ବଜ୍ରପାତ ନେଲା ୪ଜୀବନ: ଶବ ସଂସ୍କାର କରିବାକୁ ଯାଇଥିବା ୩ ମହିଳା ମୃତ

ପ୍ରକୃତି କୋପର ଶିକାର କିଏ କେତେବେଳେ ଯେ ହେବ ତାହା କେହି କଳନା କରି ପାରିବେ ନାହିଁ। କେହି କିଛି ଭାବିବା ପୂର୍ବରୁ ଅକାଳରେ ଚାଲିଯାଏ ଜୀବନ। ଶନିବାର ବଜ୍ରପାତରେ ୨ଟି ସ୍ଥାନରେ ୪ ଜୀବନ ଚାଲିଯାଇଛି । ମୟୂରଭଞ୍ଜ ଜିଲା କରଞ୍ଜିଆରେ ଜଣେ ସମ୍ପର୍କୀୟଙ୍କ ଶବସଂସ୍କାର କରିବା ପାଇଁ ଶ୍ମଶାନକୁ ଆସିଥିବା ୩ଜଣ ମହିଳା ଗଛତଳେ ବସିଥିବାବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ଅଞ୍ଚଳରେ ରାସ୍ତା କାମ ତଦାରଖ କରୁଥିବାବେଳେ ବଜ୍ରପାତରେ ଜଣେ ସୁପରଭାଇଜରଙ୍କ ମୃତ୍ୟୁ ଘଟିଛି

ବାରିପଦା ଅଫିସ/କରଞ୍ଜିଆ/ସୋର, ୯।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ଏନ୍‌ଏସିର ୧୫ନଂ. ୱାର୍ଡ ଅଙ୍କୁରା ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ସହ ବଜ୍ରପାତ ହୋଇ ୩ ମହିଳାଙ୍କ ଜୀବନ ଯାଇଛି। ବନ୍ଧୁ ପରିଜନଙ୍କ ସହ ଶବ ସଂସ୍କାର କରିବାକୁ ନିକଟସ୍ଥ ଶ୍ମଶାନକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି। ମୃତକମାନେ ହେଲେ ଅଙ୍କୁରା ଗ୍ରାମର ସୁବାସିନୀ ଦାସ(୭୦), ଗର୍ଭବତୀ ମହିଳା ହେମଲତା ହୋ(୨୫) ଓ ସରୋଜପଶି ଗ୍ରାମର ଜୀବତୀ ନାଏକ(୩୦)। ବଜ୍ରପାତରେ ୫ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନେ ହେଲେ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଓ ଦେଢ଼ବର୍ଷର ଶିଶୁ ତେଜଶ୍ୱରୀ ନାଏକ। ଶନିବାର ସକାଳେ ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ବନ୍ଧୁ ପ୍ରିୟଜନମାନେ ଶବ ସତ୍କାର କରିବାକୁ ନିକଟସ୍ଥ ମଶାଣିକୁ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ମାଡ଼ି ଆସିବାରୁ ମହିଳାମାନେ ଆମ୍ବଗଛ ମୂଳରେ ଥିବା ଚାଳିଆରେ ଆଶ୍ରୟ ନେଇଥିଲେ ା ଏହି ସମୟରେ ଆମ୍ବ ଗଛକୁ ବଜ୍ରପାତ ହେବାରୁ ତଳେ ଆଶ୍ରୟ ନେଇଥିବା ମହିଳାଙ୍କ ମଧ୍ୟରେ ୩ଜଣ ଏହାର ଶିକାର ହୋଇ ଟଳି ପଡ଼ିଥିଲେ। ଆମ୍ବଗଛ ହୁତୁ ହୁତୁ ହୋଇ ଜଳୁଥିବାବେଳେ ଅନ୍ୟମାନେ ଆତଙ୍କିତ ହୋଇପଡିଥିଲେ। ଖବରପାଇ ଅଙ୍କୁରାସ୍ଥିତ ବାସଭବନରେ ଥିବା ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସା ବିଷୟରେ ବୁଝାଶୁଝା କରିଥିଲେ। ମନ୍ତ୍ରୀଙ୍କ ସହ ଏନ୍‌ଏସି ଅଧ୍ୟକ୍ଷା ପପି ପୃଷ୍ଟି, ଦିଲୀପ ସାହୁ, ଗିରିଧାରୀ ପୃଷ୍ଟି, ମହେଶ୍ୱର ନାୟକ, ସିପୁ ନାୟକଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିବା ସହ ଏକ ଅପମୃତ୍ୟୁ ମାମଲା (ନଂ.୧୦/୨୩) ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଟିଣା ପୋଲ ନିକଟରେ ଶନିବାର ପୂର୍ତ୍ତ ବିଭାଗ ରାସ୍ତାକାମ ଚାଲିଥିବାବେଳେ ବଜ୍ରପାତ ହେବାରୁ ସେଠାରେ ଉପସ୍ଥିତ ଜଣେ ସୁପରଭାଇଜରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୀଳଗିରି ଥାନା ମିତ୍ରପୁର ପାଟଣା ଗ୍ରାମର ବୈଦ୍ୟନାଥ ରାଉତ (୨୫)। ସେ ଖନ୍ତାପଡା ଅଞ୍ଚଳର ଠିକାଦାର ଗଣେଶ ପ୍ରଧାନଙ୍କ ପାଖରେ ସୁପରଭାଇଜର ଭାବେ କାମ କରୁଥିଲେ। ଶ୍ରମିକ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଦ୍ୟନାଥଙ୍କ ଆସନ୍ତା ୧୭ ତାରିଖରେ ବିବାହ ହୋଇଥାନ୍ତା ବୋଲି ଶ୍ରମିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri