ଭଦ୍ରକ ଜିଲାରେ ବଢ଼ିଚାଲିଛି ଲୋକାଲ୍‌ କେସ୍‌: ଆଜି ବି ୭୬ ପଜିଟିଭ୍‌

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଜିଲାରୁ ଶନିବାର ୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୬ରେ ପହଞ୍ଚିଛି। ତେବେ ଲଗାତାର ଭାବେ ଭଦ୍ରକରେ ଚିହ୍ନଟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆଜିର ସମସ୍ତ ଆକ୍ରାନ୍ତ ମଧ୍ୟ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। କିଛିଦିନ ହେବ ଜିଲାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତମାନେ ସ୍ଥାନୀୟ ଅଞ୍ଚଳର ହେଉଥିବାରୁ ଭଦ୍ରକ ପାଇଁ ଚିନ୍ତା ବଢ଼ିଛି। ତେବେ ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୭୫ ଜଣ ସୁସ୍ଥ ହୋଇଥିବା ବେଳେ ୭୬୩ ଜଣ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ଘଟିଛି।