Categories: ଫୁରସତ

ଜଳାଶୟରୁ ସିଂହ, ମଣିଷ ଏକାଠି ପିଉଛନ୍ତି ପାଣି, ଦେଖିଲେ ଭୟରେ ଥରି ଉଠିବେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଏକ ଜଳାଶୟରୁ ସିଂହ ଏବଂ ମଣିଷ ଏକାଠି ପାଣି ପିଉଛନ୍ତି। ପରେ ସିଂହଟି ବ୍ୟକ୍ତିଙ୍କ ମୁଣ୍ଡକୁ ଚାଚୁଟି। ବ୍ୟକ୍ତି ଜଣଙ୍କ ମଧ୍ୟ ବିନା ଭୟରେ ସିଂହ ସହ ଖେଳୁଛନ୍ତି।

ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ସେ ଲେଖିଛନ୍ତି ଯେ, ପଶୁମାନେ ନକଲି ପ୍ରେମ କରନ୍ତି ନାହିଁ। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

Share