Posted inଜାତୀୟ

ଏଲ୍‌ଓସି-ଏଲ୍‌ଏସି ଉପରେ ମହାକାଶରୁ ରହିବ କଡ଼ା ନଜର

ହାଇଦ୍ରାବାଦ୍‌,୭।୧୧: ଏଲ୍‌ଓସି ଏବଂ ଏଲ୍‌ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଇଓଏସ୍‌-୦୧ ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି। ପୂର୍ବରୁ ଏହାକୁ ଅପରାହ୍ନ ୩ଟା ୨ରେ ଉତ୍‌କ୍ଷେପଣ କରିବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ବଜ୍ରପାତ ହେବାରୁ ଉତ୍‌କ୍ଷେପଣରେ ଡେରି ହୋଇଥିଲା। ଏହାଯୋଗୁ ରକେଟର ଇଲୋକ୍ଟ୍ରୋନିକ୍ସ୍‌ ଯାନ୍ତ୍ରାଶଂ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିଲା। ପିଏସ୍‌ଏଲ୍‌ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯାଇଛି। ଇଓଏସ୍‌-୦୧ ସହିତ ଇସ୍ରୋ ପକ୍ଷରୁ ମୋଟ ୧୦ଟି ଉପଗ୍ରହ ପ୍ରେରଣ କରାଯାଇଛି। ସେଥିମଧ୍ୟରେ ଆମେରିକାର ୪, ଲୁଜେମ୍‌ବର୍ଗର ୪ ଏବଂ ଲିଥୋନିଆର ଗୋଟିଏ ଉପଗ୍ରହ ରହିଛି। ଏସବୁ ଉପଗ୍ରହ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ ସହିତ ହୋଇଥିବା ଏକ ବ୍ୟବସାୟିକ ବୁଝାମଣା ଅନ୍ତର୍ଗତ ମହାକାଶକୁ ଇସ୍ରୋ ସହାୟତାରେ ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବରରେ ଇସ୍ରୋ ପକ୍ଷରୁ ଜିସାଟ୍‌-୧୨-ଆର୍‌ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ଲାଗି ଯୋଜନା କରାଯାଇଛି। ଏହାକୁ ପିଏସ୍‌ଏଲ୍‌ଭି-ସି୫୦ ରକେଟ ଦ୍ୱାରା ମହାକାଶକୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’...

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର...

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬...

ଗଲଓ୍ବାନ୍‌ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବେସିକ୍‌ ଏକ୍ସଚେଞ୍ଜ୍‌ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ୍‌ (ବିଇସିଏ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଦୁଇଟି...

ଟିକା ବଦଳରେ ଦିଆଯାଇଛି ଲୁଣ ପାଣି

ମୁମ୍ବାଇ, ୨୫।୬: ମହାରାଷ୍ଟ୍ରର ମୁମ୍ବାଇ ମହାନଗରୀରେ ପ୍ରାୟ ୨,୦୦୦ ଲୋକଙ୍କୁ କୋଭିଡ୍‌-୧୯ର ନକଲି ଟିକା ଦିଆଯାଇଛି। ସେହିପରି ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟ ୫୦୦ ଲୋକ ଏଭଳି...

ସଂକ୍ରମଣ ହାର ୨.୯୮ ପ୍ରତିଶତ…

ନୂଆଦିଲ୍ଲୀ, ୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଆଜି ଦେଶରେ ଗୋଟିଏ ଦିନିଆ ରାଜକୀୟ ଶୋକ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି...

ସେନା ପ୍ରତ୍ୟାହାରରେ ସାଲିସ୍‌ ନାହିଁ

ନୂଆଦିଲ୍ଲୀ,୧୯ା୭: ଚାଇନା ସୈନ୍ୟମାନେ ତୁରନ୍ତ ପଙ୍ଗଓଙ୍ଗ ସୋ ଅଞ୍ଚଳ ଖାଲି କରନ୍ତୁ ଓ ମେ’ ୫ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣନ୍ତୁ। ଦୁଇଦେଶର ସେନା କମାଣ୍ଡର...

Advertisement
Archives

Model This Week