ଭାରତରେ ଲକ୍‌ଡାଉନ୍‌ ଜାରି ହେବା ଜରୁରୀ: ଟାସ୍କ୍‌ଫୋର୍ସ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ ଚିତା ଲିଭିବାର ନାଁ ଧରୁନି। ଏପରିସ୍ଥଳେ କରୋନା ପାଇଁ ଗଠିତ ହୋଇଥିବା ଜାତୀୟ ଟାସ୍କ୍‌ଫୋର୍ସ ସଦସ୍ୟମାନେ ଦେଶରେ କିଛି ସପ୍ତାହର ଲକ୍‌ ଡାଉନ୍‌ ଜାରି କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ସ୍ଥିତିରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି ଟାକ୍ସ୍‌ଫୋର୍ସ ପକ୍ଷରୁ କୁହାଯାଇଛି। ନ୍ୟାଶନାଲ୍‌ ଏକ୍ସ୍‌ପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନେଶନର ଅଧ୍ୟକ୍ଷ ଡ. ଭି.କେ ପଲ ଦେଶରେ ଲକ୍‌ ଡାଉନ୍‌ ଅପରିହାର୍ଯ୍ୟ ହୋଇପଡ଼ିଥିବା କହିଛନ୍ତି। ଭାରତର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ମେଡ଼ିକାଲ ପରାମର୍ଶଦାତା ତଥା ମହାମାରୀ ବିଶେଜ୍ଞ ଡ. ଆନ୍ଥୋନୀ ଫାୟୁସି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଭାରତ ସରକାର ଗତ ୬ ମାସ ଧରି କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ କାମ କରୁଛନ୍ତି। ତେବେ ସାମ୍ପ୍ରତିକ ସ୍ଥିତିରେ କିଛି ସପ୍ତାହର ଲକ୍‌ଡାଉନ୍‌ ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। କରୋନା ସହିତ ଲଢ଼େଇରେ ଅକ୍ସିଜେନ୍‌, ପିପିଇ କିଟ୍‌ ଏବଂ ଔଷଧ ଅପରିହାର୍ଯ୍ୟ। ସଙ୍କଟର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ସମସ୍ତ କାର୍ଯ୍ୟ ସମୀକ୍ଷା ସହିତ ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ, ଚାଇନା ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଲାଗୁ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଭାରତ ପାଇଁ ମଧ୍ୟ ଏଭଳି ପଦକ୍ଷେପ ଜରୁରୀ। ଏହାଦ୍ୱାରା ଭାରତରେ ଦେଖାଦେଇଥିବା କରୋନା ମହାମାରୀ ସ୍ଥିତିରେ ସୁଧାର ଆସିପାରିବ।
ଭାରତରେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ମାର୍ଚ୍ଚ ଆରମ୍ଭରେ ବୈଜ୍ଞାନିକମାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଣଦେଖା କରିଥିବା ଗଣମାଧ୍ୟମ ସଂସ୍ଥା ରଏଟରରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଭଳି ରିପୋର୍ଟ ୟୁଏସ୍‌ ନ୍ୟୁଜ୍‌ ସହିତ ଅନ୍ୟ ଖ୍ୟାତି ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମଧ୍ୟ ପ୍ରକାଶ ପାଇଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନେଟିକ୍ସ୍‌ କନସୋର୍ଟିୟମ (ଇନସାକୋଗ୍‌) ପକ୍ଷରୁ ଦେଶରେ ଦ୍ୱିତୀୟ ଲହରର ଭୟଙ୍କର ରୂପ ସମ୍ପର୍କରେ ରିପୋର୍ଟ ପ୍ରକାଶ କରାଯାଇଥିଲା। ତେବେ ଏହାକୁ ଅଣଦେଖା କରି ସରକାର କୁମ୍ଭମେଳା ସମେତ ଅନ୍ୟ ଧାର୍ମିକ ଉତ୍ସବ ପାଳନ କରିବାକୁ ଅନୁମତି ଦେବା ସହିତ ନିର୍ବାଚନ ରାଲିମାନ କରିଥିଲେ। ସେହିପରି କୃଷି ଆଇନ ବିରୋଧରେ ପ୍ରଦର୍ଶନ ମଧ୍ୟ ଜାରି ରହିଥିଲା। ଅପରପକ୍ଷରେ ଲୋକେ କରୋନାର ଭୟାବହତା ଭୁଲି ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପ୍ରତି ସଚେତନ ହୋଇ ନ ଥିଲେ। ଏନେଇ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇ ନ ଥିଲା। ଏହାର ଫଳ ସ୍ବରୂପ କରୋନା ମହାମାରୀ ଭାରତରେ ତାଣ୍ଡବ ରଚିଥିବା ରଏଟର କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?