ପ୍ରେମିକାଙ୍କୁ ହତ୍ୟା କଲେ ଲିଭ୍‌-ଇନ୍‌-ପାର୍ଟନର

ଥିରୁଭାନନ୍ତପୁରମ୍‌,୧୫ା୧୨: କେରଳରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲା ସମ୍ପର୍କରେ ପୋଲିସ କହିଛି, ଗୁରୁବାର ସକାଳେ ଓ୍ବାଝାଲିଆ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ୪୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ୍‌-ଇନ୍‌-ପାର୍ଟନର ହତ୍ୟା କରିଛନ୍ତି। ସିନ୍ଧୁ ନାମକ ମୃତା ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ରାଜେଶ (୪୬) ବୋଲି ଜଣାପଡ଼ିଛି। ସିନ୍ଧୁ ଏକ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ରାଜେଶ ତାଙ୍କୁ ଆକ୍ରମଣ କରିଥିଲେ।

ପୋଲିସର ସୂଚନାନୁସାରେ, ସିନ୍ଧୁଙ୍କ ବେକ, ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିଲା। ପରେ ପୋଲିସ ତାଙ୍କୁ ସରକାରୀ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇଥିଲା। କିନ୍ତୁ ସେଠାରେ ତାଙ୍କର ଜୀବନ ଚାଲିଯାଇଛି। ଅଭିଯୁକ୍ତ ଗତ ୧୨ ବର୍ଷ ଧରି ତାଙ୍କ ପରିବାରକୁ ପଠାନମଥିଟାରେ ଛାଡ଼ିବା ପରେ ଓ୍ବାଝାଲିଆର ବାସିନ୍ଦା ସିନ୍ଧୁଙ୍କ ସହ ରହୁଥିଲେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଦୁହିଁଙ୍କର କିଛି ସମୟ ଧରି ଝଗଡ଼ା ହୋଇଥିଲା। ନିକଟରେ ସିନ୍ଧୁ ରାଜେଶଙ୍କଠାରୁ ଦୂରରେ ରହିବା ପାଇଁ ଅନ୍ୟ ଏକ ଘରକୁ ଯାଇଥିଲେ। ଏହି ସମୟରେ ଗୁରୁବାର ସକାଳେ ରାଜେଶ ସିନ୍ଧୁ ଯାତ୍ରା କରୁଥିବା ସେହି ବସ୍‌ରେ ଚଢ଼ିଥିଲେ। ମଝିରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ଏବଂ ତା’ପରେ ଉଭୟ ସମାନ ବସ୍‌ଷ୍ଟପ୍‌ରେ ଓହ୍ଲାଇଥିଲେ। ଏହି ସମୟରେ ରାଗରେ ଏକ ଦୋକାନ ନିକଟରେ ଠିଆ ହୋଇଥିବା ସିନ୍ଧୁଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ ରାଜେଶ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri