Posted inଜାତୀୟ

ମଦ ମାଫିଆଙ୍କ ଗୁଣ୍ଡାରାଜ: କନଷ୍ଟେବଳଙ୍କୁ ବିଚ୍‌ ରାସ୍ତାରେ ଗାଡି ମଡାଇ କଲେ ହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା। ମଝି ରାସ୍ତାରେ ପୋଲିସ ଉପରକୁ କାର୍‌ ଚଢାଇ ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଏକ କାର୍‌ ପୋଲିସ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇବ ସହ ତାଙ୍କୁ ଘୋଷାଡି ନେଇ ବହୁଦୂର ପର୍ଯ୍ୟନ୍ତ ଫିଙ୍ଗି ଦେଇଥିଲା। ଯାହାର ଛାତିଥରା ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଘଟଣା ଅନୁଯାୟୀ, ଦିଲ୍ଲୀର ନାନଗ୍ଲୋଇରେ କନେଷ୍ଟବଳ ସନ୍ଦୀପଙ୍କ ବାଇକ୍‌ ପଛରେ ଏକ ତୀବ୍ର ଗତିରେ କାର୍‌ ଆସୁଥିବାର ଦେଖାଯାଇଛି। ଯାହାପରେ କାର୍‌ ତାଙ୍କ ଉପରେ ମାଡି ଯାଇଛି। ଏହି ସମୟରେ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସନ୍ଦୀପ ପୋଲିସ ବର୍ଦ୍ଦିରେ ଥିଲେ। ସେହି ଇଲାକାରେ କୌଣସି ଚୋରି ମାମଲାର ଯାଞ୍ଚ ପାଇଁ ସେ ସେହି ଯାଗାକୁ ଯାଇଥିଲେ। ସେ ନିଜ ବାଇକ୍‌ରେ ସେହି ସ୍ଥାନରେ ପହଞ୍ଚିବା କ୍ଷଣି ଏକ ଓ୍ବାଗନର କାର୍‌ ତାଙ୍କୁ ଓଭର୍‌ଟେକ୍‌ କରିଥିଲା। ଗାଡି ଚାଳକଜଣକ କାର୍‌ ଜୋରରେ ଚଳାଉଥିବାରୁ ପୋଲିସକର୍ମୀ ତାଙ୍କୁ ଧୀରେ ଗାଡି ଚଳାଇବାକୁ ପରାମର୍ଶ ଦେଇଥିଲେ।

ଏହି ସମୟରେ ହଠାତ୍‌ କାର୍‌ ପୂର୍ବାପେକ୍ଷା ଅଧିକ ସ୍ପିଡରେ ଆସି ସନ୍ଦୀପଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ଘଟଣାରେ ବାଇକ୍‌ ୧୦ମିଟର ଯାଏ ଘୋଷାରି ହୋଇଯାଇଥିଲା। ଯେଉଁଥିରେ ସନ୍ଦୀପ ମଧ୍ୟ ଥିଲେ। ସନ୍ଦୀପଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ, କାର୍‌ ଚଳାଉଥିବା ବ୍ୟକ୍ତି ଅବୈଧ ମଦ କାରାବାର କରୁଥିଲେ। କିନ୍ତୁ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri