ପ୍ରତ୍ୟେହ ମୁଖ୍ୟଦ୍ୱାରରେ ଶୁଭ କଳସ ରଖୁଛନ୍ତି କି? ଘରର ମଙ୍ଗଳ ହେବା ଲାଗି ନିଶ୍ଚିତ ମାନନ୍ତୁ ଏସବୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକରି ଯିବାଦ୍ୱାରା କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ସ୍ଥାପନ କରିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଜାଣିରଖନ୍ତୁ…

*ମୁଖ୍ୟ ଦ୍ୱାରର ବାମପଟେ ଶୁଭ କଳସ ରଖିବା ଅତ୍ୟନ୍ତ ଭଲ ହୋଇଥାଏ। ଆବଶ୍ୟକ ସ୍ଥଳେ ଆପଣ ଚାହିଁଲେ ଏହାକୁ ଡାହାଣ ପଟେ କିମ୍ବା ଦ୍ୱାରର ସମ୍ମୁଖ ଭାଗରେ ମଧ୍ୟ ରଖିପାରିବେ। କିନ୍ତୁ ସମ୍ମୁଖରେ ରଖିଲେ ଭୁଲ୍‌ରେ କାହାର ଗୋଡ ବାଜିଯିବାର ସମ୍ଭାବନା ଥାଏ। ତେଣୁ ନିଜର ସୁବିଧା ଅନୁଯାୟୀ ଶୁଭ କଳସକୁ ଦ୍ୱାରର ଯେଉଁଠି ଚାହିଁବେ ସେଠି ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଘରକୁ ଯିବାଆସିବା ସମୟରେ ଯେମିତି ଶୁଭକଳସ ଉପରେ ସମସ୍ତଙ୍କର ନଜର ପଡିପାରୁଥିବ।

*ଯଦି ଆପଣଙ୍କ ମୁଖ୍ୟ ଦ୍ୱାରର କାନ୍ଥକୁ ଲାଗି ଚଉରା ରହିଛି, ତା’ହେଲେ ଉକ୍ତ ଚଉରାର ମଣ୍ଡପ ଉପରେ ଆପଣ ଏହି ଶୁଭ କଳସକୁ ମଧ୍ୟ ରଖିପାରିବେ।

*ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନସାରି ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବେ, ତା’ପରେ ମା’ ବୃନ୍ଦାବତୀଙ୍କୁ ପୂଜା କରିବେ। ଆଉ ତା’ପରେ ମୁଖ୍ୟ ଦ୍ୱାର ନିକଟରେ ଶୁଭ କଳସକୁ ସ୍ଥାପନା କରି ଘର ଠାକୁରଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

*ଯଦି ସୂର୍ଯ୍ୟୋଦୟ ପୂର୍ବରୁ ଶୁଭ କଳସ ବସାଇବା ସମ୍ଭବ ହେଉନାହିଁ ତା’ହେଲେ ସକାଳର ପ୍ରଥମ ପ୍ରହର ଅର୍ଥାତ ସକାଳ ୯ଟା ଭିତରେ ଶୁଭ କଳସ ବସାଇବା ନିହାତି ଆବଶ୍ୟକ।

*ଶୁଭ କଳସର ପାଣି ବାସି ହେବା ଠିକ ନୁହେଁ ଅର୍ଥାତ ସକାଳେ ଯେଉଁ ଶୁଭ କଳସ ବସାଇଥିବେ ସୂର୍ଯ୍ୟାସ୍ତ ପୂର୍ବରୁ ସେହି କଳସର ପାଣିକୁ କୌଣସି ଗଛ ମୂଳରେ ଢାଳିଦେବେ। ପୁଣିଥରେ ତା’ପରଦିନ ଶୁଦ୍ଧ ଜଳରେ ପୁଣି ଶୁଭ କଳସ ବସାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇପାହାଡ଼ରେ ଆନ୍ଧ୍ର ନେତା: ଆନ୍ଧ୍ର ଯୋଜନାରେ ସାମିଲ ପାଇଁ ପ୍ରଲୋଭନ

ନନ୍ଦପୁର/ପାଡୁଆ,୬ା୨(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଗୋଲୁର ପଞ୍ଚାୟତ ରାଇପାହାଡ଼ ଗ୍ରାମରେ ଆନ୍ଧ୍ରପ୍ରଦେଶ ନେତାମାନେ ଗୁରୁବାର ବୈଠକ କରିଛନ୍ତି। ଆନ୍ଧ୍ରର…

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି…

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri