ବଜ୍ରପାତ ନେଲା ୪ଜୀବନ: ଶବ ସଂସ୍କାର କରିବାକୁ ଯାଇଥିବା ୩ ମହିଳା ମୃତ

ପ୍ରକୃତି କୋପର ଶିକାର କିଏ କେତେବେଳେ ଯେ ହେବ ତାହା କେହି କଳନା କରି ପାରିବେ ନାହିଁ। କେହି କିଛି ଭାବିବା ପୂର୍ବରୁ ଅକାଳରେ ଚାଲିଯାଏ ଜୀବନ। ଶନିବାର ବଜ୍ରପାତରେ ୨ଟି ସ୍ଥାନରେ ୪ ଜୀବନ ଚାଲିଯାଇଛି । ମୟୂରଭଞ୍ଜ ଜିଲା କରଞ୍ଜିଆରେ ଜଣେ ସମ୍ପର୍କୀୟଙ୍କ ଶବସଂସ୍କାର କରିବା ପାଇଁ ଶ୍ମଶାନକୁ ଆସିଥିବା ୩ଜଣ ମହିଳା ଗଛତଳେ ବସିଥିବାବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ଅଞ୍ଚଳରେ ରାସ୍ତା କାମ ତଦାରଖ କରୁଥିବାବେଳେ ବଜ୍ରପାତରେ ଜଣେ ସୁପରଭାଇଜରଙ୍କ ମୃତ୍ୟୁ ଘଟିଛି

ବାରିପଦା ଅଫିସ/କରଞ୍ଜିଆ/ସୋର, ୯।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ଏନ୍‌ଏସିର ୧୫ନଂ. ୱାର୍ଡ ଅଙ୍କୁରା ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ସହ ବଜ୍ରପାତ ହୋଇ ୩ ମହିଳାଙ୍କ ଜୀବନ ଯାଇଛି। ବନ୍ଧୁ ପରିଜନଙ୍କ ସହ ଶବ ସଂସ୍କାର କରିବାକୁ ନିକଟସ୍ଥ ଶ୍ମଶାନକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି। ମୃତକମାନେ ହେଲେ ଅଙ୍କୁରା ଗ୍ରାମର ସୁବାସିନୀ ଦାସ(୭୦), ଗର୍ଭବତୀ ମହିଳା ହେମଲତା ହୋ(୨୫) ଓ ସରୋଜପଶି ଗ୍ରାମର ଜୀବତୀ ନାଏକ(୩୦)। ବଜ୍ରପାତରେ ୫ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଆହତମାନେ ହେଲେ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଓ ଦେଢ଼ବର୍ଷର ଶିଶୁ ତେଜଶ୍ୱରୀ ନାଏକ। ଶନିବାର ସକାଳେ ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ବନ୍ଧୁ ପ୍ରିୟଜନମାନେ ଶବ ସତ୍କାର କରିବାକୁ ନିକଟସ୍ଥ ମଶାଣିକୁ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ମାଡ଼ି ଆସିବାରୁ ମହିଳାମାନେ ଆମ୍ବଗଛ ମୂଳରେ ଥିବା ଚାଳିଆରେ ଆଶ୍ରୟ ନେଇଥିଲେ ା ଏହି ସମୟରେ ଆମ୍ବ ଗଛକୁ ବଜ୍ରପାତ ହେବାରୁ ତଳେ ଆଶ୍ରୟ ନେଇଥିବା ମହିଳାଙ୍କ ମଧ୍ୟରେ ୩ଜଣ ଏହାର ଶିକାର ହୋଇ ଟଳି ପଡ଼ିଥିଲେ। ଆମ୍ବଗଛ ହୁତୁ ହୁତୁ ହୋଇ ଜଳୁଥିବାବେଳେ ଅନ୍ୟମାନେ ଆତଙ୍କିତ ହୋଇପଡିଥିଲେ। ଖବରପାଇ ଅଙ୍କୁରାସ୍ଥିତ ବାସଭବନରେ ଥିବା ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସା ବିଷୟରେ ବୁଝାଶୁଝା କରିଥିଲେ। ମନ୍ତ୍ରୀଙ୍କ ସହ ଏନ୍‌ଏସି ଅଧ୍ୟକ୍ଷା ପପି ପୃଷ୍ଟି, ଦିଲୀପ ସାହୁ, ଗିରିଧାରୀ ପୃଷ୍ଟି, ମହେଶ୍ୱର ନାୟକ, ସିପୁ ନାୟକଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିବା ସହ ଏକ ଅପମୃତ୍ୟୁ ମାମଲା (ନଂ.୧୦/୨୩) ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ବାଲେଶ୍ୱର ଜିଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଟିଣା ପୋଲ ନିକଟରେ ଶନିବାର ପୂର୍ତ୍ତ ବିଭାଗ ରାସ୍ତାକାମ ଚାଲିଥିବାବେଳେ ବଜ୍ରପାତ ହେବାରୁ ସେଠାରେ ଉପସ୍ଥିତ ଜଣେ ସୁପରଭାଇଜରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୀଳଗିରି ଥାନା ମିତ୍ରପୁର ପାଟଣା ଗ୍ରାମର ବୈଦ୍ୟନାଥ ରାଉତ (୨୫)। ସେ ଖନ୍ତାପଡା ଅଞ୍ଚଳର ଠିକାଦାର ଗଣେଶ ପ୍ରଧାନଙ୍କ ପାଖରେ ସୁପରଭାଇଜର ଭାବେ କାମ କରୁଥିଲେ। ଶ୍ରମିକ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଦ୍ୟନାଥଙ୍କ ଆସନ୍ତା ୧୭ ତାରିଖରେ ବିବାହ ହୋଇଥାନ୍ତା ବୋଲି ଶ୍ରମିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri