ପାଟ୍ରୋଲିଂ ବେଳେ ଅବକାରୀ ପୋଲିସ ହାବୁଡ଼ରେ ପଡ଼ିଲେ, ମଦ ଜବତ ପରେ ବନ୍ଧାହୋଇ ଜେଲ ଗଲେ…

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମ ଜଙ୍ଗଲ ରାସ୍ତା ରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଛି। ଯୁବକ ଜଣକ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ତେନ୍ତୁଳିଆ ଗ୍ରାମର କୃଷ୍ଣ ଶବର(୨୬)। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଭୋରରେ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ କୃଷ୍ଣ ୨ ଟି ଧଳା ରଙ୍ଗର ପ୍ଲାଷ୍ଟିକ ଜାରକିନ ଧରି ସନ୍ଦେହଜନକ ଅବସ୍ଥାରେ ଯାଉଥିଲେ। ତାଙ୍କୁ ଅଟକାଇ ଖାନ ତଲାସି କରାଯିବାରୁ ସେଥିରେ ଅପମିଶ୍ରିତ ଦେଶୀମଦ ଥିବା ଜଣାପଡିଥିଲା। ଅବକାରୀ ଇନ୍ସପେକ୍ଟର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ମଦରୁ ନମୂନା ସଂଗ୍ରହ କରାଯାଇ ଜିଲା ଫରେନ୍ସିକ ଲାବ୍ରୋଟେରୀକୁ ପଠାଯାଇଛି।
ଅଭିଯୁକ୍ତ ଜଣକ ଗ୍ରାମାଞ୍ଚଳରେ ମଦ ବିକ୍ରୀ ପାଇଁ ନେଉଥିବା ସ୍ବୀକାର କରିବା ପରେ ତାଙ୍କୁ ଅବକାରୀ ମାମଲା ନଂ.୩୬/୨୫-୨୬ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ସାନଖେମୁଣ୍ଡି ବ୍ଲକ ପାଟପୁର ଗାଁ ଛକରୁ ରାଧାଦେଇପୁର ଗ୍ରାମର ମଙ୍ଗୁଳୁ ସୁଆଁସିଆଙ୍କ ନିକଟରୁ ଶୁକ୍ରବାର ୧୪ ଟି ବିଦେଶୀ ମଦ ବୋତଲ ଜବତ କରାଯାଇ ଅବକାରୀ ମାମଲା ନଂ.୩୭/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଜଣାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri