ପରିବେଶର ଶତ୍ରୁ ବେଆଇନ ଇଟାଭାଟି

କେନ୍ଦ୍ରାପଡ଼ା ଅଫିସ,୧୦ା୧୧: ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ଇଟାଭାଟି ବଢ଼ି ଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ମାଟି ଇଟା ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ପରିବେଶର ଶତ୍ରୁ ସାଜିଛି ଓ ପ୍ଲାଏଆସ୍‌ ଇଟା ନିର୍ମାତାକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହିତ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ଭାବେ ଦେଖିବାକୁ ମିଳୁଛି। କ୍ରେତାମାନେ ଗାଡ଼ିରୁ ଅନ୍‌ଲୋଡ ପରେ ଇଟାକୁ ଗଣିନେବାକୁ ବୁଦ୍ଧିଜୀବୀମାନେ ସଚେତନ କରାଇଛନ୍ତି।
ଏ ସମ୍ପର୍କରେ ଯୁବ ଶିଳ୍ପଦ୍ୟୋଗୀ ଦେବାଶିଷ ସାମଲ କହିଛନ୍ତି, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ହୋଇପାରିବ ନାହିଁ। ଏଥିପାଇଁ ପାୱାର ଥର୍ମାଲ ପ୍ଲାଣ୍ଟରୁ ନିର୍ଗତ ସି ଗ୍ରେଡ ପ୍ଲାଏ ଆସ୍‌କୁ ଇଟାରେ ପରିଣତ କରିବାକୁ ରାଜ୍ୟ ସରକାର ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହିତ କରୁଛନ୍ତି। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁନାହାନ୍ତି। ମାଟି ଇଟା ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି। ଏହା ଯୁବ ଶିଳ୍ପଦ୍ୟୋଗୀଙ୍କୁ ଚିନ୍ତାରେ ପକାଇଛି। ପ୍ଲାଏଆସ୍‌ ଇଟା କାରଖାନା ମାଲିକ ବ୍ୟାଙ୍କ ଋଣ ସୁଝି ପାରୁ ନ ଥିବା ସେ କହିଛନ୍ତି। ଦୁତିଆଳର ଶିକ୍ଷାବିତ୍‌ ଅଜୟ କୁମାର ସାମଲ କୁହନ୍ତି, ଖରା ତାତି ସହିତ ଇଟାଭାଟିର ଧୂଅଁା ପରିଣତ ବୟସ ପାଇଁ ଅଭିଶାପ ପାଲଟିଛି। ଶ୍ୱାସ ରୋଗୀ ଏହାର ଧୂଆଁରେ ଅଣନିଃଶ୍ୱାସୀ ହେଉଛନ୍ତି। ଜିଲାରେ ଏବେ ମାଟିଇଟା ବ୍ୟବସାୟ ବଢ଼ିଚାଲିଛି। ଜିଲାରେ ପ୍ରବାହିତ ନଦୀ ପଠା ସେମାନଙ୍କ ବ୍ୟବସାୟ ପାଇଁ ମୂଳଧନ ହୋଇଛି। ମାଟିଇଟାକୁ ଜିଲାର ବିଭିନ୍ନ ଅଞ୍ଚଳ ସହିତ କଟକ, ଭୁବନେଶ୍ୱର, ଜଗତସିଂହପୁର, ପାରାଦୀପ, କଳିଙ୍ଗନଗର ଆଦିକୁ ଚାଲାଣ କରାଯାଉଛି। ସେହିପରି ଇଟାଭାଟି ନିର୍ମାତା ଶିଶୁ ଶ୍ରମିକ ସହିତ ବାହାର ରାଜ୍ୟର ଲୋକଙ୍କୁ ନିୟୋଜିତ କରୁଛନ୍ତି। ଡେରାବିଶର ବିଜୟ ପରିଡା କହିଛନ୍ତି, ନକଲି ଖାଦ୍ୟ, ସିମେଣ୍ଟ ପରି ଏବେ ପରିବହନରେ ହେରାଫେରି ବଢ଼ିଯାଇଛି। କୌଣସି କ୍ରେତା ଭାଟିରୁ ଇଟା ଆଣିବା ପାଇଁ ବ୍ୟବସାୟୀଙ୍କ ସହିତ ମୂଲଚାଲ କରି ଅର୍ଥ ପ୍ରଦାନ କରୁଛନ୍ତି। ତେବେ ନିର୍ଦ୍ଧାରିତ ଇଟା ପହଞ୍ଚତ୍ବା ପୂର୍ବରୁ ଗାଡ଼ି ଚାଳକ ସେଥିରୁ କିଛି କାଢ଼ି ଜାତୀୟ ରାଜପଥରେ କେତେଜଣ ବ୍ୟକ୍ତିଙ୍କୁ ବିକ୍ରି କରୁଛନ୍ତି। ଏହି ଚୋରି ରୋକିବା ପାଇଁ କ୍ରେତା ଇଟା ଅନ୍‌ଲୋଡ୍‌ ପରେ ଗଣି ନେବା ଉଚିତ୍‌। ମାଟି ଇଟା ନିର୍ମାଣ ସମ୍ପର୍କରେ ଜଣେ ଭାଟି ମାଲିକ କହିଛନ୍ତି, ମାଟି ଘର ବଦଳରେ ସମସ୍ତେ କୋଠା ଘରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଉଛନ୍ତି। ଜିଲାରେ ଫ୍ଲାଏ ଆସ୍‌ ଶିଳ୍ପ କମ ଥିବାରୁ ଏହାର ଚାହିଦା ପୂରଣ ପାଇଁ ମାଟି ଇଟାକୁ କ୍ରେତା ଆଗ୍ରହ ପ୍ରକାଶ କରୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ମାଟି ଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ଜାରି କରିଥିଲେ। ସେହିପରି ନଦୀ ପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ରେ ନିର୍ଦ୍ଦେଶ ଦେଇଛନ୍ତି। ମାଟି ଇଟା ନିର୍ମାଣ ସମୟରେ ପରିବେଶ ଉପରେ ପ୍ରଭାବ ପକାଉଥିବାରୁ ତାହା ବନ୍ଦ ରହିଛି ବୋଲି ସେ ମତ ଦେଇଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ନଦୀପଠାରୁ ବେଆଇନ ଭାବେ ବାଲି ଚାଲାଣ ଓ ମାଟି ଇଟା ନିର୍ମାଣ ଉପରେ ରୋକ୍‌ ଲଗାଯାଇଛି। ଏନେଇ ପ୍ରତ୍ୟେକ ତହସିଲସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri