Posted inଜାତୀୟ

ଲିଭ୍‌-ଇନ୍‌ ସମ୍ପର୍କ ବ୍ୟକ୍ତିଗତ ସ୍ବାଧୀନତା

ପ୍ରୟାଗରାଜ, ୩୦।୧୦(ଆଇଏଏନ୍‌ଏସ୍‌): ଲିଭ୍‌-ଇନ ରିଲେଶନଶିପ୍‌ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି। ତେଣୁ ସାମାଜିକ ନୈତିକତା ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଚଷମାରେ ଦେଖିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଶୁକ୍ରବାର କହିଛନ୍ତି। ଏକତ୍ର ରହୁଥିବା ଭିନ୍ନ ଧର୍ମର ଯୋଡ଼ିଙ୍କ ପକ୍ଷରୁ ଦାଏର ଦୁଇଟି ଅଲଗା ପିଟିଶନକୁ ଜଷ୍ଟିସ୍‌ ପ୍ରୀତିଙ୍କର ଦିଓ୍ବାକର ଏବଂ ଆଶୁତୋଷ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ ବିଚାର କରି ଉପରୋକ୍ତ ରାୟ ଦେଇଛନ୍ତି। ଲିଭ୍‌-ଇନ୍‌ ରିଲେଶନଶିପ୍‌କୁ ସର୍ବୋଚ୍ଚ ଅଦାଲତ ଅନୁମୋଦନ କରିଥିବାରୁ ଏହାକୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଦିଆଯାଇଥିବା ଜୀବନଧାରଣ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତା ଭାବେ ଦେଖିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ।
ସେମାନଙ୍କ ଦୈନନ୍ଦିନ ଜୀବନରେ ମହିଳାଙ୍କ ପରିବାର ହସ୍ତକ୍ଷେପ କରିବା ସହ ଧମକ ଦେଉଥିବା ଅଭିଯୋଗ କରି ଦୁଇ ଯୋଡ଼ି ଅଲଗା ଅଲଗା ପିଟିଶନ ଦାଏର କରିଥିଲେ। କୁଶିନଗରର ଶାଇରା ଖାତୁନ୍‌ ଓ ତାଙ୍କ ପୁରୁଷ ଯୋଡ଼ି ଦୁଇବର୍ଷ ହେଲା ଲିଭ୍‌-ଇନ୍‌ ରିଲେଶନରେ ରହିଛନ୍ତି। ସେହିପରି ମିରଟର ଜିନତ ପର୍‌ଭିନ ଓ ତାଙ୍କ ପୁରୁଷ ଯୋଡ଼ି ମଧ୍ୟ କିଛିଦିନ ହେଲା ଏକତ୍ର ବାସରେ ରହୁଛନ୍ତି। ଉଭୟ ଯୋଡ଼ି ସାବାଳକ ହୋଇଥିବାବେଳେ ମହିଳାଙ୍କ ପରିବାର ସେମାନଙ୍କ ଜୀବନରେ ହସ୍ତକ୍ଷେପ କରୁଥିବା ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ସହାୟତା କରିବାକୁ ମନା କରିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୧ରେ ପ୍ରତିଷ୍ଠାପିତ ଜୀବନଧାରଣ ଅଧିକାରକୁ ଯେକୌଣସି ମୂଲ୍ୟ ଦେଇ ସୁରକ୍ଷା ଦେବାକୁ ହେବ। ଆବେଦନକାରୀଙ୍କ ଅଧିକାରର ସୁରକ୍ଷା ପୋଲିସ୍‌ର କର୍ତ୍ତବ୍ୟ। ଆବେଦନକାରୀଙ୍କ ଜୀବନ ଓ ସ୍ବାଧୀନତା ପ୍ରତି ବିପଦ ରହିଥିବା ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିବାରୁ ଆଇନ ଅନୁଯାୟୀ କର୍ତ୍ତବ୍ୟ ସମ୍ପାଦନ କରୁଥିବା ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri