ଲିଭଇନ୍‌ରେ ରହୁଥିଲେ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗୋଷାଣି ନୂଆଗାଁ ଥାନା ଅଧୀନ ଲାଞ୍ଜିପଲି ଚାଞ୍ଚଡ଼ାପଡିଆ ସାହିରେ ପୁରୁଷବନ୍ଧୁଙ୍କ ସହ ରହୁଥିବା ପିଙ୍କି ମଲିକ(୨୩)ଙ୍କ ମୃତ୍ୟୁ ଏବେ ବି ସନ୍ଦେହଘେରରେ ରହିଛି। ପିଙ୍କିଙ୍କ ଭାଇ ଜଗତସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ ପାଇକିରାବାଟି ଗ୍ରାମର ଦୀପକ ମଳିକ ଏମକେସିଜି ମେଡିକାଲରେ ପହଞ୍ଚି ପୋଲିସ ଉପସ୍ଥିତିରେ ଭଉଣୀର ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ଭାଇଙ୍କୁ ହସ୍ତାନ୍ତର କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପିଙ୍କିଙ୍କ ପୁରୁଷବନ୍ଧୁ ବାଦଲ ପଣ୍ଡାଙ୍କୁ ପୋଲିସ ଥାନାରେ ରଖି ପଚରାଉଚରା କରୁଛି।

ଚାଞ୍ଚଡ଼ାପଡ଼ିଆ ସାହିରେ ବାଦଲ ଘରଭଡା ନେଇ ପିଙ୍କିଙ୍କ ସହ ଲିଭଇନ ରିଲେସନଶିପରେ ରହୁଥିଲେ। ବାଦଲ କହିଛନ୍ତି ଯେ, ଶୁକ୍ରବାର ସେମାନେ ରାତ୍ରଭୋଜନ ସାରି ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ହଠାତ୍‌ ଉଠିିବା ବେଳେ ପିଙ୍କି ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲୁଥିବା ଦେଖି ତାଙ୍କୁ ଉଦ୍ଧାର କରି ତୁରନ୍ତ ଏମକେସିଜି ମେଡିକାଲକୁ ଆଣିଥିଲେ। ସେଠାରେ ପିଙ୍କିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ନଂ.୧୯/୨୪ରେ ମାମଲା ରୁଜୁ କରି ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି…

ବୁଧବାର ଓଡ଼ିଶା ବନ୍ଦ ଡାକରା: କ’ଣ ବନ୍ଦ, କ’ଣ ରହିବ ଖୋଲା, ଜାଣନ୍ତୁ…

ଭୁବନେଶ୍ୱର,୨୭।୧: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ…

ମେଟ୍ରୋରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ବରୁଣ ଧାୱନଙ୍କୁ ଜରିମାନା!

ମୁମ୍ବାଇ,୨୭।୧: ବର୍ଡର ୨କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଅଭିନେତା ବରୁଣ ଧାୱନ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ମୁମ୍ବାଇ ମେଟ୍ରୋ କୋଚରେ ତାଙ୍କର ପୁଲ୍-ଅପ୍…

ଧୋକା ଦେଲା ଗୁଗଲ ମ୍ୟାପ୍‌ : ଯାଉ ଯାଉ ମନ୍ଦିରରେ ପଶିଗଲା କାର୍‌, ତା’ପରେ…

ଜୟପୁର,୨୭।୧: ରାଜସ୍ଥାନର ଜୟପୁରରେ ସୋମବାର ଗଣତନ୍ତ୍ର ଦିବସରେ, ବିର୍ଲା ମନ୍ଦିରରେ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯେତେବେଳେ ଜଣେ ପର୍ଯ୍ୟଟକଙ୍କ କାର୍‌ ମନ୍ଦିର ସିଡ଼ିରୁ ଖସିପଡ଼ିବାରୁ ଅଳ୍ପକେ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ପ୍ରବଳ ପବନ, ବର୍ଷା ଆଉ ତୁଷାରପାତ ସହିତ ୟୁକେ ଛୁଇଁବ ଝଡ଼ ‘ଚନ୍ଦ୍ରା’, ପାଣିପାଗ ବିଭାଗର ସତର୍କ ସୂଚନା ଜାରି

ଲଣ୍ଡନ,୨୭।୧: ମଙ୍ଗଳବାର ୟୁକେରେ ଝଡ଼ ଚନ୍ଦ୍ରା ସ୍ଥଳଭାଗ ଛୁଇଁବାକୁ ଯାଉଛି। ପାଣିପାଗ କାର୍ଯ୍ୟାଳୟ ସତର୍କ କରାଇ ଦେଇଛି ଯେ ମଙ୍ଗଳବାର ସମ୍ପୂର୍ଣ୍ଣ ୟୁକେରେ ପ୍ରବଳ ପବନ ବହିବ।…

ମହାଶିବରାତ୍ରିରେ ଏହି ୩ ରାଶି ଉପରେ ବର୍ଷିବ ଭଗବାନଙ୍କ କୃପା: ବଢିବ ଧନ, ମିଳିବ ସଫଳତା

ଶିବ ପୁରାଣ ଅନୁସାରେ, ଭଗବାନ ଶିବ ଏକ ଲିଙ୍ଗ ରୂପରେ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲଗୁଣ ମାସର କୃଷ୍ଣ ପକ୍ଷର…

ଡ୍ରମ ବାଜା ଭାଙ୍ଗିଦେଲେ ସ୍କୁଲ ପିଲା: ଥାନାରେ ଏତଲା

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲର କିଛି ୧୦ମ ଶ୍ରେଣୀ ଛାତ୍ର ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ସ୍କୁଲରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri