Posted inଜାତୀୟ

ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦୁଇମାସ ହେଲା ଟାର୍ଗେଟ ପୂରଣ କରିବା ପାଇଁ ସିନିୟରମାନେ ତାଙ୍କ ଉପରେ ଅତ୍ୟଧିକ ଚାପ ପକାଉଥିଲେ। ଟାର୍ଗେଟ ପୂରଣ ନ କରିପାରିଲେ, ଛଟେଇ କରାଯିବ ବୋଲି ସେମାନେ ଧମକ ଦେଉଥିଲେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ତରୁନ ସାକ୍ସେନା ଆତ୍ମହତ୍ୟା କରିଥିବା ଏକ ଚିଠିରେ ଲେଖିଛନ୍ତି। ତେବେ ଫାଇନାନ୍ସ କମ୍ପାନୀ ଉକ୍ତ ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ତରୁନ୍‌ଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ଘରୋଇ ସହାୟକ ସୋମବାର ସକାଳେ ଜାଣିବାକୁ ପାଇଥିଲେ। ତରୁନ ତାଙ୍କ ମା’ ବାପା, ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହୁଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ରୁମ୍‌ରେ ତାଲା ପକାଇ ଦେଇଥିଲେ।

ସ୍ତ୍ରୀଙ୍କୁ ଲେଖିଥିବା ୫ ପୃଷ୍ଠାର ଚିଠିରେ ତରୁନ କହିଛନ୍ତି, ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଟାର୍ଗେଟ ପୂରଣ କରିପାରି ନ ଥିଲେ। ତାଙ୍କୁ ଉକ୍ତ ଅଞ୍ଚଳରେ ଫାଇନାନ୍ସ ଋଣ କିସ୍ତି ଆଦାୟ ଦାୟିତ୍ୱ ଦିଆଯାଇଥିଲା। ଟାର୍ଗେଟ ପୂରଣ ହେଉ ନ ଥିବାରୁ ଚାକିରି ହରାଇବା ନେଇ ସେ ଚିନ୍ତାରେ ରହୁଥିଲେ।

ଋଣ କିସ୍ତି ଆଦାୟ କରି ନ ପାରିଲେ, ନିଜେ ଭରିବାକୁ ପଡୁଥିଲା। ବରିଷ୍ଠ ଅଧିକାରୀଙ୍କୁ ଅସୁବିଧା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ତରୁନ୍‌ ୪୫ ଦିନ ହେଲା ଶୋଇ ନ ଥିବାବେଳେ ଖାଇବା ଏକପ୍ରକାର ଛାଡ଼ି ଦେଇଥିଲେ ବୋଲି ଚିଠିରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri