ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌ ଅତର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୫ ଲିଟର ଦେଶୀମଦ ସହ ଏକ ବାଇକ୍‌ ଜବତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଢେପାଗୁଡ଼ା ଗ୍ରାମର ବଳରାମ ମଲ୍ଲିକ, ଡେଙ୍ଗାପଦର ଗ୍ରାମର ବଚ୍ଚନ ସାହୁ ଏବଂ ତେଲିଆପଲ୍ଲୀ ଗ୍ରାମର କାର୍ତ୍ତିକ ମଲ୍ଲିକ। ବ୍ରହ୍ମପୁର ସଦର ଅବକାରୀ ଇନ୍ସପେକ୍ଟର ବି.ମନୋଜ କୁମାର, ଷ୍ଟ୍ରାଇକିଂ ଫୋର୍ସ ଇନ୍ସପେକ୍ଟର ମନୀଷା ଭୋଳ,ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ. ତ୍ରିପତି, ଏଏସ୍‌ଆଇ ସନ୍ତୋଷ ପାଢ଼ୀ, କନଷ୍ଟେବଳ ସୁଧାକର ଶବର, ବବୁଲ ମୁଦୁଲି, ରାଜେଶ ଜେନା,ପଦ୍ମାବତୀ ସେଠୀ,ବଳରାମ ପାତ୍ର ପ୍ରମୁଖ ସଦଳବଳ ଏହି ଚଢ଼ାଉ ଧରପଗଡ଼ରେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ରାସାୟନିକ ପରୀକ୍ଷା ନିମନ୍ତେ ମଦ ସଂଗ୍ରହ କରାଯାଇ ଜିଲା ଫରେନ୍‌ସିକ୍‌ ଲାବୋରେଟାରୀକୁ ପଠାଯାଇଥିବା ଅବକାରୀ ଇନ୍ସପେକ୍ଟର ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା: ମାତ୍ର ୧୫ ଦିନରେ ଖେଳାଯିବ ୨୦ ମ୍ୟାଚ୍‌, ମାର୍ଚ୍ଚ ୨୮ରୁ…

ନୂଆଦିଲ୍ଲୀ,୧୧।୩: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ…

ଯୁଦ୍ଧ ପ୍ରଭାବ: ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗୁ ଏପ୍ରିଲରେ ଅହମଦାବାଦ୍‌ରେ ହେବାକୁ ଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖାଯିବା ସହ ମେ’…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ…

BCCI ପରେ ICCର ବଡ଼ ଘୋଷଣା, ଟିମ୍ ଇଣ୍ଡିଆ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୧ା୩:  ମାର୍ଚ୍ଚ ୮ ତାରିଖରେ ଟି୨୦ ବିଶ୍ୱକପ୍ ବିଜେତା ଘୋଷଣା କରାଯାଇଥିଲା। ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ…

୧୨ରୁ କାର୍ଯ୍ୟବନ୍ଦ କରିବେ ନର୍ସିଂ, ପାରା ମେଡିକାଲ କର୍ମଚାରୀ

କୋରାପୁଟ,୧୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଜଣେ ଅଧିକାରୀଙ୍କ ବଦଳି ଦାବି କରି ଦୀର୍ଘ ଦିନରୁ ବିବାଦ ଲାଗି ରହିଛି।…

ମାଛ ଜାଲରୁ ସାପକୁ ଉଦ୍ଧାର କରିବାବେଳେ ମାରିଲା ଚୋଟ, ଆଉ ତା’ ପରେ…

ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି। ସୂଚନାରୁ…

ଭାଜପାରେ ମିଶିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା, କାଲି ଛାଡିଥିଲେ ବିଜେଡି

ଭୁବନେଶ୍ବର,୧୧।୩: ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ରବୀନ୍ଦ୍ର ଜେନା ଆଜି ଭାଜପାରେ ମିଶିଛନ୍ତି । ରାଜ୍ୟ ପାର୍ଟି ଅଫିସ ଯାଇ ସେ ଦଳରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri