Categories: ଫୁରସତ

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୋଇଥାଏ ବଜ୍ରପାତ

ହିମାଚଳ ପ୍ରଦେଶରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ଯେଉଁ କାରଣରୁ ଏହି ରାଜ୍ୟକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏମିତି ଏକ ମନ୍ଦିର ରହିଛି, ଯାହାର ସ୍ବତନ୍ତ୍ର ବିଶେଷତ୍ତ୍ୱ ରହିଛି। ହିମାଚଳପ୍ରଦେଶର କୁଲୁ ସହରରେ ବ୍ୟାସ ଏବଂ ପାର୍ବତୀ ନଦୀ ସଙ୍ଗମସ୍ଥଳ ପର୍ବତ ନିକଟ ଭଗବାନ ଶଙ୍କରଙ୍କ ମନ୍ଦିର ରହିଛି। ଏହା ବେଶ୍‌ ରହସ୍ୟମୟ। ଯାହାର ରହସ୍ୟ ଆଜିପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ପ୍ରତି ୧୨ ବର୍ଷରେ ଥରେ ଠିକ୍‌ ଏହି ମନ୍ଦିର ଉପରେ ବଜ୍ରପାତ ହୋଇଥାଏ। ଏହା ପରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇ ନ ଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ମନ୍ଦିର ଯେଉଁ ଘାଟି ଉପରେ ଥିଲା ସେଠାରେ ଏକ ସାପ ବାସ କରୁଥିଲା। ଯାହାକୁ ଭଗବାନ ଶଙ୍କର ମାରିଥିଲେ। ଏହା ପରେ ଏଠାରେ ବ୍ରଜପାତ ହୋଇଥିଲା। ଫଳରେ ଶିବଲିଙ୍ଗ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଏହା ଦେଖି ପୂଜାରୀ ଶିବଲିଙ୍ଗ ଉପରେ ମାର୍ବଲର ଆବରଣ ଦେଇଥିଲେ। ଯାହାଦ୍ୱାରା ଭଗବାନ ଶଙ୍କରଙ୍କୁ ଆଶ୍ୱସ୍ତି ମିଳିଥିଲା।
କଥା ଅନୁସାରେ, ଭଗବାନ ଶିବ କୁଲାନ୍ତ ରାକ୍ଷସକୁ ବଧ କରିଥିଲେ। ପରେ ଇନ୍ଦ୍ର କହିଥିଲେ କି, ୧୨ ବର୍ଷରେ ଥରେ ଏଠାରେ ବିଜୁଳି ବା ବଜ୍ରପାତ ହେବ। ଇନ୍ଦ୍ରଙ୍କଠାରୁ ଏହା ଶୁଣିବା ପରେ ଭଗବାନ ଶଙ୍କର କହିଥିଲେ, ବିଜୁଳି ପଡୁ କୌଣସି ଆପତ୍ତି ନାହିଁ, ହେଲେ କାହାର ଯେମିତି କୌଣସି କ୍ଷତି ନ ଘଟୁ। ତେଣୁ ଭଗବାନ ତାଙ୍କ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ଅଘଟଣ ନିଜ ମୁଣ୍ଡକୁ ନେଇଯାନ୍ତି। ସେହିଦିନଠାରୁ ପ୍ରତି ୧୨ ବର୍ଷରେ ଥରେ ଏହି ମନ୍ଦିର ଉପରେ ବଜ୍ରପାତ ହୋଇଆସୁଛି। ଏ ତ ଗଲା ପୌରାଣିକ କଥା ମାତ୍ର ବୈଜ୍ଞାନିକମାନେ ମଧ୍ୟ ଏହାର ସଠିକ୍‌ କାରଣ ଆଜି ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି।

Share