Posted inଜାତୀୟ

ଲିଭ୍‌ ଇନ ସମ୍ପର୍କକୁ ବିବାହ ମାନେ ନାହିଁ ଆଇନ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୩।୬ : ଲିଭ-ଇନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ କହିଛନ୍ତି ଏହାକୁ ବିବାହ ଭାବରେ ମାନ୍ୟତା ଦିଆଯାଇପାରିବ ନାହିଁ। କେରଳ ହାଇକୋର୍ଟ କହିଛନ୍ତି ଆଇନ ଏଭଳି ସମ୍ପର୍କକୁ ବିବାହ ବୋଲି ମାନେ ନାହିଁ। ଯେତେବେଳେ ଦୁଇଜଣ ବ୍ୟକ୍ତି କେବଳ ଚୁକ୍ତିନାମା ଆଧାରରେ ଏକାଠି ରହିବାକୁ ନିଷ୍ପତ୍ତି ନିଅନ୍ତି, ସେତେବେଳେ ସେମାନେ ଏକ ବିବାହ କାର୍ଯ୍ୟ ଅଧୀନରେ ଆସନ୍ତି।

ଲିଭ-ଇନ ସମ୍ପର୍କର ଅର୍ଥ ନୁହେଁ ବିବାହ, କିମ୍ବା ଏଥିରେ ଛାଡପତ୍ର ଖୋଜାଯାଇପାରିବ ନାହିଁ । ଜଷ୍ଟିସ ଏ ମହମ୍ମଦ ମୁସ୍ତାକ ଏବଂ ସୋଫି ଥୋମାସଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ଲିଭ୍‌ ଇନରେ ରହୁଥିବା ଆବେଦନକାରୀ ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିଚାରପତି ଏହାର ଶୁଣାଣି କରି କହିଥିଲେ ଏହି ସମ୍ପର୍କ ଏପର୍ଯ୍ୟନ୍ତ ଆଇନଗତ ଭାବେ ସ୍ବୀକୃତିପ୍ରାପ୍ତ ନୁହେଁ।

କୋର୍ଟ କହିଛନ୍ତି ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ଆଇନ ଦ୍ୱାରା ସ୍ବୀକୃତିପ୍ରାପ୍ତ ଏବଂ ଏହା ସମାଜରେ ସାମାଜିକ ତଥା ନୈତିକ ଆଦର୍ଶକୁ ପ୍ରତିଫଳିତ କରିଥାଏ। ଛାଡପତ୍ର କେବଳ ଆଇନଗତ ବିବାହକୁ ପୃଥକ କରିବାର ଏକ ମାଧ୍ୟମ। ଲିଭ-ଇନ ସମ୍ପର୍କକୁ ସେପରି ଚିହ୍ନଟ କରାଯାଇପାରିବ ନାହିଁ। ଲିଭ-ଇନ ସମ୍ପର୍କରେ ରହୁଥିବା ବିଭିନ୍ନ ଧର୍ମର ଦମ୍ପତିଙ୍କ ଦ୍ୱରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି।

ଆବେଦନକାରୀଙ୍କ ମଧ୍ୟରୁ ଜଣେ ହିନ୍ଦୁ ଏବଂ ଅନ୍ୟ ଜଣେ ଖ୍ରୀଷ୍ଟିଆନ। ୨୦୦୬ରେ ପଞ୍ଜୀକୃତ ବିବାହ ମାଧ୍ୟମରେ ସ୍ବାମୀ-ସ୍ତ୍ରୀ ଭାବରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ସମ୍ପର୍କ ସମୟରେ ଦମ୍ପତିଙ୍କର ମଧ୍ୟ ଏକ ସନ୍ତାନ ଜନ୍ମ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ଶେଷ କରିବାକୁ ଚାହୁଁଛନ୍ତି। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ଏହି ଦମ୍ପତି ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପାରସ୍ପରିକ ଛାଡପତ୍ର ପାଇଁ ମିଳିତ ଆବେଦନ କରି ପରିବାର କୋର୍ଟରେ ପହଞ୍ଚିଥିଲେ। କିନ୍ତୁ ଉକ୍ତ ଆଇନ ଅନୁଯାୟୀ ସେମାନେ ବିବାହିତ ନ ଥିବାରୁ କୋର୍ଟ ସେମାନଙ୍କୁ ଛାଡପତ୍ର ଦେବାକୁ ମନା କରି ଦେଇଥିଲେ। ଫଳସୱରୂପ, ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେତେବେଳେ ଉଭୟ ପକ୍ଷ ଘୋଷଣା ମାଧ୍ୟମରେ ସେମାନଙ୍କର ସମ୍ପର୍କକୁ ବିବାହ ରୂପେ ଗ୍ରହଣ କରିଥିଲେ, ସେତେବେଳେ କୋର୍ଟ ନିଷ୍ପତ୍ତି ନେଇପାରିବେ ନାହିଁ କି ନାହିଁ? ସେମାନେ ଆଇନଗତ ଭାବରେ ବିବାହିତ କି ନୁହେଁ। ହାଇକୋର୍ଟ କହିଛନ୍ତି ଯେତେବେଳେ ଦୁଇ ଦଳ କେବଳ ଚୁକ୍ତି ମାଧ୍ୟମରେ ଏକାଠି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସେମାନେ ଏହାକୁ ବିବାହ ବୋଲି ଦାବି କରିପାରିବେ ନାହିଁ କିମ୍ବା ଏ ବାବଦରେ ଛାଡପତ୍ର ମଧ୍ୟ ପାଇପାରିବେ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri