ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ ଜଙ୍ଗଲ ରହିଥିବାରୁ ଅଞ୍ଚକରେ ଚାଷ ଜମି ବହୁତ କମ ରହିଛି। ସେଥିମଧ୍ୟରେ ମାତ୍ର ୧୦ ପ୍ରତିଶତ ଜମିକୁ ଜଳ ସେଚନ ବ୍ୟବସ୍ଥା ରହିଥିବା ବେଳେ ଉକ୍ତ ଅଞ୍ଚକରେ କୃଷକ ବର୍ଷା ଜଳ ଉପରେ ନିର୍ଭର କରି ରହୁଛନ୍ତି। ଭଲ ବର୍ଷା ହେଲେ ଚାଷ ପାଇଁ ଜଳ ବ୍ୟବସ୍ଥା ହେଉଥିବା ବେଳେ ନିଅଣ୍ଟିଆ ବର୍ଷା ହେଲେ ଦାରିଙ୍ଗବାଡି ଅଞ୍ଚଳରେ କୃଷକଙ୍କୁ କ୍ଷତି ସହିବାକୁ ପଡୁଛି।

ତେବେ ଉକ୍ତ ବ୍ଲକର ପାହାଡିଆ ଅଞ୍ଚଳରେ ଜଳଉତ୍ସ ରହିଥିଲେ ମଧ୍ୟ ଚାଷ ଜମିକୁ ସେଚନ ପାଇଁ କୌଣସି ବ୍ୟବସ୍ଥା ହୋଇପାରୁନାହିଁ। ଫଳରେ ଉକ୍ତ ବ୍ଲକ ଧାନ ଫସଲ ହେଉ କି କ୍ଷୁଦ୍ରଦାନା, ଉଦ୍ୟାନ ଚାଷ, ଡାଲି, ତୈଳ ଜାତୀୟ ଫସଲ ସହ ଜୈବିକ ହଳଦୀ, ଅଦାଆଦି ଚାଷ ପ୍ରଭାବିତ ହେଉଛି। ତେବେ ଏହାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ କନ୍ଧମାଳରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିବା ଦିନଠାରୁ ଜଳ ସେଚନ ପାଇଁ ଦୃଢ଼ ପଦକ୍ଷେପ ନେବା ଆରମ୍ଭ କରିବା ସହ ଏଥିପାଇଁ ସେ ବାରମ୍ବାର ଦାରିଙ୍ଗବାଡିର ଦୁର୍ଗମ ଅଞ୍ଚଳକୁ ସ୍କୁଟିରେ ଗସ୍ତ କରି ଜଳ ସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ସ୍ଥାନୀୟ ପ୍ରଶାସନକୁ ଜଳଉତ୍ସ ଖୋଜି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଉକ୍ତ ବ୍ଲକର ଦୁର୍ଗମ ପର୍ତ୍ତମାହା ପଞ୍ଚାୟତ କେର୍କେବାଡି ଗ୍ରାମର ସ୍ଲୁସ୍କା ପାହାଡ଼ର କଲାଙ୍ଗଯିଡି ଜଳ ଉତ୍ସ ପରିଦର୍ଶନ କରିଛନ୍ତି। ସେ ପାହାଡ଼ ଚଢି ସେଠାରେ ପହଞ୍ଚିଥିଲେ। ସେଠାରୁ ପାଇପଯୋଗେ କେର୍କେବାଡି ଅଞ୍ଚଳକୁ ଜଳ ସେଚନର ବ୍ୟବସ୍ଥା କରାଯିବାକୁ ପ୍ରଶାସନ ପଦକ୍ଷେପ ନେବ। ଯାହାକି ଉକ୍ତ ଅଞ୍ଚଳର ଶହ ଶହ ହେକ୍ଟରକୁ ଜଳ ସେଚନ ହୋଇପାରିବ ବୋଲି କୁହାଯାଇଛି। ବିଡ଼ିଓ ପାତ୍ରଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଏପିଓ କେଦାର ଚନ୍ଦ୍ର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ ଓ ଗ୍ରାମବାସୀ ଉପସ୍ଥିତ ରହି ଉକ୍ତ ଜଳ ଉତ୍ସରୁ ସେଚନ କିଭଳି ହୋଇପାରିବ ଆଲୋଚନା କରିଛନ୍ତି। ଏବେ ଉକ୍ତ ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ମୋଟ ୧୭୭ଟି ଜଳଉତ୍ସ ଚି଼ହ୍ନଟ କରାଯାଇଛି। ସମସ୍ତ ଜଳ ଉତ୍ସରୁ ସେଚନ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଯାଉଛି। ତେବେ କେତୋଟି ସେଚନ ପ୍ରକଳ୍ପ ଫଳପ୍ରଦ ହେବ ସେନେଇ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ତର୍ଜମା କରୁଛନ୍ତି।

ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଯଦି ଏହି ସମସ୍ତ ଚି଼ହ୍ନଟ ହୋଇଥିବା ଜଳଉତ୍ସ ଗୁଡିକ କାର୍ଯ୍ୟକାରୀ କରାଯାଏ। ତେବେ ଅଞ୍ଚଳରେ କୃଷିଭିତ୍ତିକ ଓ ଉଦ୍ୟାନ ଭିତ୍ତିକ ଚାଷ ବୃଦ୍ଧି ପାଇବା ସହ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚକରେ ଜୀବନଜୀବିକା ସ୍ବାବଲମ୍ବୀ ହୋଇପାରିବ ଓ ଅଞ୍ଚଳର ବିକାଶ ହେବା ସହ ପନିପରିବା ପାଇଁ ବାହାର ଜିଲ୍ଲା ଉପରେ ଆଉ ନିର୍ଭର କରିବାକୁ ପଡିବନି ବୋଲି ପ୍ରଶାସନ ଆଶା ବାନ୍ଧିବା ସହ ଅଞ୍ଚଳର କୃଷକମାନେ ମଧ୍ୟ ପ୍ରଶାସନର ଏଭଳି ଉଦ୍ୟମକୁ ନେଇ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ଅଞ୍ଚଳବାସୀ ଏବେ ଉକ୍ତ ବ୍ଲକର ସୋନପୁର ପଞ୍ଚାୟତ ମୁଚୁଡ଼ିପାଙ୍କା ଗ୍ରାମବାସୀଙ୍କୁ ଏକ ପାହାଡ଼ରୁ ପାଇପ ଯୋଗେ ଜଳ ସେଚନ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ପ୍ରଶାସନ ଏବେ ଏଭଳି ଜଳଉତ୍ସ ଖୋଜିବାରେ ପଦକ୍ଷେପ ନେବାସହ ସ୍ଥାନୀୟ ଲୋକ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହାୟତା ନେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri