ଡୋଲିପୁର ସମବାୟ ସମିତି କାର୍ଯ୍ୟାଳୟରେ ତାଲା

ଯାଜପୁର ରୋଡ,୩୦ା୭(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେବା ସମବାୟ ସମିତିଗୁଡ଼ିକ ମାଧ୍ୟମ ହୋଇଥାନ୍ତି। ହେଲେ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଡୋଲିପୁର ସେବା ସମବାୟ ସମିତି ଏହା ମଧ୍ୟରେ ଗୋଟିଏ। କୋରେଇ ବ୍ଲକ ଅଧୀନରେ ୧୮ଟି ସମବାୟ ସମିତି ରହିଛି। ସେଥିମଧ୍ୟରୁ ବ୍ୟାସନଗର ପୌର ପରିଷଦ ଅଧୀନ ୧୫ନଂ. ୱାର୍ଡ ଚୋରଦାଠାରେ ଥିବା ଡୋଲିପୁର ସେବା ସମବାୟ ସମିତି ଅନ୍ୟତମ।
୧୯୬୯ରେ ପ୍ରତିଷ୍ଠିତ ଏହି ସମବାୟ ସମିତି ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ସମବାୟ ସମିତି ଚାଷୀମାନଙ୍କ କୌଣସି କାର୍ଯ୍ୟରେ ଲାଗୁନାହିଁ। ସମିତି ଅଧୀନରେ ଚୋରଦା, ଚାନ୍ଦମା, ନହକା, ଭଟିଆ, ଦାଣ୍ଡିକିରି, ଉମାପଦା, ଝଟିଆ ସାହି, ନଟପଡ଼ା, କୋପଣ୍ଡ, ଦଳା, ମୁଣ୍ଡମାଳ, ଖଣ୍ଡାହତା ଓ ବୀରମଣିପୁର ଆଦି ଅଞ୍ଚଳର ଚାଷୀମାନେ ପଞ୍ଜୀକୃତ ଅଛନ୍ତି। ବର୍ତ୍ତମାନ ମଧ୍ୟ ଉପରୋକ୍ତ ଅଞ୍ଚଳର ଚାଷୀମାନେ ଧାନ, ରବି ଫସଲ ଓ ପନ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଦେଖାଯାଉଛି ଡୋଲିପୁର ସମବାୟ ସମିତି କେବଳ ସଭ୍ୟ ପଞ୍ଜୀକୃତ କରି କାଁ ଭାଁ ଚାଷୀଙ୍କୁ ଋଣ ପ୍ରଦାନ କରିବାରେ ସୀମିତ ରହିଛି। ଚାଷୀମାନେ ଋଣ ପାଇଁ ଗଲାବେଳକୁ କାର୍ଯ୍ୟାଳୟରେ ତାଲା ଝୁଲୁଛି।
ଫଳରେ ଚାଷୀମାନେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଅଧିକ ସୁଧ ହାରରେ ଋଣ ନେବାକୁ ବାଧ୍ୟ ହେଉଛନ୍ତି। ସମବାୟ ସମିତିର ସୁଧହାର ଶତକଡା ୧% ଥିବାବେଳେ ବ୍ୟାଙ୍କଗୁଡ଼ିକ ତାଙ୍କ ନିୟମ ଅନୁସାରେ ଅଧିକ ସୁଧ ନେଇଥାନ୍ତି। ଏଥିଯୋଗୁ ଚାଷୀମାନେ କ୍ଷତି ସହୁଛନ୍ତି। ଅନ୍ୟପକ୍ଷରେ ପ୍ରତି ୩ ବର୍ଷରେ ଥରେ ନିୟମ ଅନୁଯାୟୀ ନିର୍ବାଚନ ହେଉଥିଲେ ମଧ୍ୟ ଏହି ନିର୍ବାଚନ ସମ୍ପର୍କରେ ବହୁ ଚାଷୀ ଅଜ୍ଞ ରହୁଛନ୍ତି। ଫଳରେ ସମିତିର ସଭାପତି ଚଞ୍ଚକତା କରି ୩୦ ବର୍ଷ ଧରି ପଦବୀ ମାଡ଼ି ବସିଛନ୍ତି।
ସମିତିରେ ୧୩୦୦ରୁ ଊର୍ଦ୍ଧ୍ୱ ସଭ୍ୟ ଥିଲେ। ବର୍ତ୍ତମାନ ମାତ୍ର ୧୫୦ଜଣ ଅଛନ୍ତି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଚାଷୀ ଆର୍ଥିକ କ୍ଷତିଗ୍ରସ୍ତ ହୋଇ ଚାଷରୁ ମୁହଁ ଫେରାଉଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଋଣ ଛାଡ଼ ଘୋଷଣା ହେଉଥିବାବେଳେ ଚାଷୀମାନେ ଏହି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବହୁ ବର୍ଷ ପୁରୁଣା ଏହି କାର୍ଯ୍ୟାଳୟଟି ଗୁଳ୍ମଲତାରେ ପରିପୂର୍ଣ୍ଣ ହୋଇରହିଛି। ବର୍ଷାଦିନେ କାର୍ଯ୍ୟାଳୟଟି ପାଣିଘେରରେ ରହିବା ସହ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଏହି ସେବା ସମବାୟ ସମିତି କେବଳ ନାମଫଳକରେ ସୀମିତ ହୋଇ ରହିଛି। ଏଥିପ୍ରତି ରାଜ୍ୟ ସମବାୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିମନ୍ତେ କୋପଣ୍ଡ, ଦଳା, ବୀରମଣିପୁର, ମୁଣ୍ଡମାଳ ଓ ଖଣ୍ଡାହତା ଅଞ୍ଚଳର ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ସମବାୟ ସମିତି ସଭାପତିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri