ଭୁବନେଶ୍ୱର, ୨୪।୬: ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୨ଟି ଓସିଏଲ୍ (ଓଡ଼ିଶା କ୍ରିକେଟ ଲିଗ୍) ମ୍ୟାଚରେ ଲାୟନ୍ସ ଓ ଜାଗୁଆର୍ସ ଦଳ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚରେ ଲାୟନ୍ସ ୪ ଉଇକେଟରେ ଓଡ଼ିଶା ପୁମାସକୁ ପରାସ୍ତ କରିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୧୮ ଓଭରରେ ୯ ଉଇକେଟ ହରାଇ ୧୩୦ ରନ କରିଥିଲା। ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ସର୍ବାଧିକ ୪୪ ରନ କରିଥିବାବେଳେ ବିପକ୍ଷ ଦଳର ପ୍ରଦୀପ ପ୍ରଧାନ ୪ଟି ଓ ରିତେଶ ପ୍ରିୟରଞ୍ଜନ ୩ଟି ଉଇକେଟ ନେଇଥିଲେ। ଜବାବରେ ଓଡ଼ିଶା ଲାୟନ୍ସ ୧୭.୨ ଓଭରରେ ୬ ଉଇକେଟ ହରାଇ ୧୩୫ ରନ ସଂଗ୍ରହ କରି ନେଇଥିଲା। ବିପ୍ଳବ ସାମନ୍ତରାୟ ୩୬ ଓ ଅମିନ ଖାଁ ୩୫ ରନ କରିଥିଲେ। ପ୍ଲେୟର ଅଫ୍ ଦି ମ୍ୟାଚ ପ୍ରଦୀପ ପ୍ରଧାନ ଓସିଏ ସଦସ୍ୟ ତଡ଼ିତ କୁମାର ରାଉତଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଜାଗୁଆର୍ସ ୮ ଉଇକେଟରେ ଓଡ଼ିଶା ଟାଇଗର୍ସକୁ ହରାଇ ଦେଇଛି। ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟାଇଗର୍ସ ୧୭.୧ ଓଭରରେ ମାତ୍ର ୫୭ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ବିପକ୍ଷ ଦଳର ପ୍ରଶାନ୍ତ ଠାକ୍କର ୩ଟି ଏବଂ ପପୁ ରାୟ ଓ ସୟଦ ଜାକି ୨ଟି ଲେଖାଏ ଉଇକେଟ ନେଇ ଟାଇଗର୍ସ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୫୮ ରନ ବିଜୟ ଲକ୍ଷ୍ୟକୁ ଓଡ଼ିଶା ଜାଗୁଆର୍ସ ମାତ୍ର ୨ ଉଇକେଟ ହରାଇ ୮.୪ ଓଭରରେ ହାସଲ କରି ନେଇଥିଲା। ଶ୍ରେୟାଂଶ ଭରଦ୍ୱାଜ ୨୪ ରନକରି ଅପରାଜିତ ରହିଥିଲେ। ପରାଜିତ ଦଳର ବି. ଶିବା ୨ଟି ଯାକ ଉଇକେଟ ନେଇଥିଲେ। ପ୍ରଶାନ୍ତ ଠକ୍କର ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓସିଏ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…
ଟିଏମ୍ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ
ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…
ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର
ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…
କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ
ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…
ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା
ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…
ଆଇସିସି ପ୍ଲେୟର ଅଫ୍ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି
ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍ସନ ଏବଂ ପେସ୍ ବୋଲର…
ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ
ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…
ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?
ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…
Archives

