ବଜ୍ରପାତ ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ, ୧୦ ବର୍ଷରେ ଗଲାଣି…

ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍‌ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ ତରଳୁଛି। ଯାହାକି ପରିବେଶବିତ୍‌ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରବାହ ତାପମାତ୍ରା ବୃଦ୍ଧି ପାଇଁ ଦକ୍ଷିଣ ମୌସୁମୀ ବାୟୁ ଅନିୟମିତତା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀମାନେ ସତର୍କ ସୂଚନା ଦେଇଛନ୍ତି। ଫଳରେ ପୂର୍ବାପେକ୍ଷା କାଳବୈଶାଖୀ ଝଡ଼ ସହ ବଜ୍ରପାତ ଯଥେଷ୍ଟ ବୃଦ୍ଧି ପାଇଛି।

ଏଥିରୁ ରକ୍ଷା ପାଇବା ପାଇଁ  କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ପରିମାଣରେ ତାଳ, ନଡ଼ିଆ, ଖଜୁରି ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଛି। ବତୀଘର, ଜମ୍ବୁ, ଖରୀନାଶି, ରାମନଗର, ପେଟଛେଲା, ବଉଳକଣି, ସୁନିତି, ଗଗୁଆ, କେବି ଦାଣ୍ଡୁଆ, ବାରଡ଼ାଙ୍ଗ, ମହାକାଳପଡା, ବରକନ୍ଧା, ମଙ୍ଗଳପୁର, ତେର ଗାଁ, ଯଦୁପୁର, କରଞ୍ଜ, ଗଡ଼ରୋମିତ, ବଡକୂଳ, କରଞ୍ଜ, ଦେଉଳିପଡ଼ା, ବିଜୟନଗର, ବଳିପାଳ, ନାଞ୍ଜୁରା, ତିଖିରି, ଅମେଇପାଳ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ତାଳ, ନଡ଼ିଆ, ଖଜୁରି ଓ ଅନ୍ୟାନ୍ୟ ଉଚ୍ଚଗଛ ରହିଛି। ଏହା ସତ୍ତ୍ୱେ ବଜ୍ରପାତ ଘଟି ଗତ ୧୦ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଘଟି ମୃତ୍ୟୁ ଘଟିଥିବା ତହସିଲ ଅଫିସ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଚାଷ ଜମିରେ ବଜ୍ରପାତରେ ଅନେକ ଚାଷୀଙ୍କ ଜୀବନ ଯାଉଛି।

ଅପରପକ୍ଷରେ ବାଡ଼ିବଗିଚା, ଖୋଲା ପଡ଼ିଆ, ସରକାରୀ ଜମି, ରାସ୍ତା ପାର୍ଶ୍ୱରେ ତାଳ, ନଡ଼ିଆ, ଖଜୁରି ଗଛ ରୋପଣ କରାଗଲେ ବଜ୍ରପାତଜନିତ ଅଘଟଣ ହଟିବ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି, ସୁବାସ ସ୍ବାଇଁ, ବିରଞ୍ଚି ନାରାୟଣ ଦାସ କହିଛନ୍ତି। ଏହି ସବୁ ଗଛର ଗଣ୍ଡିରେ ଜଳୀୟ ଅଂଶ ରହିଥିବାରୁ ବଜ୍ରପାତ ସିଧାସଳଖ ମାଟି ତଳକୁ ଯାଇଥାଏ। ଫଳରେ ଆଖପାଖ ଅଞ୍ଚଳରେ କ୍ଷତିଗ୍ରସ୍ତ ସମ୍ଭାବନା ରହେ ନାହିଁ ବୋଲି ସେମାନେ କହିଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ପ୍ରଶାସନ ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳର ୪୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଛାତ ଉପରେ ବଜ୍ରପାତ ନିରୋଧୀ ଯନ୍ତ୍ର ସ୍ଥାପନ କରାଯାଇଛି। ଏହା ସତ୍ତ୍ୱେ ବଜ୍ରପାତଜନିତ ହ୍ରାସ ନ ହେବା ଚିନ୍ତାର କାରଣ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?