ଡୋଲିପୁର ସମବାୟ ସମିତି କାର୍ଯ୍ୟାଳୟରେ ତାଲା

ଯାଜପୁର ରୋଡ,୩୦ା୭(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କୃଷି ସମ୍ବନ୍ଧୀୟ ସରକାରୀ ଯୋଜନାଗୁଡ଼ିକ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେବା ସମବାୟ ସମିତିଗୁଡ଼ିକ ମାଧ୍ୟମ ହୋଇଥାନ୍ତି। ହେଲେ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଡୋଲିପୁର ସେବା ସମବାୟ ସମିତି ଏହା ମଧ୍ୟରେ ଗୋଟିଏ। କୋରେଇ ବ୍ଲକ ଅଧୀନରେ ୧୮ଟି ସମବାୟ ସମିତି ରହିଛି। ସେଥିମଧ୍ୟରୁ ବ୍ୟାସନଗର ପୌର ପରିଷଦ ଅଧୀନ ୧୫ନଂ. ୱାର୍ଡ ଚୋରଦାଠାରେ ଥିବା ଡୋଲିପୁର ସେବା ସମବାୟ ସମିତି ଅନ୍ୟତମ।
୧୯୬୯ରେ ପ୍ରତିଷ୍ଠିତ ଏହି ସମବାୟ ସମିତି ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ସମବାୟ ସମିତି ଚାଷୀମାନଙ୍କ କୌଣସି କାର୍ଯ୍ୟରେ ଲାଗୁନାହିଁ। ସମିତି ଅଧୀନରେ ଚୋରଦା, ଚାନ୍ଦମା, ନହକା, ଭଟିଆ, ଦାଣ୍ଡିକିରି, ଉମାପଦା, ଝଟିଆ ସାହି, ନଟପଡ଼ା, କୋପଣ୍ଡ, ଦଳା, ମୁଣ୍ଡମାଳ, ଖଣ୍ଡାହତା ଓ ବୀରମଣିପୁର ଆଦି ଅଞ୍ଚଳର ଚାଷୀମାନେ ପଞ୍ଜୀକୃତ ଅଛନ୍ତି। ବର୍ତ୍ତମାନ ମଧ୍ୟ ଉପରୋକ୍ତ ଅଞ୍ଚଳର ଚାଷୀମାନେ ଧାନ, ରବି ଫସଲ ଓ ପନ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଦେଖାଯାଉଛି ଡୋଲିପୁର ସମବାୟ ସମିତି କେବଳ ସଭ୍ୟ ପଞ୍ଜୀକୃତ କରି କାଁ ଭାଁ ଚାଷୀଙ୍କୁ ଋଣ ପ୍ରଦାନ କରିବାରେ ସୀମିତ ରହିଛି। ଚାଷୀମାନେ ଋଣ ପାଇଁ ଗଲାବେଳକୁ କାର୍ଯ୍ୟାଳୟରେ ତାଲା ଝୁଲୁଛି।
ଫଳରେ ଚାଷୀମାନେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଅଧିକ ସୁଧ ହାରରେ ଋଣ ନେବାକୁ ବାଧ୍ୟ ହେଉଛନ୍ତି। ସମବାୟ ସମିତିର ସୁଧହାର ଶତକଡା ୧% ଥିବାବେଳେ ବ୍ୟାଙ୍କଗୁଡ଼ିକ ତାଙ୍କ ନିୟମ ଅନୁସାରେ ଅଧିକ ସୁଧ ନେଇଥାନ୍ତି। ଏଥିଯୋଗୁ ଚାଷୀମାନେ କ୍ଷତି ସହୁଛନ୍ତି। ଅନ୍ୟପକ୍ଷରେ ପ୍ରତି ୩ ବର୍ଷରେ ଥରେ ନିୟମ ଅନୁଯାୟୀ ନିର୍ବାଚନ ହେଉଥିଲେ ମଧ୍ୟ ଏହି ନିର୍ବାଚନ ସମ୍ପର୍କରେ ବହୁ ଚାଷୀ ଅଜ୍ଞ ରହୁଛନ୍ତି। ଫଳରେ ସମିତିର ସଭାପତି ଚଞ୍ଚକତା କରି ୩୦ ବର୍ଷ ଧରି ପଦବୀ ମାଡ଼ି ବସିଛନ୍ତି।
ସମିତିରେ ୧୩୦୦ରୁ ଊର୍ଦ୍ଧ୍ୱ ସଭ୍ୟ ଥିଲେ। ବର୍ତ୍ତମାନ ମାତ୍ର ୧୫୦ଜଣ ଅଛନ୍ତି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଚାଷୀ ଆର୍ଥିକ କ୍ଷତିଗ୍ରସ୍ତ ହୋଇ ଚାଷରୁ ମୁହଁ ଫେରାଉଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଋଣ ଛାଡ଼ ଘୋଷଣା ହେଉଥିବାବେଳେ ଚାଷୀମାନେ ଏହି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ବହୁ ବର୍ଷ ପୁରୁଣା ଏହି କାର୍ଯ୍ୟାଳୟଟି ଗୁଳ୍ମଲତାରେ ପରିପୂର୍ଣ୍ଣ ହୋଇରହିଛି। ବର୍ଷାଦିନେ କାର୍ଯ୍ୟାଳୟଟି ପାଣିଘେରରେ ରହିବା ସହ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଏହି ସେବା ସମବାୟ ସମିତି କେବଳ ନାମଫଳକରେ ସୀମିତ ହୋଇ ରହିଛି। ଏଥିପ୍ରତି ରାଜ୍ୟ ସମବାୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିମନ୍ତେ କୋପଣ୍ଡ, ଦଳା, ବୀରମଣିପୁର, ମୁଣ୍ଡମାଳ ଓ ଖଣ୍ଡାହତା ଅଞ୍ଚଳର ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ସମବାୟ ସମିତି ସଭାପତିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri