ଶ୍ରୀମନ୍ଦିର ସିଂହଦ୍ୱାର କବାଟରେ ଓଲଟା ସିଂହମୂର୍ତ୍ତି

ପୁରୀ,୩ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରାଯାଇଛି। ତେବେ ସିଂହଦ୍ୱାର ରୁପା ଛାଉଣି କବାଟରେ ଓଲଟା ସିଂହମୂର୍ତ୍ତି ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବିବାଦ ସୃଷ୍ଟି ହୋଇଛି। ତୁରନ୍ତ ଏହାକୁ ଠିକ୍‌ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ରଥଯାତ୍ରା ପରଦିନଠାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁମ୍ବାଇରୁ ଆସିଥିବା କଳାକାର ଏବଂ ଓଡ଼ିିଶାର କଳାକାର ମିଶି କାର୍ଯ୍ୟ ଆରମ୍ଭ କରିଥିଲେ। ମୁମ୍ବାଇର ଜଣେ ଦାତା ଦେଇଥିବା ରୁପାରେ ସିଂହଦ୍ୱାର କବାଟର ରୁପା ଛାଉଣି କରାଯାଇଥିଲା। ବାହୁଡ଼ା ଯାତ୍ରା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ରୁପା ଛାଉଣି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପରେ ସମ୍ପ୍ରତି ସିଂହଦ୍ୱାର ରୁପା ଛାଉଣିକୁ ନେଇ ବିବାଦ ଦେଖିବାକୁ ମିଳିଛି। ରୁପା ଛାଉଣି ପରେ ସିଂହଦ୍ୱାର କବାଟରେ ଥିବା ସିଂହକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସିଂହ ମୂର୍ତ୍ତି ଦୁଇଟି ଭୁଲ ଭାବେ ଲାଗିଥିବା ଅଭିଯୋଗ ହୋଇଛି। ଦ୍ୱାରରେ ଖୋଦେଇ ହୋଇଥିବା ସିଂହ ଦୁଇଟି ବିପରୀତ ମୁଖୀ ହୋଇ ରହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ସିଂହଦ୍ୱାର ପିତ୍ତଳ କବାଟରେ ସିଂହ ମୂର୍ତ୍ତି ଦ୍ୱୟ ପରସ୍ପର ଆଡ଼କୁ ମୁହଁ କରି ରହିଥିଲେ। ଦ୍ୱାର ଖୋଲାହେବା ପରେ ସିଂହ ମୂର୍ତ୍ତି ଦୁଇଟିର ମୁହଁ ଶ୍ରୀମନ୍ଦିର ଭିତର ଆଡ଼କୁ ରହୁଥିଲା। ମାତ୍ର ରୁପା ଛାଉଣି ହୋଇଥିବା ଦ୍ୱାରରେ ସିଂହ ମୂର୍ତ୍ତି ଦୁଇଟିର ମୂର୍ତ୍ତି ପରସ୍ପରକୁ ପଛ କରି ରହିଛି। ଦ୍ୱାର ଖୋଲିବା ପରେ ସିଂହ ମୂର୍ତ୍ତି ଦୁଇଟିର ମୁହଁ ଶ୍ରୀମନ୍ଦିର ବାହାରକୁ ରହୁଥିବା ବେଳେ ପଛ ପାର୍ଶ୍ୱ ଶ୍ରୀମନ୍ଦିର ଭିତରକୁ ରହୁଛି। ଏହାକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ପୂର୍ବ ଏବଂ ବର୍ତ୍ତମାନର ସିଂହଦ୍ୱାର କବାଟର ଦୃଶ୍ୟ ପୋଷ୍ଟ କରାଯିବା ସହ ସିଂହମୂର୍ତ୍ତି ମୁହଁ ଶ୍ରୀମନ୍ଦିର ବାହାରକୁ ରହିଲେ ତାହା ଶୁଭଙ୍କର ନୁହେଁ ବୋଲି ଦର୍ଶାଯାଇଛି। ତେବେ ଏ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ରୂପା ଛାଉଣି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ସିଂହଦ୍ୱାର ପିିତ୍ତଳ କବାଟରେ ଯେଉଁ ଯେଉଁ ଡିଜାଇନ ଓ କାରୁକାର୍ଯ୍ୟ ରହିଛି, ଅବିକଳ ସେହି ସବୁ ଡିଜାଇନ ଓ କାରୁକାର୍ଯ୍ୟ ରୁପା ଛାଉଣି ଦ୍ୱାରରେ ରହିବ। ତେବେ ରୁପା ଛାଉଣି ଦ୍ୱାରରେ କିଛି ପରିବର୍ତ୍ତନ ହେବା ସହ ସିଂହମୂର୍ତ୍ତି ଓଲଟା ଲଗାଯାଇଛି। କାରିଗରମାନଙ୍କୁ ଏନେଇ ସୂଚନା ଦିଆଯାଇଥିଲା କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ତେଣୁ ଦ୍ୱାରରେ ଲାଗିଥିବା ଓଲଟା ସିଂହମୂର୍ତ୍ତିକୁ କଢାଯାଇ ପୂର୍ବଭଳି ଏହି ମୂର୍ତ୍ତି ଦୁଇଟିକୁ ଠିକ୍‌ ଭାବେ ଲଗାଯିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri