ଭାରତରେ ଲକ୍‌ଡାଉନ୍‌ ଜାରି ହେବା ଜରୁରୀ: ଟାସ୍କ୍‌ଫୋର୍ସ

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ ଚିତା ଲିଭିବାର ନାଁ ଧରୁନି। ଏପରିସ୍ଥଳେ କରୋନା ପାଇଁ ଗଠିତ ହୋଇଥିବା ଜାତୀୟ ଟାସ୍କ୍‌ଫୋର୍ସ ସଦସ୍ୟମାନେ ଦେଶରେ କିଛି ସପ୍ତାହର ଲକ୍‌ ଡାଉନ୍‌ ଜାରି କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ସ୍ଥିତିରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି ଟାକ୍ସ୍‌ଫୋର୍ସ ପକ୍ଷରୁ କୁହାଯାଇଛି। ନ୍ୟାଶନାଲ୍‌ ଏକ୍ସ୍‌ପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନେଶନର ଅଧ୍ୟକ୍ଷ ଡ. ଭି.କେ ପଲ ଦେଶରେ ଲକ୍‌ ଡାଉନ୍‌ ଅପରିହାର୍ଯ୍ୟ ହୋଇପଡ଼ିଥିବା କହିଛନ୍ତି। ଭାରତର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ମେଡ଼ିକାଲ ପରାମର୍ଶଦାତା ତଥା ମହାମାରୀ ବିଶେଜ୍ଞ ଡ. ଆନ୍ଥୋନୀ ଫାୟୁସି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଭାରତ ସରକାର ଗତ ୬ ମାସ ଧରି କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ କାମ କରୁଛନ୍ତି। ତେବେ ସାମ୍ପ୍ରତିକ ସ୍ଥିତିରେ କିଛି ସପ୍ତାହର ଲକ୍‌ଡାଉନ୍‌ ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। କରୋନା ସହିତ ଲଢ଼େଇରେ ଅକ୍ସିଜେନ୍‌, ପିପିଇ କିଟ୍‌ ଏବଂ ଔଷଧ ଅପରିହାର୍ଯ୍ୟ। ସଙ୍କଟର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ସମସ୍ତ କାର୍ଯ୍ୟ ସମୀକ୍ଷା ସହିତ ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି ଯେ, ଚାଇନା ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଲାଗୁ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଭାରତ ପାଇଁ ମଧ୍ୟ ଏଭଳି ପଦକ୍ଷେପ ଜରୁରୀ। ଏହାଦ୍ୱାରା ଭାରତରେ ଦେଖାଦେଇଥିବା କରୋନା ମହାମାରୀ ସ୍ଥିତିରେ ସୁଧାର ଆସିପାରିବ।
ଭାରତରେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ମାର୍ଚ୍ଚ ଆରମ୍ଭରେ ବୈଜ୍ଞାନିକମାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଣଦେଖା କରିଥିବା ଗଣମାଧ୍ୟମ ସଂସ୍ଥା ରଏଟରରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଭଳି ରିପୋର୍ଟ ୟୁଏସ୍‌ ନ୍ୟୁଜ୍‌ ସହିତ ଅନ୍ୟ ଖ୍ୟାତି ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମଧ୍ୟ ପ୍ରକାଶ ପାଇଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନେଟିକ୍ସ୍‌ କନସୋର୍ଟିୟମ (ଇନସାକୋଗ୍‌) ପକ୍ଷରୁ ଦେଶରେ ଦ୍ୱିତୀୟ ଲହରର ଭୟଙ୍କର ରୂପ ସମ୍ପର୍କରେ ରିପୋର୍ଟ ପ୍ରକାଶ କରାଯାଇଥିଲା। ତେବେ ଏହାକୁ ଅଣଦେଖା କରି ସରକାର କୁମ୍ଭମେଳା ସମେତ ଅନ୍ୟ ଧାର୍ମିକ ଉତ୍ସବ ପାଳନ କରିବାକୁ ଅନୁମତି ଦେବା ସହିତ ନିର୍ବାଚନ ରାଲିମାନ କରିଥିଲେ। ସେହିପରି କୃଷି ଆଇନ ବିରୋଧରେ ପ୍ରଦର୍ଶନ ମଧ୍ୟ ଜାରି ରହିଥିଲା। ଅପରପକ୍ଷରେ ଲୋକେ କରୋନାର ଭୟାବହତା ଭୁଲି ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପ୍ରତି ସଚେତନ ହୋଇ ନ ଥିଲେ। ଏନେଇ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇ ନ ଥିଲା। ଏହାର ଫଳ ସ୍ବରୂପ କରୋନା ମହାମାରୀ ଭାରତରେ ତାଣ୍ଡବ ରଚିଥିବା ରଏଟର କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗସ୍ତରେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଦିଲ୍ଲୀ ଗସ୍ତ ପୁଣି ଥରେ ରାଜ୍ୟର ନେତୃତ୍ୱ ପରିବର୍ତ୍ତନକୁ ନେଇ ରହିଥିବା କଳ୍ପନା ଜଳ୍ପନାକୁ ଆହୁରି ବଢ଼ାଇଦେଇଛି। କାରଣ...

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି...

ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ ଭାଷଣ…

ନୂଆଦିଲ୍ଲୀ, ୧୬।୮ : ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୫ ଭାଷଣ ରହିଛି। ଏହାକୁ ବହୁ ୟୁଜର ପସନ୍ଦ କରିଛନ୍ତି।...

ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ

ପାଟଣା,୨୮।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଗିରିଜା ଶଙ୍କର ଶିବ ମନ୍ଦିରରେ ବୁଧବାର ରାତିରେ ଦେବଦମ୍ପତିଙ୍କ ଦେବୀ ପାର୍ବତୀ ଓ ଦେବଦେବ...

ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା

ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ...

ରାଜ୍ୟରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା: ବାଗ୍‌ଚୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ତେବେ ଆକ୍ରାନ୍ତ ୧୧୦ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରୁ କୌଣସି...

କଶ୍ମୀରକୁ ନେଇ ଆକ୍ସନ ମୁଡରେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଜମ୍ମୁ କଶ୍ମୀରରେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆକ୍ସନ ମୁଡରେ ଆସିଯାଇଛନ୍ତି। ପଦ ସମ୍ଭାଳିବା ପରେ ଗତ ୪ ଦିନ...

ତଥ୍ୟ ସଂଗ୍ରହ ପାଇ ଗୁପ୍ତଚର ଜାହାଜ ପଠାଇଛି ଚାଇନା

ନୂଆଦିଲ୍ଲୀ,୪ା୧୧: ଓଡ଼ିଶା ଉପକୂଳ ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇପାରେ। ଯାହାର ରେଞ୍ଜ ୨,୨୦୦ କି.ମି....

Advertisement
Archives

Model This Week