ବୟାନବାଜି, ଡାକବାଜିରେ ସୀମିତ ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ସରକାରୀ ଜମି ଉପରେ ଜବରଦଖଲ ତଥା ବେଆଇନ ନିର୍ମାଣ ଭଙ୍ଗାଯିବ। ବଡ଼ ଅଟ୍ଟାଳିକାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ସମ୍ମୁଖରେ ବାରମ୍ବାର ଏହା କହି ଆସିଛନ୍ତି। ବରଗଡ଼ ଜିଲାଗସ୍ତରେ ଆସିଥିବାବେଳେ ମଧ୍ୟ ସେ ଏହା କହିଥିଲେ। ସେହିପରି ଜବରଦଖଲ ଉଚ୍ଛେଦ ପାଇଁ ଜିଲା ପ୍ରଶାସନ ମଧ୍ୟ ଥରକୁ ଥର ସୀମା ଚିହ୍ନଟ କରୁଛି। ଫିତା ଧରି ବିଭାଗୀୟ କର୍ମଚାରୀମାନେ ରାସ୍ତାର ଉଭୟ ପାର୍ଶ୍ୱ ମାପଚୁପ କରୁଛନ୍ତି। ଜବରଦଖଲ ଅଂଶରେ ଲାଲରଙ୍ଗର ଛକି ବି ପକାଉଛନ୍ତି। ବହୁଚର୍ଚ୍ଚିତ ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପାଇଁ ଗତ ବର୍ଷକ ମଧ୍ୟରେ ଏଭଳି ଥରେ ନୁହେଁ, ତିନିଥର ସୀମା ଚିହ୍ନଟ ହେବା ସହିତ ଜବରଦଖଲ ଅଂଶରେ ଲାଲ ରଙ୍ଗର ଛକି ପକାଯାଇଛି। ଡାକବାଜି ଯନ୍ତ୍ରରେ ଜବରଦଖଲ ଜାଗା ଛାଡ଼ିବାକୁ ପ୍ରଚାର ମଧ୍ୟ କରାଯାଇଛି। କିନ୍ତୁ ରାଜସ୍ବ ମନ୍ତ୍ରୀଙ୍କ ସେଭଳି ବୟାନବାଜି ଏବଂ ପ୍ରଶାସନର ଡାକବାଜି ଯନ୍ତ୍ରରେ ପ୍ରଚାରରେ ଉଚ୍ଛେଦ ସୀମିତ ରହି ଯାଇଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ମଧ୍ୟ ସଭିଁଙ୍କୁ ଚକିତ କରି ପକାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ମଧ୍ୟ ଜୋର୍‌ ଧରିଥିଲା। କିନ୍ତୁ ନିର୍ବାଚନ ସରିବା ପରେ ସେଭଳି ଆଉ ଉଚ୍ଛେଦ ତାତି ନାହିଁ। ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନିକ ଉଦାସୀନତା ଯୋଗୁ ଜଣେ ପରେ ଆଉଜଣେ ନ୍ୟାୟାଳୟରୁ ରହିତାଦେଶ ଆଣିବାରେ ସକ୍ଷମ ହେଉଛନ୍ତି। ସିଧାସଳଖ ନ ହେଲେ ମଧ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ପରୋକ୍ଷରେ ଏକ ବଡ଼ ଡିଲ୍‌ ଚାଲିଛି ଏବଂ ଜାଣିଶୁଣି ଉଚ୍ଛେଦ ପ୍ରକ୍ରିୟାକୁ ବିଳମ୍ବ କରି ରହିତାଦେଶର ସୁଯୋଗ ଦିଆଯାଉଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ସୀମା ମାପଚୁପ, ଡାକବାଜି ଯନ୍ତ୍ରରେ ପ୍ରଚାର ଏବଂ ରହିତାଦେଶ ଆଣିବାର ଦିବସକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ସଚେତନ ନାଗରିକମାନେ କହୁଛନ୍ତି। ସନ୍ଧ୍ୟାରେ ଡାକବାଜି ଯନ୍ତ୍ରରେ ଜବରଦଖଲ ଜାଗା ଛାଡ଼ିବାକୁ ପ୍ରଚାର କରାଯାଉଛି। କିନ୍ତୁ ତାର ପରଦିନ ରହିତାଦେଶ ଆଣିଥିବା ଶୁଣିବାକୁ ମିଳୁଛି ଏବଂ ଉଚ୍ଛେଦ ପ୍ରକ୍ରିୟା ଅଟକି ଯାଉଛି। ଏଥିରୁ ଉଚ୍ଛେଦ ପ୍ରକ୍ରିୟାରେ ଆନ୍ତରିକତା ଏବଂ ଇଚ୍ଛାଶକ୍ତି ଅଛି ନା ଜାଣିଶୁଣି ସହରବାସୀଙ୍କୁ ସେଭଳି ଆଳ ଦେଖାଇ ବାରମ୍ବାର ଭୂଆଁ ବୁଲାଯାଉଛି, ତାହା ଜଳଜଳ ଦିଶୁଛି।
ପ୍ରକାଶ ଯେ, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ଦେଇ ପୂର୍ବରୁ ଜାତୀୟ ରାଜପଥ ଯାଇଥିଲା। କିନ୍ତୁ ଉକ୍ତ ରାସ୍ତା ଦିନକୁ ଦିନ ସଂକୁଚିତ ହୋଇ ପଡ଼ିଥିଲା ଏବଂ ବ୍ୟସ୍ତବହୁଳ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଉକ୍ତ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ସହରବାସୀ ବାରମ୍ବାର ଦାବି ପରେ ଗତବର୍ଷ ଜୁନ ୨୧ତାରିଖରୁ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଯୁବ ସଂଗଠନ ଏକତ୍ରିତ ହୋଇ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଓହ୍ଲାଇଥିଲେ। ସହରବାସୀଙ୍କ ଆବଶ୍ୟକତା ଏବଂ ସମୂହ ସ୍ବାର୍ଥ ସାଧନ ପାଇଁ ବରଗଡ଼ ଜିଲା ଓକିଲ ସଂଘ ଉଚ୍ଛେଦ ଦାବିକୁ ସମର୍ଥନ କରିବା ସହିତ ଏହାର ନେତୃତ୍ୱ ନେଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଘଟଣା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା ଏବଂ ରହିତାଦେଶ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହି ସମୟ ଗଡ଼ି ଚାଲିଥିଲା।
କିନ୍ତୁ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଗତ ଫେବୃୟାରୀ ୧ତାରିଖରେ ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ୧୫ ଦିନର ନୋଟିସ୍‌ ଦେଇ ଜବରଦଖଲ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ପୌର ପରିଷଦକୁ ଆଦେଶ କରିଥିଲେ। ଏହାସତ୍ତ୍ୱେ ଉଚ୍ଛେଦ କରାଯାଇ ନ ଥିଲା। ସାଧାରଣ ନିର୍ବାଚନ ଆଚରଣ ବିଧି ନେଇ ପୁଣି ସମୟ ଗଡ଼ି ଚାଲିଥିଲା। ଇତିମଧ୍ୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ସେହି ପ୍ରସଙ୍ଗ ଅସମାହିତ ହୋଇ ରହିଯାଇଥିଲା। ପୌର ପ୍ରଶାସନ ଗତ ମାସ ୧୬ତାରିଖ ମାପଚୁପ କରିବା ସହିତ ଉଚ୍ଛେଦ ନେଇ ସେହିଦିନ ସନ୍ଧ୍ୟାରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ସ୍ଥାନ ଖାଲି କରିବାକୁ ପ୍ରଚାରରେ ସୂଚନା ଦିଆଯାଇଥିଲା। ସେହି ମିଆଦ ପୂରି ଯାଇଥିଲା। କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରର କଥା, ନ୍ୟାୟାଳୟର ରହିତାଦେଶ ଆଣିବା ଯୋଗୁ ଉଚ୍ଛେଦ ପୁଣି ଅଟକି ଯାଇଛି ଏବଂ ଆସନ୍ତା ସେପ୍ଟେମ୍ବର ୧୧ତାରିଖ ଉଚ୍ଚ ନ୍ୟାୟାଳୟରେ ଏହାର ଶୁଣାଣି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri