ପ୍ରତ୍ୟେହ ମୁଖ୍ୟଦ୍ୱାରରେ ଶୁଭ କଳସ ରଖୁଛନ୍ତି କି? ଘରର ମଙ୍ଗଳ ହେବା ଲାଗି ନିଶ୍ଚିତ ମାନନ୍ତୁ ଏସବୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକରି ଯିବାଦ୍ୱାରା କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ସ୍ଥାପନ କରିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଜାଣିରଖନ୍ତୁ…

*ମୁଖ୍ୟ ଦ୍ୱାରର ବାମପଟେ ଶୁଭ କଳସ ରଖିବା ଅତ୍ୟନ୍ତ ଭଲ ହୋଇଥାଏ। ଆବଶ୍ୟକ ସ୍ଥଳେ ଆପଣ ଚାହିଁଲେ ଏହାକୁ ଡାହାଣ ପଟେ କିମ୍ବା ଦ୍ୱାରର ସମ୍ମୁଖ ଭାଗରେ ମଧ୍ୟ ରଖିପାରିବେ। କିନ୍ତୁ ସମ୍ମୁଖରେ ରଖିଲେ ଭୁଲ୍‌ରେ କାହାର ଗୋଡ ବାଜିଯିବାର ସମ୍ଭାବନା ଥାଏ। ତେଣୁ ନିଜର ସୁବିଧା ଅନୁଯାୟୀ ଶୁଭ କଳସକୁ ଦ୍ୱାରର ଯେଉଁଠି ଚାହିଁବେ ସେଠି ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଘରକୁ ଯିବାଆସିବା ସମୟରେ ଯେମିତି ଶୁଭକଳସ ଉପରେ ସମସ୍ତଙ୍କର ନଜର ପଡିପାରୁଥିବ।

*ଯଦି ଆପଣଙ୍କ ମୁଖ୍ୟ ଦ୍ୱାରର କାନ୍ଥକୁ ଲାଗି ଚଉରା ରହିଛି, ତା’ହେଲେ ଉକ୍ତ ଚଉରାର ମଣ୍ଡପ ଉପରେ ଆପଣ ଏହି ଶୁଭ କଳସକୁ ମଧ୍ୟ ରଖିପାରିବେ।

*ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନସାରି ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବେ, ତା’ପରେ ମା’ ବୃନ୍ଦାବତୀଙ୍କୁ ପୂଜା କରିବେ। ଆଉ ତା’ପରେ ମୁଖ୍ୟ ଦ୍ୱାର ନିକଟରେ ଶୁଭ କଳସକୁ ସ୍ଥାପନା କରି ଘର ଠାକୁରଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

*ଯଦି ସୂର୍ଯ୍ୟୋଦୟ ପୂର୍ବରୁ ଶୁଭ କଳସ ବସାଇବା ସମ୍ଭବ ହେଉନାହିଁ ତା’ହେଲେ ସକାଳର ପ୍ରଥମ ପ୍ରହର ଅର୍ଥାତ ସକାଳ ୯ଟା ଭିତରେ ଶୁଭ କଳସ ବସାଇବା ନିହାତି ଆବଶ୍ୟକ।

*ଶୁଭ କଳସର ପାଣି ବାସି ହେବା ଠିକ ନୁହେଁ ଅର୍ଥାତ ସକାଳେ ଯେଉଁ ଶୁଭ କଳସ ବସାଇଥିବେ ସୂର୍ଯ୍ୟାସ୍ତ ପୂର୍ବରୁ ସେହି କଳସର ପାଣିକୁ କୌଣସି ଗଛ ମୂଳରେ ଢାଳିଦେବେ। ପୁଣିଥରେ ତା’ପରଦିନ ଶୁଦ୍ଧ ଜଳରେ ପୁଣି ଶୁଭ କଳସ ବସାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri