ବଜ୍ରପାତ ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ, ୧୦ ବର୍ଷରେ ଗଲାଣି…

ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍‌ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ ତରଳୁଛି। ଯାହାକି ପରିବେଶବିତ୍‌ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରବାହ ତାପମାତ୍ରା ବୃଦ୍ଧି ପାଇଁ ଦକ୍ଷିଣ ମୌସୁମୀ ବାୟୁ ଅନିୟମିତତା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀମାନେ ସତର୍କ ସୂଚନା ଦେଇଛନ୍ତି। ଫଳରେ ପୂର୍ବାପେକ୍ଷା କାଳବୈଶାଖୀ ଝଡ଼ ସହ ବଜ୍ରପାତ ଯଥେଷ୍ଟ ବୃଦ୍ଧି ପାଇଛି।

ଏଥିରୁ ରକ୍ଷା ପାଇବା ପାଇଁ  କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ପରିମାଣରେ ତାଳ, ନଡ଼ିଆ, ଖଜୁରି ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଛି। ବତୀଘର, ଜମ୍ବୁ, ଖରୀନାଶି, ରାମନଗର, ପେଟଛେଲା, ବଉଳକଣି, ସୁନିତି, ଗଗୁଆ, କେବି ଦାଣ୍ଡୁଆ, ବାରଡ଼ାଙ୍ଗ, ମହାକାଳପଡା, ବରକନ୍ଧା, ମଙ୍ଗଳପୁର, ତେର ଗାଁ, ଯଦୁପୁର, କରଞ୍ଜ, ଗଡ଼ରୋମିତ, ବଡକୂଳ, କରଞ୍ଜ, ଦେଉଳିପଡ଼ା, ବିଜୟନଗର, ବଳିପାଳ, ନାଞ୍ଜୁରା, ତିଖିରି, ଅମେଇପାଳ ପଞ୍ଚାୟତ ସମେତ ବିଭିନ୍ନ ଅଞ୍ଚଳରେ ତାଳ, ନଡ଼ିଆ, ଖଜୁରି ଓ ଅନ୍ୟାନ୍ୟ ଉଚ୍ଚଗଛ ରହିଛି। ଏହା ସତ୍ତ୍ୱେ ବଜ୍ରପାତ ଘଟି ଗତ ୧୦ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଘଟି ମୃତ୍ୟୁ ଘଟିଥିବା ତହସିଲ ଅଫିସ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଚାଷ ଜମିରେ ବଜ୍ରପାତରେ ଅନେକ ଚାଷୀଙ୍କ ଜୀବନ ଯାଉଛି।

ଅପରପକ୍ଷରେ ବାଡ଼ିବଗିଚା, ଖୋଲା ପଡ଼ିଆ, ସରକାରୀ ଜମି, ରାସ୍ତା ପାର୍ଶ୍ୱରେ ତାଳ, ନଡ଼ିଆ, ଖଜୁରି ଗଛ ରୋପଣ କରାଗଲେ ବଜ୍ରପାତଜନିତ ଅଘଟଣ ହଟିବ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି, ସୁବାସ ସ୍ବାଇଁ, ବିରଞ୍ଚି ନାରାୟଣ ଦାସ କହିଛନ୍ତି। ଏହି ସବୁ ଗଛର ଗଣ୍ଡିରେ ଜଳୀୟ ଅଂଶ ରହିଥିବାରୁ ବଜ୍ରପାତ ସିଧାସଳଖ ମାଟି ତଳକୁ ଯାଇଥାଏ। ଫଳରେ ଆଖପାଖ ଅଞ୍ଚଳରେ କ୍ଷତିଗ୍ରସ୍ତ ସମ୍ଭାବନା ରହେ ନାହିଁ ବୋଲି ସେମାନେ କହିଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ପ୍ରଶାସନ ବିଭାଗ ପକ୍ଷରୁ ଉପକୂଳ ଅଞ୍ଚଳର ୪୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଛାତ ଉପରେ ବଜ୍ରପାତ ନିରୋଧୀ ଯନ୍ତ୍ର ସ୍ଥାପନ କରାଯାଇଛି। ଏହା ସତ୍ତ୍ୱେ ବଜ୍ରପାତଜନିତ ହ୍ରାସ ନ ହେବା ଚିନ୍ତାର କାରଣ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ବାବୁଙ୍କ ବିଦେଶଯାତ୍ରାରେ ଅଙ୍କୁଶ: ଏଣିକି ସରକାରଙ୍କ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

୩୦ ଯାଏ ବର୍ଷା, ଆଜି ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୫ା୭(ବନ୍ଦନା ସେଠୀ):ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ…

ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri