ଜୀବନଜୀବିକା, ଜଳ, ଜଳବାୟୁ ଆମର ହକ୍‌

କେନ୍ଦ୍ରାପଡା ଅଫିସ୍‌, ୧୫ା୩:ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲା ଜନ ଅଧିକାର ଅଭିଯାନ ଏହାକୁ ବିରୋଧ କରିବା ସହ ଆନ୍ଦୋଳନରେ ରାଜ୍ୟବାସୀ ସାମିଲ ହେବେ ବୋଲି ଆଶା ପ୍ରକଟ କରିଛିି। ଏହାକୁ ଉପକୂଳ ଓଡ଼ିଶାର ଭିତ୍ତିଭୂମି ବିଧ୍ୱଂସ ପାଇଁ ଏକ ଷଡ଼ଯନ୍ତ୍ର ବୋଲି ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି। ପ୍ରକଳ୍ପର କାର୍ଯ୍ୟକାରିତା ପୂର୍ବରୁ ଓଡ଼ିଶାର ନଦୀ ଜଳ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ କମିଟିର ସର୍ଭେ ସହ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ମଧୁର ଜଳର ଉପଯୋଗିତା ସମ୍ପର୍କରେ ସଙ୍କଳ୍ପପତ୍ର ଜାରି ହେଉ ଏବଂ ଜୀବନ, ଜୀବିକା, ଜଳ ଓ ଜଳବାୟୁର ଆମର ହକ ଅଛି ବୋଲି ଦୁଇଦାବିକୁ ନେଇ ସହରର ଗୋପସ୍ଥିତ କମଲଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି ଜଣାଇଛନ୍ତି।
ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଶିକ୍ଷାବିତ୍‌ କ୍ଷିତୀଶ କୁମାର ସିଂହ ସମ୍ମିଳନୀରେ ଯୋଗ ଦେଇଥିଲେ। ସେମାନେ ଖରସ୍ରୋତା ନଦୀ ଜଳର ସ୍ଥାନୀୟ ଅଞ୍ଚଳର ଉପଯୋଗିତା ସମ୍ପର୍କରେ ସୂଚନା ଦେବା ସହ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟ ପ୍ରକଳ୍ପକୁ ବିରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ଖରସ୍ରୋତା ନଦୀର ମେଗା ପାନୀୟ ଜଳ ପ୍ରକଳ୍ପରେ ଭଦ୍ରକର ୪ ବ୍ଲକ ପାଇଁ ଦୈନିକ ୧୪୨ ବିଲିୟନ ଲିଟର ପାଣି ଉଠାଯିବ। ଖରସ୍ରୋତା ଓ ଏହାର ମୂଳ ଉତ୍ସ ବ୍ରାହ୍ମଣୀ ନଦୀରେ ଜଳ ପ୍ରବାହ କମିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଏକ ତୃତୀୟାଂଶ ଆବଶ୍ୟକତାକୁ ପୂରଣ ଦିଗରେ ଏହି ନଦୀର ଜଳ ପ୍ରବାହ ସମର୍ଥ ହେଉନାହିଁ। ଏ ସମ୍ପର୍କରେ ଜିଲା କୃଷି ବିଭାଗ, ଜିଲା ଜଳସମ୍ପଦ ବିଭାଗ, କେନ୍ଦ୍ର ଭୂତଳ ଜଳ ବୋର୍ଡର ରିପୋର୍ଟ ସହ ୨୦୨୦ ନଭେମ୍ବରରେ ରାଜନଗର ବନଖଣ୍ଡ ଅଧୀନରେ ହୋଇଥିବା କର୍ମଶାଳାରେ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଜାତୀୟ ଉଦ୍ୟାନର ଆର୍ଦ୍ରଭୂମି ମାନ ଜାରି ରଖିବାକୁ ୭୦ ପ୍ରତିଶତ ମଧୁରଜଳ ଆବଶ୍ୟକ। ହେଲେ ମୌସୁମୀରେ ଏହା ୫୫ ଓ ଅଣମୌସୁମୀରେ ୧୫ ପ୍ରତିଶତରେ ପହଞ୍ଚତ୍ଛି। ୨୦୧୬ରେ ଜିଲା କୃଷି ବିଭାଗ ଆକଳନ ଅନୁଯାୟୀ, ଆଞ୍ଚଳିକ କୃଷି ପାଇଁ ଆବଶ୍ୟକ ଥିବା ଜଳରୁ ମାତ୍ର ଏକ ତୃତୀୟାଂଶ ନଦୀ ଜଳପ୍ରବାହରୁ ପାଉଛନ୍ତି। କେନ୍ଦ୍ର ଭୂତଳ ଜଳ ବୋର୍ଡର ସର୍ଭେ ଅନୁଯାୟୀ, ଜିଲାର ରାଜକନିକା, ଆଳି, ରାଜନଗର, ମହାକାଳପଡ଼ା ଓ ଗରଦପୁର ବ୍ଲକ ଅଞ୍ଚଳରେ ଲୁଣା ଜଳ ମିଳୁଛି। ସେହିପରି ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ଜନଜୀବନ ଓ ଆର୍ଦ୍ରଭୂମି ପରିଚାଳନା ପାଇଁ ଅଧିକ ମଧୁର ଜଳ ପ୍ରବାହର ଆବଶ୍ୟକତା ଅଛି। କେନ୍ଦ୍ରାପଡ଼ା ଜିଲା ଭୂତଳ ଜଳର ସ୍ଥିତି ସାରା ଓଡ଼ିଶାରେ ସର୍ବାଧିକ ସଙ୍କଟଜନକ ସ୍ଥିତିରେ ଅଛି। ଏଥିପାଇଁ କେନ୍ଦ୍ର ଜଳଶକ୍ତି ବିଭାଗ ପକ୍ଷରୁ ୨୦୧୯ରୁ ଜଳ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ତେବେ ଏହା କାଗଜପତ୍ରରେ ସୀମିତ ରହିଛି। ଅପରପକ୍ଷରେ ବ୍ରାହ୍ମଣୀ ସିଷ୍ଟମ ସଂଲଗ୍ନ ସମୁଦାୟ ଜଳ ଉତ୍ସ ଯେତିକି ପ୍ରଦୂଷିତ ତତୋଧିକ ଶୁଷ୍କ। ରେଙ୍ଗାଲି ବ୍ୟାରେଜ ବ୍ରାହ୍ମଣୀର ଜଳଧାରାକୁ ରୋକିବା ସହ ଯାଜପୁର ଜିଲାର ୧୧ ଶିଳ୍ପ ଅବଶିଷ୍ଟ ଜଳକୁ ଉପଯୋଗ କରୁଛି। ପୂର୍ବର ପାନୀୟ ଜଳ ପ୍ରକଳ୍ପ ସହ ବ୍ରାହ୍ମଣୀ, ଖରସ୍ରୋତା ନଦୀରୁ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ୧୧ ବ୍ଲକର ପିଇବା ପାଣି ପାଇଁ ୪ଟି ପ୍ରକଳ୍ପ ହେବ ବୋଲି ରାଜ୍ୟ ସରକାର ଚଳିତମାସ ୬ ତାରିଖରେ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ହେଲେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ହ୍ରାସ ପାଇବ। ଫଳରେ ତଳମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଅସ୍ତିତ୍ୱ ରହିବ ନାହିଁ। ସମୁଦ୍ରର ପ୍ରାଚୀର ଭାବେ କାର୍ଯ୍ୟ କରୁଥିବା ହେନ୍ତାଳବଣ ନଷ୍ଟ ହୋଇଯିବ। ଏହାର ପ୍ରଭାବରେ ସୁନାମି ହେଲେ ଉପକୂଳ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର ଓ ବାଲେଶ୍ୱର ଜିଲାରେ ବିସ୍ତାର କରିବ। ସୂଚନାଯୋଗ୍ୟ, ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାକୁ କେନ୍ଦ୍ରକରି ବର୍ଷେ ହେଲା ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri