ନୋଟିସରେ ସୀମିତ କାର୍ଯ୍ୟାନୁଷ୍ଠାନ

ବରୀ,୧୯ା୭(ଡି.ଏନ.ଏ.):ସରକାରୀ ବଜାର ଗୃହକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କୁ ବରୀ ବ୍ଲକ ପ୍ରଶାସନ ନୋଟିସ କରି ୭ଦିନ ଭିତରେ ଗୃହ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ୭ଦିନ ମଧ୍ୟରେ ଗୃହ ଖାଲି ନ କଲେ ପରବର୍ତ୍ତୀ ସମୟରେ ତାହାକୁ ଭାଙ୍ଗି ଦିଆଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ମାତ୍ର ଉକ୍ତ ନିର୍ଦ୍ଦେଶକୁ ୭ ଦିନରୁ ଊର୍ଦ୍ଧ୍ୱ ବିତିଥିଲେ ମଧ୍ୟ ଗୃହଗୁଡ଼ିକ ଏବେବି ଜବରଦଖଲରେ ରହିଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେବଳ ନୋଟିସରେ ସୀମିତ ବୋଲି ମତପ୍ରକାଶ ପାଇଛି।
ଅନୁସାରେ, ବରୀ ବ୍ଲକ୍‌ ଅଧୀନ ଦରଘା ଛକରେ ଥିବା ଗୃହ ମଧ୍ୟରୁ ଧୀରେନ୍ଦ୍ର ସାହୁ ୧ ନମ୍ବର, ରମାକାନ୍ତ ମଲିକ ୫ ନମ୍ବର ଓ ମନୋରଞ୍ଜନ ଦାଶ ୪ କୋଠରିକୁ ଜବରଦଖଲ କରିଛନ୍ତି। ସେହିପରି ଉତ୍ତର ବରୀଠାରେ ଥିବା ଗୃହ ମଧ୍ୟରୁ ୧,୨, ଓ ୩ ନମ୍ବର କୋଠରିକୁ ପ୍ରଶାନ୍ତ ଯାଦବ ଜବରଦଖଲ କରି ରଖିଛନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ସରପଞ୍ଚ ସୋନାଲି ସିଂ ବରୀ ବିଡିଓଙ୍କୁ ଜଣାଇଥିଲେ। ଏହାକୁ ନେଇ ବିଡିଓ ଜବରଦଖଲକାରୀଙ୍କୁ ଘର ଛାଡିବା ପାଇଁ ନୋଟିସ୍‌ ଜାରି କରିଛନ୍ତି। ଚିଠି ନଂ.୨୫୪୫ ତା ୦୫ା୦୭ା୨୦୨୨ରେ ଉକ୍ତ ନୋଟିସ ଜାରି କରାଯାଇଛି। ତେବେ ଜବରଦଖଲକାରୀ ସରକାରୀ ନିୟମକୁ ଉଲ୍ଲଙ୍ଘନ କରିବା ପରେ ବି ବ୍ଲକ୍‌ ପ୍ରଶାସନ ତରଫରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପଛରେ ରାଜନୈତିକ ଚାପ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବରୀ ଭାରପ୍ରାପ୍ତ ବିଡିଓ ମାନସ ରଞ୍ଜନ ଭୋଇଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରୀ ନିୟମ ଉଲ୍ଲଂଘନ ଏକ ଧର୍ତ୍ତବ୍ୟ ଅପରାଧ। ନୋଟିସ ଜାରି ପରେ ଯେଉଁମାନେ ଗୃହ ଖାଲି କରିନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ବ୍ଲକ୍‌ ପ୍ରଶାସନର ନୋଟିସ ମୁତାବକ ଜବରଦଖଲ କରିଥିବା ଯାଦବଙ୍କୁ ପଚାରିବାରେ ସେ କୁହନ୍ତି, କୋର୍ଟର ଆଶ୍ରୟ ନେଇଛି। କୋର୍ଟର ନିର୍ଦ୍ଦେଶ ନ ଆସିବା ପୂର୍ବରୁ ଏଭଳି ନୋଟିସ ଜାରି କରାଯିବା ସମ୍ପୂର୍ଣ୍ଣ ବେଆଇନ। ସେହିପରି ଜବରଦଖଲକାରୀ ମଲ୍ଲିକ କହିଛନ୍ତି, ସରକାରୀ ନିୟମ ମୁତାବକ କୋଠରି ଭଡ଼ା ସୂତ୍ରରେ ନିଆଯାଇଛି। ଏଥିରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri