ଆଲୋକ ପ୍ରଦୂଷଣ ଯୋଗୁ କମିବ ମଶାଙ୍କ ଆୟୁଷ

ଓ୍ବାଶିଂଟନ୍‌, ୧୨।୪: ଶୀତଋତୁରେ ମଶା ନିଷ୍କ୍ରିୟ ହୋଇପଡ଼ନ୍ତି। ଫଳରେ ଶୀତଦିନେ ମଶା କାମୁଡ଼ାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ। କିନ୍ତୁ ସହରାଞ୍ଚଳରେ ବଢ଼ୁଥିବା ଆଲୋକ ପ୍ରଦୂଷଣ ଯୋଗୁ ଏଣିକି ଶୀତ ଋତୁରେ ମଧ୍ୟ ମଶା ପୂର୍ବ ପ୍ରକାରେ ସକ୍ରିୟ ରହିବେ। ସ୍ତନ୍ୟପାୟୀ ଏବଂ ଅନ୍ୟ ଜୀବଜନ୍ତୁ ମଶା କାମୁଡ଼ାରୁ ଆଉ ରକ୍ଷା ପାଇବେ ନାହିଁ ବୋଲି ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଫଳରେ ମଶାଙ୍କ ଆୟୁଷରେ ହ୍ରାସ ଘଟିବ ବୋଲି ବିଶେଷଜ୍ଞ ଓଲ୍‌କୋଫ୍‌ କହିଛନ୍ତି।

ନିକଟରେ ଜର୍ନାଲ୍‌ ‘ଇନ୍‌ସେକ୍ଟସ୍‌’ରେ ଅଧ୍ୟୟନ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି। କୃତ୍ରିମ ଆଲୋକ ଦ୍ୱାରା ମଶାଙ୍କ ବ୍ୟବହାର ପରିବର୍ତ୍ତନ ଲକ୍ଷ୍ୟ କରିଥିବା ବିଶେଷଜ୍ଞମାନେ କହିଛନ୍ତି। ମଶାଙ୍କଠାରେ ଦେଖାଯାଉଥିବା ପରିବର୍ତ୍ତନ ଭିନ୍ନ ଭିନ୍ନ ଋତୁ ପାଇଁ ଅଲଗା ହୋଇଥାଏ। ମଶା କାମୁଡ଼ିବା ଯୋଗୁ ଓ୍ବେଷ୍ଟ ନିଲେ ଭୂତାଣୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ବିଶେଷ କରି ମଶାଙ୍କ ଜରିଆରେ ଓ୍ବେଷ୍ଟ ନିଲେ ଭୂତାଣୁ ଅଧିକମାତ୍ରାରେ ବ୍ୟାପିଥାଏ। ଆମେରିକାର ଲୋକେ ଏହି ଭାଇରସ୍‌ ଦ୍ୱାରା ଅଧିକମାତ୍ରାରେ ଆକ୍ରାନ୍ତ ହେଉଥିବା ଅଧ୍ୟୟନର ବରିଷ୍ଠ ବିଶେଷଜ୍ଞ ମେଗାନ ମେଉଟି କହିଛନ୍ତି। ଶୀତଦିନର ଆଗମନରେ ମଶା ଖାଇବାକୁ ପାଇ ନ ଥାନ୍ତି। ରକ୍ତ ନ ଖାଇବାରୁ ମାଈ ମଶା ଦେହରେ ଡିମ୍ବାଣୁ ସୃଷ୍ଟି ହୋଇପାରେ ନାହିଁ। କିଛି ମଶା ଓ୍ବେଷ୍ଟ ନିଲେ ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ପଶୁ କିମ୍ବା ପକ୍ଷୀଙ୍କ ରକ୍ତ ଶୋଷି ଖାଇବା ଫଳରେ ସେମାନେ ସଂକ୍ରମିତ ହୋଇଯାଆନ୍ତି।

ପରବର୍ତ୍ତୀ ସମୟରେ ସେମାନେ ଯେତେବେଳେ ଅନ୍ୟ ଜୀବ, ଘୋଡ଼ା ଓ ସ୍ତନ୍ୟପାୟୀଙ୍କୁ କାମୁଡନ୍ତି ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାନ୍ତି। କୃତ୍ରିମ ଆଲୋକ ଫଳରେ କେବଳ ମଶା ନୁହେଁ ଅନ୍ୟ କୀଟପତଙ୍ଗଙ୍କ ଜୀବନଶୈଳୀ ମଧ୍ୟ ପ୍ରଭାବିତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ଶୀତଦିନେ କାର୍ବୋହାଇଡ୍ରେଡ୍‌ ସୁଗାର ମଶାଙ୍କୁ ମୁଖ୍ୟ ଖୋରାକ ହୋଇଥାଏ।ଶୀତଦିନକୁ ଛାଡ଼ିଦେଲେ ଅନ୍ୟ ସବୁ ଋତୁରେ ମଶାମାନେ ସ୍ତନ୍ୟପାୟୀମାନଙ୍କୁ କାମୁଡ଼ୁଥିବାବେଳେ ଏଣିକି ଶୀତଦିନେ ମଧ୍ୟ ସେମାନେ ମଶା କାମୁଡ଼ାରୁ ରକ୍ଷା ପାଇବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri