ଜାରି ହେଲା ୨୦୨୩ର ଶକ୍ତିଶାଳୀ ପାସପୋର୍ଟ ତାଲିକା, ଜାପାନ ଶୀର୍ଷରେ- ଭାରତ ୮୫ତମ ସ୍ଥାନରେ…

ଲଣ୍ଡନ/ନୂଆଦିଲ୍ଲୀ,୧୧।୧ : ଲଣ୍ଡନର ଫାର୍ମ ହେଲନ ଆଣ୍ଡ ପାର୍ଟନର୍ସ ଦ୍ୱାରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପ୍ରକାଶ ପାଇଛି। ୨୦୨୩ ବର୍ଷ ପାଇଁ ଜାରି କରାଯାଇଥିବା ଏହି ପାସପୋର୍ଟ ତାଲିକାରେ, ଦୁର୍ବଳ ପାସପୋର୍ଟଠାରୁ ଆରମ୍ଭ କରି ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ବିଷୟରେ ସୂଚନା ଦିଆଯାଇଛି। ଗ୍ଲୋବାଲ ପାସପୋର୍ଟର ର଼୍ୟାଙ୍କିଙ୍ଗରେ ୧୯୯ ଟି ଦେଶର ପାସପୋର୍ଟ ଅନ୍ତର୍ଭୁକ୍ତ କରାଯାଇଛି। ଯାହାଦ୍ୱାରା ୨୨୭ ଟି ଦେଶରେ ଯାତ୍ରା କରାଯାଇପାରିବ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଦ୍ୱାରା ପ୍ରଦତ୍ତ ତଥ୍ୟ ଉପରେ ଆଧାର କରି ଏହି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ତାଲିକାର ଶୀର୍ଷରେ ଜାପାନ ରହିଛି। ଜାପାନ ପରେ ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଜର୍ମାନୀ ଏବଂ ସ୍ପେନ ତୃତୀୟ ସ୍ଥାନରେ ଅଛନ୍ତି। ଚତୁର୍ଥ ସ୍ଥାନରେ ତିନୋଟି ଦେଶ ଫିନଲାଣ୍ଡ, ଇଟାଲୀ ଏବଂ ୟୁରୋପର ଏକ ଦେଶ, ଲକ୍ସେମବର୍ଗ ରହିଛି। ଅଷ୍ଟ୍ରେଲିଆ, ଡେନମାର୍କ, ନେଦରଲାଣ୍ଡ ଏବଂ ସ୍ବିଡେନ ପଞ୍ଚମ ସ୍ଥାନରେ ଅଛନ୍ତି।

ଗ୍ଲୋବାଲ ପାସପୋର୍ଟ ର଼୍ୟାଙ୍କିଙ୍ଗ ୨୦୨୩ ରେ ଭାରତ ୮୫ତମ ସ୍ଥାନରେ ରହିଛି। ଏଥି ସହିତ ପଡୋଶୀ ଦେଶ ଭୁଟାନର ପାସପୋର୍ଟ ୯୦ତମ ସ୍ଥାନରେ ରହିଛି। ଏଥିସହ ଚାଇନା ପାସପୋର୍ଟର ମାନ୍ୟତା ୬୬ତମ ସ୍ଥାନରେ ରହିଛି। ଶ୍ରୀଲଙ୍କା ପାସପୋର୍ଟ ୧୦୦ ନମ୍ବରରେ ଏବଂ ବାଂଲାଦେଶ ପାସପୋର୍ଟ ୧୦୧ ତମ ସ୍ଥାନରେ ଅଛି । ୟେମେନର ମାନ୍ୟତା ୧୦୫ ତମ ଏବଂ ମ୍ୟାନମାରର ମାନ୍ୟତା ୯୬ତମ ସ୍ଥାନରେ ରହିଛି।

ପାକିସ୍ତାନରେ ଏକ ଆର୍ଥିକ ସଙ୍କଟ ଦେଖାଦେଇଛି। ଏହି ସମୟରେ, ହେଲେନ ପାସପୋର୍ଟ ମାନ୍ୟତାରେ ପାକିସ୍ତାନ ହେଉଛି ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ। ସବୁଠାରୁ ପାସପୋର୍ଟ ମାନ୍ୟତାରେ ପାକିସ୍ତାନ ୧୦୬ନମ୍ବରରେ ରହିଛି। ନେପାଳର ଏହା ଅପେକ୍ଷା ଏକ ଭଲ ପାସପୋର୍ଟ ଥିବାବେଳେ ତାଲକାର ୧୦୩ ତମ ସ୍ଥାନରେ ଅଛି। ପାକିସ୍ତାନ ତଳେ ସିରିଆ, ଇରାକ ଏବଂ ଶେଷତମ ସ୍ଥାନରେ ଆଫଗାନିସ୍ତାନ ରହିଛି। ଆଫଗାନିସ୍ତାନର ମାନ୍ୟତା ୧୦୯ତମ ସ୍ଥାନରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri