ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି ୫ଟି ଏସ୍‌ବିଏମ୍‌ଏଲ୍‌ (ସିଙ୍ଗଲ ବ୍ୟାରେଲ୍‌ ମଜଲ୍‌ ଲୋଡିଂ) ବନ୍ଧୁକ ସମେତ ବନ୍ଧୁକ ନିର୍ମାଣରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ୧୧ ତାରିଖ ରାତି ପ୍ରାୟ ୨ଟା ସମୟରେ ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି-ଗୋପନାଗର ଛକ ଅଞ୍ଚଳରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାରସିଂ ଥାନା ଓ ଗାଲେରୀ ପୋଲିସର ମିଳିତ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ପୋଲିସ ବିଲେଇଶାହି ଗ୍ରାମର ୩ ଜଣଙ୍କୁ ଗିରଫ କରିଥିଲା। ତଲାସି ବେଳେ ସେମାନଙ୍କ ନିକଟରୁ ୫ଟି ଦେଶୀ ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ ଜବତ ହୋଇଥିଲା।

ଏଥିସହ ଗୋପନାଗର ଛକ ହାଟରେ ଥିବା ସନ୍ଦିଗ୍ଧ ବନ୍ଧୁକ ନିର୍ମାଣସ୍ଥଳରୁ ୧ଟି ସ୍ନାଇଡର୍‌, ୨ଟି ଡ୍ରିଲ୍‌ ମେସିନ୍‌, ୨ଟି ବ୍ଲୋଅର୍‌, ୨ଟି ଇଲେକ୍ଟ୍ରିକ୍‌ ପାଲୁ ମେସିନ୍‌, ୧ଟି ଇଲେକ୍ଟ୍ରିକ୍‌ କଟର, ୧ଟି ଟ୍ରିଗର ମେକାନିଜମ୍‌, ୪ଟି ହାମର୍‌, ୨ଟି ଭାଇସ୍‌ ପ୍ରେସ୍‌ ମେସିନ୍‌, ୨ଟି ହ୍ୟାଣ୍ଡ ପାଲୁ ମେସିନ୍‌, ୩ଟି ଚିମୁଟା, ୨ଟି ହଲୋ ରଡ୍‌, ୪ଟି ଫାଇଲ୍‌, ୧ଟି ମଜଲ୍‌ ବ୍ୟାରେଲ୍‌, ୧ଟି ମୋଟର, ୧ଟି ଆରି/କଟର ଏବଂ ୧ଟି ଶାର୍ପେନିଂ ଷ୍ଟୋନ୍‌ ଜବତ କରାଯାଇଛି।

ପୋଲିସର କହିବା ଅନୁଯାୟୀ, ଜବତ ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତିରୁ ଉକ୍ତ ସ୍ଥାନରେ ଅନୁମତିବିହୀନ ଭାବେ ବନ୍ଧୁକ ନିର୍ମାଣ ହେଉଥିବାର ପ୍ରମାଣ ମିଳିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ଏଠାରେ ବନ୍ଧୁକ ତିଆରି କରି ବେଆଇନ ଭାବେ ଗ୍ରାହକଙ୍କୁ ଯୋଗାଉଥିବା ନେଇ ସୂଚନା ଦେଇଥିବା ପୋଲିସ ପ୍ରକାଶ କରିଛି।

ଏନେଇ ତାରସିଂ ଥାନାରେ କେସ୍‌ ନଂ. ୩୩୭/୧୨.୦୯.୨୦୨୬ ରୁଜୁ ହୋଇଛି। ଆର୍ମସ୍‌ ଆକ୍ଟର ଧାରା ୨୫(୧)(a), ୨୫(୧-ବି)(a) ଓ ୨୫(୧-ବି)(c) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାରସିଂ ଥାନା ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ବେଆଇନ ବନ୍ଧୁକ ନିର୍ମାଣ, ବିକ୍ରି ଓ ଯୋଗାଣରେ ସମ୍ପୃକ୍ତ ନେଟୱର୍କ ଏବଂ ଅସ୍ତ୍ରଶସ୍ତ୍ର ପାଇଁ କଞ୍ଚାମାଲର ଉତ୍ସ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଆଇପିଏଲ ୨୦୨୭ ପାଇଁ ସିଏସ୍‌କେର ମାଷ୍ଟରଷ୍ଟ୍ରୋକ, ୨ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେଲେ ଆଉ ୨ ନୂଆ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୫।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ନଭେମ୍ବର ୧୭ ତାରିଖ ସୁଦ୍ଧା ବିସିସିଆଇକୁ ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?