ବୟାନବାଜି, ଡାକବାଜିରେ ସୀମିତ ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ସରକାରୀ ଜମି ଉପରେ ଜବରଦଖଲ ତଥା ବେଆଇନ ନିର୍ମାଣ ଭଙ୍ଗାଯିବ। ବଡ଼ ଅଟ୍ଟାଳିକାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ସମ୍ମୁଖରେ ବାରମ୍ବାର ଏହା କହି ଆସିଛନ୍ତି। ବରଗଡ଼ ଜିଲାଗସ୍ତରେ ଆସିଥିବାବେଳେ ମଧ୍ୟ ସେ ଏହା କହିଥିଲେ। ସେହିପରି ଜବରଦଖଲ ଉଚ୍ଛେଦ ପାଇଁ ଜିଲା ପ୍ରଶାସନ ମଧ୍ୟ ଥରକୁ ଥର ସୀମା ଚିହ୍ନଟ କରୁଛି। ଫିତା ଧରି ବିଭାଗୀୟ କର୍ମଚାରୀମାନେ ରାସ୍ତାର ଉଭୟ ପାର୍ଶ୍ୱ ମାପଚୁପ କରୁଛନ୍ତି। ଜବରଦଖଲ ଅଂଶରେ ଲାଲରଙ୍ଗର ଛକି ବି ପକାଉଛନ୍ତି। ବହୁଚର୍ଚ୍ଚିତ ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପାଇଁ ଗତ ବର୍ଷକ ମଧ୍ୟରେ ଏଭଳି ଥରେ ନୁହେଁ, ତିନିଥର ସୀମା ଚିହ୍ନଟ ହେବା ସହିତ ଜବରଦଖଲ ଅଂଶରେ ଲାଲ ରଙ୍ଗର ଛକି ପକାଯାଇଛି। ଡାକବାଜି ଯନ୍ତ୍ରରେ ଜବରଦଖଲ ଜାଗା ଛାଡ଼ିବାକୁ ପ୍ରଚାର ମଧ୍ୟ କରାଯାଇଛି। କିନ୍ତୁ ରାଜସ୍ବ ମନ୍ତ୍ରୀଙ୍କ ସେଭଳି ବୟାନବାଜି ଏବଂ ପ୍ରଶାସନର ଡାକବାଜି ଯନ୍ତ୍ରରେ ପ୍ରଚାରରେ ଉଚ୍ଛେଦ ସୀମିତ ରହି ଯାଇଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ମଧ୍ୟ ସଭିଁଙ୍କୁ ଚକିତ କରି ପକାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ମଧ୍ୟ ଜୋର୍‌ ଧରିଥିଲା। କିନ୍ତୁ ନିର୍ବାଚନ ସରିବା ପରେ ସେଭଳି ଆଉ ଉଚ୍ଛେଦ ତାତି ନାହିଁ। ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନିକ ଉଦାସୀନତା ଯୋଗୁ ଜଣେ ପରେ ଆଉଜଣେ ନ୍ୟାୟାଳୟରୁ ରହିତାଦେଶ ଆଣିବାରେ ସକ୍ଷମ ହେଉଛନ୍ତି। ସିଧାସଳଖ ନ ହେଲେ ମଧ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ପରୋକ୍ଷରେ ଏକ ବଡ଼ ଡିଲ୍‌ ଚାଲିଛି ଏବଂ ଜାଣିଶୁଣି ଉଚ୍ଛେଦ ପ୍ରକ୍ରିୟାକୁ ବିଳମ୍ବ କରି ରହିତାଦେଶର ସୁଯୋଗ ଦିଆଯାଉଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ସୀମା ମାପଚୁପ, ଡାକବାଜି ଯନ୍ତ୍ରରେ ପ୍ରଚାର ଏବଂ ରହିତାଦେଶ ଆଣିବାର ଦିବସକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ସଚେତନ ନାଗରିକମାନେ କହୁଛନ୍ତି। ସନ୍ଧ୍ୟାରେ ଡାକବାଜି ଯନ୍ତ୍ରରେ ଜବରଦଖଲ ଜାଗା ଛାଡ଼ିବାକୁ ପ୍ରଚାର କରାଯାଉଛି। କିନ୍ତୁ ତାର ପରଦିନ ରହିତାଦେଶ ଆଣିଥିବା ଶୁଣିବାକୁ ମିଳୁଛି ଏବଂ ଉଚ୍ଛେଦ ପ୍ରକ୍ରିୟା ଅଟକି ଯାଉଛି। ଏଥିରୁ ଉଚ୍ଛେଦ ପ୍ରକ୍ରିୟାରେ ଆନ୍ତରିକତା ଏବଂ ଇଚ୍ଛାଶକ୍ତି ଅଛି ନା ଜାଣିଶୁଣି ସହରବାସୀଙ୍କୁ ସେଭଳି ଆଳ ଦେଖାଇ ବାରମ୍ବାର ଭୂଆଁ ବୁଲାଯାଉଛି, ତାହା ଜଳଜଳ ଦିଶୁଛି।
