ବନ୍ଦ ଯୋଗୁ ଜୀବନଜୀବିକା ଠପ୍‌

କୋରାପୁଟ/ଲମତାପୁଟ/ସୁନାବେଡ଼ା/ ସେମିଳିଗୁଡ଼ା/ଜୟପୁର/ପଟ୍ଟାଙ୍ଗି/ ନନ୍ଦପୁର, ୨୦।୪: (ସ୍ବ.ପ୍ର./ଡି.ଏନ୍‌.ଏ./ନି.ପ୍ର.) ସମ୍ବଲପୁରରେ ଘଟିଥିବା ହିଂସା ପ୍ରତିବାଦରେ ବୁଧବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ କୋରାପୁଟରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି। ଏହି ସମୟରେ ଗାଡି ଚଳାଚଳ ଠପ ସାଙ୍ଗକୁ ଦୋକାନବଜାର ବନ୍ଦ ରହିଥିଲା । ବନ୍ଦ ଯୋଗୁ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରଭାବିତ ହୋଇଥିଲା। ସେହିପରି ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଭାଜପା ସମେତ ବହୁ ସଙ୍ଗଠନ ଏହି ବନ୍ଦକୁ ସମର୍ଥନ କରିଥିଲେ। ଭାଜପା ନେତା ପୂର୍ଣ୍ଣିମା ନାୟକ, ଭାଗୀରଥି ପାଟନିଆ, ଦେବୀ ପ୍ରସାଦ କରଙ୍କ ସମେତ ବହୁ ନେତା ଓ କର୍ମୀ ବନଦ ପାଳନରେ ସାମିଲ ହୋଇଥିଲେ। ଥିଲୋ
ବ୍ଲକରେ ମଧ୍ୟ ବୁଧବାର ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଛି। ଲମତାପୁଟରେ ଦୋକାନ ବଜାର ସହ ଗାଡ଼ିମୋଟର ଚଳାଚଳ ବନ୍ଦ ଥିଲା। ଗାଡ଼ି ବନ୍ଦ ଯୋଗୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ସୁନାବେଡ଼ା ଓ ସେମିଳିଗୁଡ଼ାରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ଜରୁରୀ ସେବାକୁ ବାଦ୍‌ ଦେଇ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା। ସହରରେ ରହିଥିବା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ଏହି ବନ୍ଦରେ ବିଶ୍ୱ ହିନ୍ଦୁ ପରିଷଦ, ଆର୍‌ଏସ୍‌ଏସ୍‌, ବଜରଙ୍ଗ ଦଳ, ବଣିକ ସଂଘ କର୍ମକର୍ତ୍ତା ଓ ଭାଜପା କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।
ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହାକୁ ଭାଜପା, ବଜରଙ୍ଗ ଦଳ ସହ ବିଭିନ୍ନ ହିନ୍ଦୁ ସଙ୍ଗଠନ ସମର୍ଥନ ଦେଇଥିଲେ। ସମ୍ବଲପୁର ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ବିରୋଧକରି ବିଶ୍ୱ ହିନ୍ଦୁ ପରିଷଦ ସମେତ ସମସ୍ତ ହିନ୍ଦୁ ସମାଜ ଏକାଠି ହୋଇ ସକାଳ ୬ଟାଠାରୁ ସନ୍ଧ୍ୟାା ୬ ଟା ଯାଏ ବନ୍ଦ ପାଳନ କରିଥିଲେ। ମୁଖ୍ୟ ଟ୍ରାଫିକ ଛକଠାରେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଉଭୟ ପଟ ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିଲା। ଏସ୍‌ଡିପିଓ ହରିଶ ବିଶିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା। ବନ୍ଦ ପାଳନରେ ବାବୁ ଭାଇ ବଜରଙ୍ଗୀ, ବରୁଣ ଜୈନ, ବିନୋଦ ଚତୁର୍ବେଦୀ, ଗୌତମ ସାମନ୍ତରାୟ, ଗୁଲି ସାହୁ, ଅଭି ନାୟକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।
ପଟ୍ଟାଙ୍ଗି ବ୍ଲକ ବସ୍‌ଷ୍ଟାଣ୍ଡ ଉପରେ ସ୍ଥାନୀୟ ବଜରଙ୍ଗୀ ଦଳ, ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ସକାଳ ୬ଟାରୁ ଜାତୀୟ ରାଜପଥରେ ପତାକା ଲଗାଇ ରାସ୍ତା ଉପରେ ବସି ପ୍ରତିବାଦ ଜଣାଇଥିଲେ। । ଏହି ସମୟରେ ଉଭୟ ଆନ୍ଧ୍ର ଓ ଛତିଶଗଡ଼ ଅଭିମୁଖେ ଯାତାୟାତ କରୁଥିବା ସମସ୍ତ ଟ୍ରକ୍‌ ଏବଂ ବସ୍‌ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବନ୍ଦ ପାଳନ ବ୍ଲକର ଗାଙ୍ଗମାଁ ମନ୍ଦିର ନିକଟରେ ମଧ୍ୟ କରାଯାଇଥିଲା। ଅପରାହ୍ନ ୩ଟାରେ ଜାତୀୟ ରାଜପଥ ଅବରୋଧକୁ ପ୍ରତ୍ୟାହାର କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ମଣ୍ଡଳର କୃଷ୍ଣଚନ୍ଦ୍ର ଜାନି, ନରସିଂହ ବାଙ୍କା, ପୂର୍ଣ୍ଣଚନ୍ଦ୍ର ବାଙ୍କା, ରଞ୍ଜିତ ପାଣିଗ୍ରାହୀ, ତାଉଡୁ ଦୋରା, ସନ୍ତୋଷ ବାଡତିଆ, ରାଜେନ୍ଦ୍ର ପଟ୍ଟନାୟକ ଓ ଟି. ଗୋପାଳ ରାଓ ପ୍ରମୁଖ ସହଯୋଗ କରିଥିଲେ।
ନନ୍ଦପୁର ଅଞ୍ଚଳରେ ମଧ୍ୟ ବନ୍ଦ ସଫଳ ହୋଇଛି। ବୁଧବାର ସାପ୍ତାହିକ ହାଟ ସତ୍ତ୍ବେ ନନ୍ଦପୁର ବ୍ଲକ ସଦର ମହକୁମା ସମେତ ପାଡୁଆ ଚାଟୁଆ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ବ୍ଲକ ଭାଜପା କର୍ମକର୍ତ୍ତା ମଣ୍ଡଳୀ ସଭାପତି ଜୟରାମ ଭୋଇଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏନ୍‌. ବାବୁଲା ଦାସ, ଶଙ୍କର ପୂଜାରୀ, ବି.କେଶବ ଚୌଧୁରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri