାଁ ପାଇପାରିବେ। ପେଜରେ ଆବଶ୍ୟକ ସୂଚନା ଏଣ୍ଟ୍ରି କରି କିମ୍ବା ଆପଣଙ୍କର ଇଲେକ୍ଟୋରାଲ ଫଟୋ ID କାର୍ଡ (EPIC) ନମ୍ବର ଏଣ୍ଟ୍ରି କରି ନିଜ ନାଁ ପାଇପାରିବେ। କହିରଖୁଛୁ କି, ଭୋଟର ID କାର୍ଡରେ EPIC ନମ୍ବର ବୋଲ୍ଡ ଅକ୍ଷରରେ ଲେଖାଯାଇଛି।

ଯଦି ଆପଣଙ୍କର EPIC ନମ୍ବର ନାହିଁ, ଏହିପରି ଭୋଟର ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରନ୍ତୁ।
ସର୍ବପ୍ରଥମେ ନ୍ୟାଶନାଲ ଭୋଟର ସର୍ଭିସ ପୋର୍ଟାଲ (NVSP) ପେଜ୍‌ ଭିଜିଟ୍‌ କରନ୍ତୁ। ସର୍ଚ୍ଚ କିମ୍ବା ବାୟୋ ଡିଟେଲ୍ସ ଉପରେ କ୍ଲିକ କରନ୍ତୁ । ଏଠାରେ ଆପଣଙ୍କୁ ନାମ, ଲିଙ୍ଗ, ବୟସ, ବିଧାନସଭା ନିର୍ବାଚନମଣ୍ଡଳୀ ଇତ୍ୟାଦି ସୂଚନା ପ୍ରଦାନ କରନ୍ତୁ। ଏହା ପରେ, ଚିତ୍ରରେ ଦେଖାଯାଇଥିବା କୋଡ ଏଣ୍ଟ୍ରି କରନ୍ତୁ ଏବଂ ତା’ପରେ ସର୍ଚ୍ଚ ବଟନ ଉପରେ କ୍ଲିକ କରନ୍ତୁ । ଯଦି ଆପଣଙ୍କର ନାମ ଭୋଟର ତାଲିକାରେ ଅଛି ତେବେ ଆପଣ ସର୍ଚ୍ଚ ବଟନ ତଳେ ଥିବା ସୂଚନା ପାଇପାରିବେ। ଯଦି କିଛି ସୂଚନା ଆସୁନାହିଁ ଏହାର ଅର୍ଥ ଆପଣଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri