ଆଜିଠୁ ରାଜ୍ୟରେ ଲକ୍‌ଡାଉନ: ସାଧାରଣ ଯାତାୟାତ ଉପରେ କଟକଣା

ଭୁବନେଶ୍ୱର,୫/୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ବେଳକୁ ବେଳ ମାଡ଼ି ଚାଲିଛି। କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୮ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାରଠାରୁ ମେ’ ୧୯ତାରିଖ ସକାଳ ୫ଟା ଯାଏ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏଥିସହିତ ସପ୍ତାହାନ୍ତ ଶଟ୍‌ଡାଉନ ମଧ୍ୟ ଜାରି ରହିବ। ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୫ଟା ଯାଏ ଶଟ୍‌ଡାଉନ ଜାରି ରହିବ। ଲକ୍‌ଡାଉନ ସମୟରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ରହିବ। ଲକ୍‌ଡାଉନକୁ କଡ଼ାକଡ଼ି ଭାବେ ପରିଚାଳନା କରିବାକୁ ସମସ୍ତ ଜିଲାର ଏସ୍‌ପି, ପୋଲିସ କମିଶନରଙ୍କୁ ଜଣାଇ ଦିଆଯାଇଛି। ତେବେ ଲକ୍‌ଡାଉନ ସମୟରେ ମାଲ୍‌ ପରିବହନ ଏବଂ ଟିକାକରଣ ଚାଲୁରହିବ। ଟିକା ନେବା ପାଇଁ ଯୋଗ୍ୟ ବ୍ୟକ୍ତି ନିକଟସ୍ଥ କୋଭିଡ୍‌ ଟିକାକରଣ କେନ୍ଦ୍ର(ସିଭିସି)କୁ ଟାକ୍ସି, ଅଟୋରିକ୍ସା କିମ୍ବା ନିଜର ଯାନବାହନ ସାହାଯ୍ୟରେ ଯାଇପାରିବେ। ଏଥିସହିତ ଲୋକମାନେ ସରକାରୀ କିମ୍ବା ଘରୋଇ କୋଭିଡ୍‌ ପରୀକ୍ଷା କେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିପାରିବେ। ଲକ୍‌ଡାଉନ ସମୟରେ ବସ୍‌ ସେବା ବନ୍ଦ ରହିବ। ମେଡିକାଲ କାରଣ ବ୍ୟତୀତ ଅନ୍ୟ କୌଣସି ବାହାନା ଦେଖାଇ ଲୋକମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସମସ୍ତ ପ୍ରକାର ବ୍ୟବସାୟିକ ମେଳା, ବୈଠକ ଆଦି ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସିନେମା ହଲ୍‌, ମଲ୍‌, ମାର୍କେଟ କମ୍ପ୍ଲେକ୍ସ, ଜିମ୍‌ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ଥିଏଟର, ପାର୍କ, ବାର୍‌, ଅଡିଟୋରିୟମ, ମିନାବଜାର ଇତ୍ୟାଦି ବନ୍ଦ ରହିବ। ସେହିପରି ଯାତ୍ରା, ଖୋଲା ମଞ୍ଚ ଉପରେ କଟକଣା ଜାରି କରାଯାଇଛି। ସମସ୍ତ ସେଲୁନ, ବିୟୁଟି ପାର୍ଲର, ସ୍ପା ଇତ୍ୟାଦି ବନ୍ଦ ରହିବ। ସମସ୍ତ ପ୍ରକାର ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକଳାପ ବନ୍ଦ ରହିବ। ବିବାହ ପାଇଁ ୫୦ ଜଣ ଓ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ ଉକ୍ତ କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି।
ତେବେ ଲକ୍‌ଡାଉନ ସମୟରେ ହସ୍ପିଟାଲ, କ୍ଲିନିକ, ଟେଲି ମେଡିସିନ, ସମସ୍ତ ପ୍ରକାର ଔଷଧ ଦୋକାନ, ମେଡିକାଲ ଉପକରଣ ଦୋକାନ, ମେଡିକାଲ ଲାବୋରେଟୋରି, କଲେକ୍ସନ ସେଣ୍ଟର ଖୋଲା ରହିବ। ଔଷଧ ପ୍ରସ୍ତୁତ ୟୁନିଟ୍‌, ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲୁରହିବ। ବ୍ୟାଙ୍କ, ଏଟିଏମ୍‌ କାଉଣ୍ଟର ଖୋଲାରହିବ। ତେଜରାତି, ଦୁଗ୍ଧ, ପନିପରିବା, ମାଛ, ମାଂସ ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ରେଷ୍ଟୁରାଣ୍ଟ ଓ ଢାବାଗୁଡିକରେ କେବଳ ପାର୍ସଲ ବ୍ୟବସ୍ଥା ରହିବ। ହୋମ୍‌ ଡେଲିଭରି, ଇଣ୍ଟରନେଟ୍‌, ଟେଲି କମ୍ୟୁନିକେଶନ, ଇଲେକ୍ଟ୍ରୋନିକ, ଛାପା ଗଣମାଧ୍ୟମକୁ ଅନୁମତି ପ୍ରଦାନ କରାଯାଇଛି। ଗ୍ୟାରେଜ, ଯାନବାହନ ମରାମତି ଦୋକାନ ଖୋଲା ରହିବ। ସମସ୍ତ ପ୍ରକାର କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri