Categories: ବାଣିଜ୍ୟ

ଟାଟା ପାଓ୍ବାର ପକ୍ଷରୁ ଲାଇନମ୍ୟାନ ଦିବସ

ଭୁବନେଶ୍ୱର, ୫।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ପାଓ୍ବାର ପକ୍ଷରୁ ଲାଇନ ମ୍ୟାନ ଦିବସ ପାଳିତ ହୋଇଯାଇଛି। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଚାରି ଯୌଥ ଉଦ୍ୟୋଗ ତଥା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ପକ୍ଷରୁ ରାଜ୍ୟବ୍ୟାପୀ କାର୍ଯ୍ୟକରୁଥିବା ୨୧,୦୦୦ ଲାଇନମ୍ୟାନ୍‌ଙ୍କ ଅକ୍ଳାନ୍ତ ସମର୍ପଣକୁ ସ୍ବୀକୃତି ଓ ମାନ୍ୟତା ପ୍ରଦାନ କରି ଲାଇନମ୍ୟାନ୍‌ ଦିବସ ପାଳନ କରାଯାଇଛି।

Share