ପ୍ରକାଶ ଯେ, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରାବ୍ରିଜ ଦେଇ ପୂର୍ବରୁ ଜାତୀୟ ରାଜପଥ ଯାଇଥିଲା। କିନ୍ତୁ ଉକ୍ତ ରାସ୍ତା ଦିନକୁ ଦିନ ସଂକୁଚିତ ହୋଇ ପଡ଼ିଥିଲା ଏବଂ ବ୍ୟସ୍ତବହୁଳ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଉକ୍ତ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ସହରବାସୀ ବାରମ୍ବାର ଦାବି ପରେ ଗତବର୍ଷ ଜୁନ ୨୧ତାରିଖରୁ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଯୁବ ସଂଗଠନ ଏକତ୍ରିତ ହୋଇ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଓହ୍ଲାଇଥିଲେ। ସହରବାସୀଙ୍କ ଆବଶ୍ୟକତା ଏବଂ ସମୂହ ସ୍ବାର୍ଥ ସାଧନ ପାଇଁ ବରଗଡ଼ ଜିଲା ଓକିଲ ସଂଘ ଉଚ୍ଛେଦ ଦାବିକୁ ସମର୍ଥନ କରିବା ସହିତ ଏହାର ନେତୃତ୍ୱ ନେଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଘଟଣା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା ଏବଂ ରହିତାଦେଶ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହି ସମୟ ଗଡ଼ି ଚାଲିଥିଲା।
କିନ୍ତୁ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଗତ ଫେବୃୟାରୀ ୧ତାରିଖରେ ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ୧୫ ଦିନର ନୋଟିସ୍‌ ଦେଇ ଜବରଦଖଲ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ପୌର ପରିଷଦକୁ ଆଦେଶ କରିଥିଲେ। ଏହାସତ୍ତ୍ୱେ ଉଚ୍ଛେଦ କରାଯାଇ ନ ଥିଲା। ସାଧାରଣ ନିର୍ବାଚନ ଆଚରଣ ବିଧି ନେଇ ପୁଣି ସମୟ ଗଡ଼ି ଚାଲିଥିଲା। ଇତିମଧ୍ୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ସେହି ପ୍ରସଙ୍ଗ ଅସମାହିତ ହୋଇ ରହିଯାଇଥିଲା। ପୌର ପ୍ରଶାସନ ଗତ ମାସ ୧୬ତାରିଖ ମାପଚୁପ କରିବା ସହିତ ଉଚ୍ଛେଦ ନେଇ ସେହିଦିନ ସନ୍ଧ୍ୟାରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ସ୍ଥାନ ଖାଲି କରିବାକୁ ପ୍ରଚାରରେ ସୂଚନା ଦିଆଯାଇଥିଲା। ସେହି ମିଆଦ ପୂରି ଯାଇଥିଲା। କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରର କଥା, ନ୍ୟାୟାଳୟର ରହିତାଦେଶ ଆଣିବା ଯୋଗୁ ଉଚ୍ଛେଦ ପୁଣି ଅଟକି ଯାଇଛି ଏବଂ ଆସନ୍ତା ସେପ୍ଟେମ୍ବର ୧୧ତାରିଖ ଉଚ୍ଚ ନ୍ୟାୟାଳୟରେ ଏହାର ଶୁଣାଣି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri