Lok Sabha Election 2024: ଭୋଟର୍‌ ଲିଷ୍ଟରେ ଅଛି କି ନାହିଁ ନାଁ, ଘରେ ବସି ଏପରି କରନ୍ତୁ ଚେକ୍‌

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୧୪। ଆଉ କିଛି ସପ୍ତାହ ପରେ ଘୋଷଣା ହେବ ତାରିଖ। ଏଥିପାଇଁ ସବୁ ପ୍ରାର୍ଥୀଙ୍କ ଛାତିରେ ଛନକା। କାହାକୁ ଟିକେଟ୍‌ ମିଳିବ କାହାକୁ ମିଳିବନି ଏନେଇ ଚାଲିଛି ଧରପଗଡ। ନିର୍ବାଚନ ତ ନୁହେଁ ଦେଶରେ ଏହାକୁ ଏକ ଉତ୍ସବ ରୂପେ ପାଳନ କରାଯାଏ। ଏବେ ରାଜ୍ୟସଭା ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଲୋକସଭା ନିର୍ବାଚନୀ ତାରିଖ ଘୋଷଣା ବାକି ଅଛି। କେବଳ ପ୍ରାର୍ଥି ନୁହେଁ ଭୋଟର୍‌ ମଧ୍ୟ ମତଦାନ କରିବାକୁ ପ୍ରସ୍ତୁତ। ହେଲେ ମତଦାନ କରିବାକୁ ହେଲେ ଆପଣଙ୍କ ପାଖରେ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଭୋଟର ID କାର୍ଡ ରହିବା ଉଚିତ ଏଥିସହ ଆପଣଙ୍କ ନାମ ଭୋଟର ତାଲିକାରେ ରହିବା ଆବଶ୍ୟକ। ଯଦି ଆପଣଙ୍କର ଭୋଟର ତାଲିକାରେ ନାଁ ନାହିଁ ତେବେ ଆପଣ ମତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ କୌଣସି ଟେନସନ ନେବା ଦରକାର ନାହିଁ। ତାଲିକାରେ ନାଁ ଅଛି କି ନାହିଁ ତାହା ମଧ୍ୟ ଘରେ ବସି ମୋବାଇଲରେ ଜାଣିପାରିବେ। ଆସନ୍ତୁ ଜାଣିବା…

ସର୍ବପ୍ରଥମେ ନ୍ୟାଶନାଲ ଭୋଟର ସର୍ଭିସ ପୋର୍ଟାଲ (NVSP) ରେ ଇଲୋକ୍ଟରଲ ସର୍ଚ୍ଚ ପେଜକୁ ଯାଆନ୍ତୁ। ଏଠାରେ ଆପଣ ଭୋଟର ତାଲିକାରେ ଦୁଇଟି ଉପାୟରେ ଆପଣଙ୍କ ନାଁ ପାଇପାରିବେ। ପେଜରେ ଆବଶ୍ୟକ ସୂଚନା ଏଣ୍ଟ୍ରି କରି କିମ୍ବା ଆପଣଙ୍କର ଇଲେକ୍ଟୋରାଲ ଫଟୋ ID କାର୍ଡ (EPIC) ନମ୍ବର ଏଣ୍ଟ୍ରି କରି ନିଜ ନାଁ ପାଇପାରିବେ। କହିରଖୁଛୁ କି, ଭୋଟର ID କାର୍ଡରେ EPIC ନମ୍ବର ବୋଲ୍ଡ ଅକ୍ଷରରେ ଲେଖାଯାଇଛି।

ଯଦି ଆପଣଙ୍କର EPIC ନମ୍ବର ନାହିଁ, ଏହିପରି ଭୋଟର ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରନ୍ତୁ।
ସର୍ବପ୍ରଥମେ ନ୍ୟାଶନାଲ ଭୋଟର ସର୍ଭିସ ପୋର୍ଟାଲ (NVSP) ପେଜ୍‌ ଭିଜିଟ୍‌ କରନ୍ତୁ। ସର୍ଚ୍ଚ କିମ୍ବା ବାୟୋ ଡିଟେଲ୍ସ ଉପରେ କ୍ଲିକ କରନ୍ତୁ । ଏଠାରେ ଆପଣଙ୍କୁ ନାମ, ଲିଙ୍ଗ, ବୟସ, ବିଧାନସଭା ନିର୍ବାଚନମଣ୍ଡଳୀ ଇତ୍ୟାଦି ସୂଚନା ପ୍ରଦାନ କରନ୍ତୁ। ଏହା ପରେ, ଚିତ୍ରରେ ଦେଖାଯାଇଥିବା କୋଡ ଏଣ୍ଟ୍ରି କରନ୍ତୁ ଏବଂ ତା’ପରେ ସର୍ଚ୍ଚ ବଟନ ଉପରେ କ୍ଲିକ କରନ୍ତୁ । ଯଦି ଆପଣଙ୍କର ନାମ ଭୋଟର ତାଲିକାରେ ଅଛି ତେବେ ଆପଣ ସର୍ଚ୍ଚ ବଟନ ତଳେ ଥିବା ସୂଚନା ପାଇପାରିବେ। ଯଦି କିଛି ସୂଚନା ଆସୁନାହିଁ ଏହାର ଅର୍ଥ ଆପଣଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri