୫ ଛୁଆ ଜନ୍ମଦେଲା ସିଂହୀ ‘ବିଜ୍‌ଲୀ’

ବାରଙ୍ଗ,୩୦।୮(ଲିଙ୍ଗରାଜ ରାଉତ):ନନ୍ଦନକାନନର ଅନ୍ୟତମ ଆକର୍ଷଣ ସିଂହୀ ବିଜ୍‌ଲୀ ଗୁରୁବାର ୫ ଛୁଆ ଜନ୍ମ ଦେଇଛି। ୨୦୨୦ ମସିହାରେ ବିଜ୍‌ଲୀକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଅଣାଯାଇଥିଲା। ଏଥର ସିଂହ ‘ସମ୍ରାଟ’ ସହ ମିଶି ୪ର୍ଥ ଥର ପାଇଁ ୯ ବର୍ଷୀୟା ବିଜ୍‌ଲୀ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛି। ବିଜ୍‌ଲୀର ଜନ୍ମ ବୃତ୍ତାନ୍ତ ସହ ଏବେକାର ସ୍ଥିତିକୁ ସିସି କ୍ୟାମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ତା’ର ଗତିବିଧି ଉପରେ ନନ୍ଦନକାନନ ତୀକ୍ଷ୍ମ ନଜର ରଖିଛି। ମା’ ଛୁଆଙ୍କ ଯତ୍ନ ନେଉଥିବାରୁ ତା’ଠାରୁ ଛୁଆଙ୍କୁ ଅଲଗା କରାଯାଇନାହିଁ। ଫଳରେ ଜନ୍ମିତ ଛୁଆଙ୍କ ଲିଙ୍ଗ ନିରୂପଣ ହୋଇପାରିନାହିଁ। ଏହି ୫ ଛୁଆଙ୍କ ଜନ୍ମ ପରେ ସିଂହସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଞ୍ଚିଛି। ୨୦୨୧ରେ ବିଜ୍‌ଲୀ ପ୍ରଥମ କରି ମା’ ହୋଇ ୩ଟି ଛୁଆ ଜନ୍ମ ଦେଇଥିଲା। ସେଥିମଧ୍ୟରୁ ୨ଟିର ମୃତ୍ୟୁ ହୋଇଥିବାବେଳେ ତୃତୀୟ ଛୁଆକୁ ସେ ଗ୍ରହଣ କରି ନ ଥିଲା। ବାଧ୍ୟ ହୋଇ ଛୁଆକୁ ବଞ୍ଚାଇ ରଖିବାକୁ ମା’ଠାରୁ ଅଲଗା କରି ଲାଳନପାଳନ କେନ୍ଦ୍ରରେ ରଖି ବଡ଼ କରାଯାଇ ପରେ ତା’ର ନାମ ‘ବର୍ଷା’ ରଖାଯାଇଥିଲା। ୨୦୨୨ ମାର୍ଚ୍ଚରେ ବିଜ୍‌ଲୀର ଦ୍ୱିତୀୟ ସନ୍ତାନ କାମିନିକୁ ମଧ୍ୟ ଅଲଗା କରି ଲାଳନପାଳନ କେନ୍ଦ୍ରରେ ରଖାଯାଇଥିଲା। ୨୦୨୨ ନଭେମ୍ବରରେ ତୃତୀୟ ଗର୍ଭରେ ୫ଟି ଛୁଆକୁ ଜନ୍ମ ଦେଇଥିବାବେଳେ ଗୋଟିକର ମୃତ୍ୟୁ ଘଟିଥିଲା। ୪ ଛୁଆଙ୍କୁ ମା’ ଗ୍ରହଣ କରିବା ସହ ଠିକ୍‌ ଭାବେ ଲାଳନପାଳନ କରିଥିଲା। ଏହି ଛୁଆ ପର୍ଯ୍ୟାୟକ୍ରମେ ବଡ଼ ହେବା ସହ ସେଥିମଧ୍ୟରୁ ୨ଟି ଛୁଆକୁ କୋଲକାତାର ଆଲିପୁର ଚିଡ଼ିଆଖାନାକୁ ଗତ ୨୭ ତାରିଖରେ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri