ଲିପଷ୍ଟିକରେ ରହିଛି କ୍ୟାନସର ତତ୍ତ୍ୱ

ନୂଆଦିଲ୍ଲୀ,୨୫।୧୦: ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ। ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି। ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫଏଏସ ବା ପରଫ୍‌ଲୁରୋଆଲକାଇଲ୍‌ ଆଣ୍ଡ ପଲିଫ୍ଲୁରୋଆଲକାଇଲ ସବଷ୍ଟାନ୍ଥେସକୁ ବହୁଳ ବ୍ୟବହାର କରିଥାଉ। ଏହା ‘ଫର୍‌ ଏଭର କେମିକାଲ’ ନାମରେ ମଧ୍ୟ ପରିଚିତ।

କିନ୍ତୁ ଆପଣ ଜାଣିଛନ୍ତି କି ଏହି ରାସାୟନିକ କେମିକାଲ ଆମ ଶରୀର ପ୍ରତି ଅତ୍ୟନ୍ତ ବିପବିଜ୍ଜନକ। ଏହି କେମିକାଲ ଆମ ଡେ ଟୁଡେ ଲାଇଫରେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ବହୁଳ ବ୍ୟବହାର କରାଯାଏ। ବିଶେଷକରି ୱାଟରଫ୍ରୁଫ୍‌ କସମେଟିକ ବଡି ଲୋଶନ, ସନସ୍କ୍ରିମ, ଲିପଷ୍ଟିକ, ନେଲ ପଲିସ, ଫାଉଣ୍ଡେସନ, ଆଇଶ୍ୟାଡୋ, ମସ୍କାରା ଇତ୍ୟାଦିରେ କରେ ପିଏଫଏଏସ ରହିଥାଏ। ଓ୍ବାଟରଫ୍ରୁପ୍‌ ଯୋଗୁ ପାଣି ସଂସ୍ପର୍ଶରେ ଆସିଲେ ଏଥିରେ କିଛି ପ୍ରଭାବ ପଡି ନ ଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି କି, ଏହି ରାସାୟନିକ ତତ୍ତ୍ୱରେ କ୍ୟାନସର ତତ୍ତ୍ୱ ରହିଛି। ଯାହା ପିଲା ଠାରୁ ଆରମ୍ଭ କରି ମହିଳା ଓ ବୃଦ୍ଧ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେଣ୍ଟର ଫର୍‌ ଡିଜିଜି କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାରେ, ପିଏଫଏଏସ ରାସାୟନିକ ତତ୍ତ୍ୱ ମଣିଷର ରକ୍ତରେ ପାଣି, ଖାଦ୍ୟ, ପବନ ଆଦି ଜରିଆରିରେ ଶରୀରରେ ପ୍ରବେଶ କରିଥା ଏ । ୨୦୧୬ରେ କାନାଡାରେ, ୨୦୨୨ରେ ୟୁରୋପର ଅନେକ ଦେଶ ଏହି କେମିକାଲର ବ୍ୟବହାରକୁ ନିଷେଧ କରିଥିରିଲେ । ତେବେ କେବଳ ପ୍ରସାଧନ ସାମଗ୍ରୀ ଓ କପଡାରେ ନୁହେଁ ରୋଷେଇ ଘରେ ବ୍ୟବହୃତ ବାସନ, ପାଟିକୁ ସୁଆଦ ଲାଗୁଥିବା ଷ୍ଟ୍ରିଟ୍‌ ଫୁଡ୍‌ର ପ୍ୟାକେଜିଂ କଭରରେ ମଧ୍ୟ ଏହି କେମିକାଲ ବ୍ୟବହାର ହେଉଛ। ଏହି କେମିକାଲ ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା ମହିଳା ନିସନ୍ତାନ ହେବା, ମଧୁମେହ, କିଡନୀ ରୋଗ, ହର୍ମୋନ ଅସନ୍ତୁଳିତ ହେବା ଇତ୍ୟାଦି ସମସ୍ୟା ଦେଖାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri