Posted inଜାତୀୟ

ଏଲ୍‌ଓସି-ଏଲ୍‌ଏସି ଉପରେ ମହାକାଶରୁ ରହିବ କଡ଼ା ନଜର

ହାଇଦ୍ରାବାଦ୍‌,୭।୧୧: ଏଲ୍‌ଓସି ଏବଂ ଏଲ୍‌ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଇଓଏସ୍‌-୦୧ ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି। ପୂର୍ବରୁ ଏହାକୁ ଅପରାହ୍ନ ୩ଟା ୨ରେ ଉତ୍‌କ୍ଷେପଣ କରିବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ବଜ୍ରପାତ ହେବାରୁ ଉତ୍‌କ୍ଷେପଣରେ ଡେରି ହୋଇଥିଲା। ଏହାଯୋଗୁ ରକେଟର ଇଲୋକ୍ଟ୍ରୋନିକ୍ସ୍‌ ଯାନ୍ତ୍ରାଶଂ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିଲା। ପିଏସ୍‌ଏଲ୍‌ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯାଇଛି। ଇଓଏସ୍‌-୦୧ ସହିତ ଇସ୍ରୋ ପକ୍ଷରୁ ମୋଟ ୧୦ଟି ଉପଗ୍ରହ ପ୍ରେରଣ କରାଯାଇଛି। ସେଥିମଧ୍ୟରେ ଆମେରିକାର ୪, ଲୁଜେମ୍‌ବର୍ଗର ୪ ଏବଂ ଲିଥୋନିଆର ଗୋଟିଏ ଉପଗ୍ରହ ରହିଛି। ଏସବୁ ଉପଗ୍ରହ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ ସହିତ ହୋଇଥିବା ଏକ ବ୍ୟବସାୟିକ ବୁଝାମଣା ଅନ୍ତର୍ଗତ ମହାକାଶକୁ ଇସ୍ରୋ ସହାୟତାରେ ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବରରେ ଇସ୍ରୋ ପକ୍ଷରୁ ଜିସାଟ୍‌-୧୨-ଆର୍‌ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ଲାଗି ଯୋଜନା କରାଯାଇଛି। ଏହାକୁ ପିଏସ୍‌ଏଲ୍‌ଭି-ସି୫୦ ରକେଟ ଦ୍ୱାରା ମହାକାଶକୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?