ପାଟଣା ଅବକାରୀ ଥାନାରେ ତାଲା

ପାଟଣା,୨୫ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାସ୍ଥିତ ପାଟଣା ଅବକାରୀ ଥାନା ବାହାର ଓ ଭିତର ଗେଟ୍‌ରେ ଦୀର୍ଘ ଦିନ ହେବ ତାଲା ଝୁଲୁଛି। ସୋମବାର କେତେକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଅବକାରୀ ଥାନା ଅଧିକାରୀଙ୍କୁ ଭେଟିବାକୁ ଆସି ଅନୁରୂପ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରିଥିଲେ। ଉକ୍ତ ଥାନାରେ ମୋଟ ୪ ଜଣ କର୍ମଚାରୀ ମଧ୍ୟରୁ ଜଣେ ସବ୍‌ ଇନ୍ସପେକ୍ଟର, ୨ ଜଣ କନଷ୍ଟେବଳ ନିଯୁକ୍ତି ଥିବା ବେଳେ ଜଣେ ଏଏସଆଇ ମେଡ଼ିକାଲ ଲିଭରେ ଥିବା ଜିଲା ଏକ୍ସାଇଜ ସୁପରି ଟେଣ୍ଟ କହିଛନ୍ତି। ମାତ୍ର କର୍ମଚାରୀ ଥାନାକୁ କେହି ଆସୁ ନ ଥିବା ଅଭିଯୋଗ ହେଉଛି। ପାଟଣା ଥାନା ଅଧୀନରେ ସ୍ବୀକୃତି ପ୍ରାପ୍ତ ପାଟଣା, ସାହାରପଡ଼ା ଓ ତୁରୁମୁଙ୍ଗାରେ ଗୋଟିଏ ଲେଖାଏଁ ବିଦେଶୀ ମଦ ଦୋକାନ ରହିଥିବା ବେଳେ ପାଟଣା, ସାହାରପଡ଼ାରେ ଗୋଟିଏ ଲେଖାଏ ବିଦେଶୀ ମଦ ଭାଟି ଖୋଲିଛି। ଏହା ବ୍ୟତୀତ ପାଟଣା, ସାହାରପଡ଼ା, ତୁରୁମୁଙ୍ଗା, ମଲ୍ଲୀପଶି, କେନ୍ଦେଇ ପଶି, ଟାଙ୍ଗରପଡ଼ା, କ୍ଷୀରେଇ ଟାଙ୍ଗିରି, ବାଉଁଷୁଳି, ବଜାର, ଢ଼ାବା, ହୋଟେଲ, ପାନ ଦୋକାନରେ ବେଆଇନ ଭାବେ ମଦ ବ୍ୟବସାୟ ଚାଲିଥିବା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି। ଅବକାରୀ ଥାନା ଖୋଲୁ ନ ଥିବାରୁ ଏହି ବେଆଇନ ନିଶା କାରବାର ଅହେତୁକ ବୃଦ୍ଧି ପାଇଛି। ଏହି ସବୁ ମଦ୍ୟପ ଲୋକଙ୍କ ଆଡ୍ଡା ଉପରେ ଉଭୟ ଅବକାରୀ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିବାକୁ ବରିଷ୍ଠ କଂଗ୍ରେସ ନେତା ବିନୋଦ ବିହାରୀ ନାଏକ ଦାବି କରିଛନ୍ତି। ପାଟଣା ଅବକାରୀ ଥାନାରେ ସବୁଦିନ ତାଲା ଝୁଲୁଥିବା ପ୍ରସଙ୍ଗରେ ଏକ୍ସାଇଜ ସୁପରିଟେଣ୍ଟ ନାରାୟଣ ମେହେର କହିଛନ୍ତି, ଏ ନେଇ ଇନ୍ସପେକ୍ଟର ପ୍ରିୟମ୍ବଦା ଓଝାଙ୍କୁ କାରଣ ମକାଯିବ।