ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏ ଦିଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ମହିଳା ସଶକ୍ତୀକରଣ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ଭଳି ୪୨ ଲାଇନ ଡିପାର୍ଟମେଣ୍ଟ ପକ୍ଷରୁ ସହଯୋଗ ମିଳୁନି। ବିଭାଗଗୁଡ଼ିକ ପକ୍ଷରୁ ପଞ୍ଚାୟତରେ ପକଳ୍ପ କାର୍ଯ୍ୟକାରୀତାକୁ ନେଇ କ’ଣ ଆକ୍ସନପ୍ଲାନ ପ୍ରସ୍ତୁତ ହୋଇଛି ସେ ଦିଗରେ ସବିଶେଷ ବିବରଣୀ ପଞ୍ଚାୟତର ହସ୍ତଗତ ହୋଇପାରିଲେ ଜିପିଡିପି ଖସଡ଼ା ପ୍ରସ୍ତୁତ ସଫଳ ରୂପାୟନ କରାଯାଇ ପାରିବ। ମାତ୍ର ବିଭାଗୀୟ ଅଧିକାରୀଙ୍କ ସହଯୋଗ ମିଳୁ ନ ଥିବାରୁ ପଞ୍ଚାୟତରେ ଜିପିଡିପି ଖସଡ଼ା ପ୍ରସ୍ତୁତରେ ବିଳମ୍ବ ଘଟୁଛି। ଏହାଛଡ଼ା ସରକାରୀ ଅନୁଦାନ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ନିୟମାବଳୀ ଖସଡ଼ା ପ୍ରସ୍ତୁତରେ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି। ପୂର୍ବଭଳି ପଞ୍ଚାୟତ ପ୍ରତିନିଧିମାନେ ମନଇଚ୍ଛା ପ୍ରକଳ୍ପ ଚୟନ କରିବା ସମ୍ଭବ ହେଉନାହିଁ। ଜିପିଡିପି ଖସଡ଼ାରେ ସ୍ଥାନିତ ପ୍ରକଳ୍ପର ସବିଶେଷ ବିବରଣୀ ପ୍ରଦାନ ସହ ପଞ୍ଚାୟତରେ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହୁଛି। ଏହିଭଳି କେତେକ ନିୟମାବଳୀକୁ ଅନୁପାଳନ ଓ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଯୋଗୁ ଜିପିଡିପି ପ୍ରସ୍ତୁତ ସମ୍ଭବପର ହୋଇ ନ ପାରିବା ସହ ୨୦୨୩-୨୪ ଆର୍ଥତ୍କ ବର୍ଷର ସରକାରୀ ଅନୁଦାନକୁ ବିନିଯୋଗ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଞ୍ଚାୟତସ୍ତରରେ ସରକାରୀ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ତୃଣମୂଳସ୍ତରରେ ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଉଛି। ଗୋଟିଏ ଆର୍ଥତ୍କ ବର୍ଷରେ ପଞ୍ଚାୟତକୁ ପଞ୍ଚମ ରାଜ୍ୟ କମିଶନ ଓ ୧୫ତମ କେନ୍ଦ୍ରୀୟ କମିଶନ ଅନୁଦାନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ଅନ୍ୟ ବିଭାଗୀୟ ଅନୁଦାନ ବିନିଯୋଗ ହେଉଛି। ଉକ୍ତ ଅନୁଦାନ ମଧ୍ୟରୁ ୧୫ତମ କେନ୍ଦ୍ରୀୟ ଅନୁଦାନକୁ ଟାଏଡ ଓ ଅନଟାଏଡରେ ବିଭକ୍ତ କରାଯାଇଛି। ଟାଏଡ୍‌ ବାବଦକୁ ଉଦ୍ଦିଷ୍ଟ ଅର୍ଥ ସ୍ଥିର ଓ ସ୍ଥାୟୀ ଭାବେ ଖର୍ଚ୍ଚ ହେଉଥିବା ଅର୍ଥକୁ ହିସାବ କରାଯାଇ ଜିପିଡିପିରେ ସ୍ଥାନିତ କରାଯିବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଅନଟାଏଡ ଅର୍ଥରୁ ଶତକଡ଼ା ୫୦ଭାଗ ଅର୍ଥ ପଞ୍ଚାୟତର ସଂକଳ୍ପ ଥିମ୍‌ ଉପରେ ଖର୍ଚ୍ଚ କରାଯିବ। ବାକି ୫୦ ଶତକଡ଼ା ଅର୍ଥ ଆବଣ୍ଟନ ସମୟରେ ବିକାଶକୁ ବିଭକ୍ତ କରାଯାଇ ଥିବା ଅନ୍ୟ ୮ ଥିମ୍‌ (ସଂକଳ୍ପ ଥିମ୍‌କୁ ଛାଡି) ଉପରେ ଖର୍ଚ୍ଚ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବ। ଏହି ଯୋଜନାରେ ପଞ୍ଚାୟତିରାଜ ବିଭାଗ ସହ ଅନ୍ୟ ୪୨ ଲାଇନ ଡିପାର୍ଟମେଣ୍ଟର ପ୍ରମୁଖ ଭୂମିକା ରହିବ। ଯୋଜନା ପ୍ରସ୍ତୁତ ସମୟରେ କେଉଁ ପ୍ରକଳ୍ପ କେଉଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯିବ, ଏଥିରେ ପଞ୍ଚାୟତ ଅନୁଦାନରୁ କି ପ୍ରକାର ସହଭାଗିତା ରହିବ ସେ ସବୁ ଦିଗରେ ଖସଡ଼ାରେ ଉଲ୍ଲେଖ କରାଯିବ। ଏଭଳି ଭାବରେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାରକରି ଜିପିଡିପି ପ୍ରସ୍ତୁତ କରାଯାଇ ପାରିଲେ ପ୍ରକଳ୍ପ ଖସଡ଼ାକୁ ଅନୁମୋଦିତ ହୋଇପାରିବ ବୋଲି ବ୍ଲକ ପକ୍ଷରୁ ସୂଚନା ଦିଆଯାଉଛି।
ଅନୁଦାନ ଆବଣ୍ଟନ ଓ ବିନିଯୋଗକୁ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରା ନ ଗଲେ ପ୍ରସ୍ତୁତ ଖସଡ଼ାକୁ ଅନଲାଇନ ଅନୁମୋଦନ ମିଳିପାରୁନାହିଁ। ପ୍ରକଳ୍ପ ତାଲିକା ପ୍ରସ୍ତୁତରେ ରହିଯାଉଥିବା ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରାଯିବାକୁ ପଡୁଛି। ଏଭଳି ପରିସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ/ଦୁଇଟି ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଇ ଜିପିଡିପି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତର ବାର୍ଷିକ ଖସଡ଼ାକୁ ତୁରନ୍ତ ପ୍ରସ୍ତୁତକରି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯିବାକୁ ବ୍ଲକ ପକ୍ଷରୁ ପ୍ରୟାସ ଜାରି ରହିଛି। ତେବେ ଜିପିଡିପି ପ୍ରସ୍ତୁତି କାର୍ଯ୍ୟ କେବେ ସରିବ ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ଦିବ୍ୟକାନ୍ତି ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଜିପିଡିପି ପ୍ରସ୍ତୁତ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ପର୍ଯ୍ୟାୟ ଅନୁସାରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇ ଅନୁମୋଦନ କରାଯିବ। ଏଦିଗରେ ବିଭାଗୀୟ ଅଧିକାରୀଙ୍କୁ ପଞ୍ଚାୟତଗୁଡ଼ିକୁ ସହଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପତ୍ର ଜରିଆରେ ଅବଗତ କରାଯାଇଆସୁଛି। ଏହାସତ୍ତ୍ୱେ ଅଧିକାରୀମାନଙ୍କ ସହଯୋଗ ମିଳୁ ନ ଥିବା ଅଭିଯୋଗ ଆସୁଛି। ପରବର୍ତ୍ତୀ ସ୍ଥିତିରେ ଉପରସ୍ତରରେ ଯାହାକିଛି ପଦକ୍ଷେପ ନିଆଯାଇ ପାରିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri