ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ ପର୍ଯ୍ୟାୟ ମ୍ୟାଚ ଉଦଯାପିତ ହୋଇଯାଇଛି। ଲୋଇସିଂହା ବ୍ଲକ କୁଶଙ୍ଗ ଖେଳ ପଡିଆରେ କୁଶଙ୍ଗ ଓ ବାଦିବାହାଲ ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଶଙ୍ଗକୁ ହରାଇ ବାଦିବାହାଲ ସେମିକୁ ପ୍ରବେଶ କରିଛି।
ସେହିପରି ଆଗଲପୁର ବ୍ଲକ ମୁରଶୁଣ୍ଡି ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚରେ ବଡଟୀକାକୁ ହରାଇ ନଅଗାଁ (ଖ) ସେମିକୁ ଉନ୍ନୀତ ହୋଇଛି। ସେହିପରି ପୁଇଁନ୍ତଳା ବ୍ଲକର ମହିମୁଣ୍ଡା ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚରେ ମହିମୁଣ୍ଡାକୁ ହରାଇ କୁରୁଲ ସେମିକୁ ଉନ୍ନୀତ ହୋଇଛି। ଆସନ୍ତା ୧୩ରେ ପ୍ରଥମ ସେମିଫାଇନାଲ ଖେଳ କୁରୁଲ ଓ ବାଦିବାହାଲ ଏବଂ ଦ୍ବିତୀୟ ସେମିଫାଇନାଲ ନଅଗାଁ (ଖ) ଓ ଲୋଇସିଂହା ଏନଏସିରୁ ବିଜୟୀ ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଭାପତି ରାମଚନ୍ଦ୍ର ସାହୁ ସୁଦିପ ସା ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

