ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି ରହିଛି । ଯାହାକି, ୪ ବର୍ଷ ହେଲା ତାଲା ପଡି ରହିଛି। ଏଠାରେ ପିଲାଙ୍କ ଖେଳିବା ପାଇଁ ଦୋଳି ଓ ଖସଡ଼ା ଓ ବ୍ୟାୟାମ ପାଇଁ ରହିଥିବା ଯନ୍ତ୍ର, ସରଞ୍ଜାମ ସବୁ କଳଙ୍କି ଲାଗିଗଲାଣି। ଏପଟେ କିନ୍ତୁ ଉଦ୍ୟାନର ଉନ୍ନତୀକରଣ ପାଇଁ ପୌର ପରିଷଦ ପକ୍ଷରୁ ନିୟମିତ ବ୍ୟବଧାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ଏବେ ପିଲାମାନଙ୍କ ପରୀକ୍ଷା ସରିଛି । ସହରର କେଉଁ ଆଡେ ବୁଲିବା ପରିବର୍ତ୍ତେ ଉଦ୍ୟାନକୁ ଖେଳିବା ବୁଲିବାକୁ ଗଲେ ତାଲା ପଡିଥିବା ଦେଖି ମନଦୁଃଖରେ ଫେରି ଆସୁଛନ୍ତି । ସେହିପରି ବରିଷ୍ଠ ନାଗରିକମାନେ ମଧ୍ୟ ସନ୍ଧ୍ୟାରେ ଚଲାବୁଲା କରିବା ପାଇଁ ଉଦ୍ୟାନକୁ ଖୋଲିବା ପାଇଁ ଦାବି କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।
୨୦୦୦ ନଭେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଶିଶୁ ଉଦ୍ୟାନକୁ ଉଦ୍‌ଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ଅନେକଥର ଉନ୍ନୟନ କାର୍ଯ୍ୟ କରାଗଲା। ୨୦୨୧ ଜୁଲାଇ ୧୮ ତାରିଖରେ ଯୁବସେବା ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ସ୍ମାର୍ଟ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ସେହିଦିନଠାରୁ ଉନ୍ନୟନ କାର୍ଯ୍ୟ ଦୂରେ ଥାଉ ଉଦ୍ୟାନରେ ୨୪ ଘଣ୍ଟା ତାଲା ପଡି ରହୁଛି। ଉଦ୍ୟାନ ପରିସରରେ ଲାଗିଥିବା ଲାଇଟ ଗୁଡିକ ମଧ୍ୟ ଏବେ ଆଉ ନାହିଁ । ଭିତରେ ନିର୍ମାଣ ହୋଇଥିବା ରାସ୍ତା ଭୁଶୁଡି ଗଲାଣି । ସବୁଆଡେ ଏବେ ଅନାବନା ଗଛ ଦେଖିବାକୁ ମିଳୁଛି ଏନେଇ ପୌର ପ୍ରଶାସନ ଓ ଜିଲାପାଳ ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱରତ୍‌ ସହ ନେଇ ଉଦ୍ୟାନର ଉନ୍ନତି କରଣ କରିବା ସହ ତାଲା ଖୋଲିବା ବ୍ୟବସ୍ଥା କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri