ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ ଜଙ୍ଗଲ ରହିଥିବାରୁ ଅଞ୍ଚକରେ ଚାଷ ଜମି ବହୁତ କମ ରହିଛି। ସେଥିମଧ୍ୟରେ ମାତ୍ର ୧୦ ପ୍ରତିଶତ ଜମିକୁ ଜଳ ସେଚନ ବ୍ୟବସ୍ଥା ରହିଥିବା ବେଳେ ଉକ୍ତ ଅଞ୍ଚକରେ କୃଷକ ବର୍ଷା ଜଳ ଉପରେ ନିର୍ଭର କରି ରହୁଛନ୍ତି। ଭଲ ବର୍ଷା ହେଲେ ଚାଷ ପାଇଁ ଜଳ ବ୍ୟବସ୍ଥା ହେଉଥିବା ବେଳେ ନିଅଣ୍ଟିଆ ବର୍ଷା ହେଲେ ଦାରିଙ୍ଗବାଡି ଅଞ୍ଚଳରେ କୃଷକଙ୍କୁ କ୍ଷତି ସହିବାକୁ ପଡୁଛି।

ତେବେ ଉକ୍ତ ବ୍ଲକର ପାହାଡିଆ ଅଞ୍ଚଳରେ ଜଳଉତ୍ସ ରହିଥିଲେ ମଧ୍ୟ ଚାଷ ଜମିକୁ ସେଚନ ପାଇଁ କୌଣସି ବ୍ୟବସ୍ଥା ହୋଇପାରୁନାହିଁ। ଫଳରେ ଉକ୍ତ ବ୍ଲକ ଧାନ ଫସଲ ହେଉ କି କ୍ଷୁଦ୍ରଦାନା, ଉଦ୍ୟାନ ଚାଷ, ଡାଲି, ତୈଳ ଜାତୀୟ ଫସଲ ସହ ଜୈବିକ ହଳଦୀ, ଅଦାଆଦି ଚାଷ ପ୍ରଭାବିତ ହେଉଛି। ତେବେ ଏହାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ କନ୍ଧମାଳରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିବା ଦିନଠାରୁ ଜଳ ସେଚନ ପାଇଁ ଦୃଢ଼ ପଦକ୍ଷେପ ନେବା ଆରମ୍ଭ କରିବା ସହ ଏଥିପାଇଁ ସେ ବାରମ୍ବାର ଦାରିଙ୍ଗବାଡିର ଦୁର୍ଗମ ଅଞ୍ଚଳକୁ ସ୍କୁଟିରେ ଗସ୍ତ କରି ଜଳ ସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ସ୍ଥାନୀୟ ପ୍ରଶାସନକୁ ଜଳଉତ୍ସ ଖୋଜି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଉକ୍ତ ବ୍ଲକର ଦୁର୍ଗମ ପର୍ତ୍ତମାହା ପଞ୍ଚାୟତ କେର୍କେବାଡି ଗ୍ରାମର ସ୍ଲୁସ୍କା ପାହାଡ଼ର କଲାଙ୍ଗଯିଡି ଜଳ ଉତ୍ସ ପରିଦର୍ଶନ କରିଛନ୍ତି। ସେ ପାହାଡ଼ ଚଢି ସେଠାରେ ପହଞ୍ଚିଥିଲେ। ସେଠାରୁ ପାଇପଯୋଗେ କେର୍କେବାଡି ଅଞ୍ଚଳକୁ ଜଳ ସେଚନର ବ୍ୟବସ୍ଥା କରାଯିବାକୁ ପ୍ରଶାସନ ପଦକ୍ଷେପ ନେବ। ଯାହାକି ଉକ୍ତ ଅଞ୍ଚଳର ଶହ ଶହ ହେକ୍ଟରକୁ ଜଳ ସେଚନ ହୋଇପାରିବ ବୋଲି କୁହାଯାଇଛି। ବିଡ଼ିଓ ପାତ୍ରଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଏପିଓ କେଦାର ଚନ୍ଦ୍ର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ ଓ ଗ୍ରାମବାସୀ ଉପସ୍ଥିତ ରହି ଉକ୍ତ ଜଳ ଉତ୍ସରୁ ସେଚନ କିଭଳି ହୋଇପାରିବ ଆଲୋଚନା କରିଛନ୍ତି। ଏବେ ଉକ୍ତ ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ମୋଟ ୧୭୭ଟି ଜଳଉତ୍ସ ଚି଼ହ୍ନଟ କରାଯାଇଛି। ସମସ୍ତ ଜଳ ଉତ୍ସରୁ ସେଚନ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଯାଉଛି। ତେବେ କେତୋଟି ସେଚନ ପ୍ରକଳ୍ପ ଫଳପ୍ରଦ ହେବ ସେନେଇ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ତର୍ଜମା କରୁଛନ୍ତି।

ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଯଦି ଏହି ସମସ୍ତ ଚି଼ହ୍ନଟ ହୋଇଥିବା ଜଳଉତ୍ସ ଗୁଡିକ କାର୍ଯ୍ୟକାରୀ କରାଯାଏ। ତେବେ ଅଞ୍ଚଳରେ କୃଷିଭିତ୍ତିକ ଓ ଉଦ୍ୟାନ ଭିତ୍ତିକ ଚାଷ ବୃଦ୍ଧି ପାଇବା ସହ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚକରେ ଜୀବନଜୀବିକା ସ୍ବାବଲମ୍ବୀ ହୋଇପାରିବ ଓ ଅଞ୍ଚଳର ବିକାଶ ହେବା ସହ ପନିପରିବା ପାଇଁ ବାହାର ଜିଲ୍ଲା ଉପରେ ଆଉ ନିର୍ଭର କରିବାକୁ ପଡିବନି ବୋଲି ପ୍ରଶାସନ ଆଶା ବାନ୍ଧିବା ସହ ଅଞ୍ଚଳର କୃଷକମାନେ ମଧ୍ୟ ପ୍ରଶାସନର ଏଭଳି ଉଦ୍ୟମକୁ ନେଇ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ଅଞ୍ଚଳବାସୀ ଏବେ ଉକ୍ତ ବ୍ଲକର ସୋନପୁର ପଞ୍ଚାୟତ ମୁଚୁଡ଼ିପାଙ୍କା ଗ୍ରାମବାସୀଙ୍କୁ ଏକ ପାହାଡ଼ରୁ ପାଇପ ଯୋଗେ ଜଳ ସେଚନ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ପ୍ରଶାସନ ଏବେ ଏଭଳି ଜଳଉତ୍ସ ଖୋଜିବାରେ ପଦକ୍ଷେପ ନେବାସହ ସ୍ଥାନୀୟ ଲୋକ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହାୟତା ନେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri